ଜଳିଗଲା କାର୍‌, ୪ ଗୁରୁତର

ପୁରୀ ଅଫିସ,୪ା୩: ପରିବାର ସହ ଜଗନ୍ନାଥ ଦର୍ଶନ ପାଇଁ ଯିବା ବେଳେ ବାଟରେ ଘଟିଛି ଅଘଟଣ। ଏକ କାର୍‌ ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଯିବାରୁ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଶନିବାର ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟରେ ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ଗୁରୁତରମାନଙ୍କ ପରିଚୟ ମିଳିପାରିନାହିଁ। କାର୍‌ରେ ବାପା, ମା’ଙ୍କ ସହ ଛୋଟ ପିଲା ଥିଲେ। ଡ୍ରାଇଭର ବି ଗୁରୁତର ହୋଇଛନ୍ତି।