ଉତ୍ତାପ ପାଇଁ ପୋଷାକ ଜାଳୁଛନ୍ତି

ମସ୍କୋ, ୩ା୩: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣର ଯନ୍ତ୍ରଣା କେବଳ ୟୁକ୍ରେନବାସୀ ନୁହଁନ୍ତି, ସେଠାରୁ ଜୀବନ ରକ୍ଷା ପାଇଁ ପଳାୟନ କରୁଥିବା ଅନ୍ୟ ଦେଶର ଲୋକେ ମଧ୍ୟ ଭୋଗୁଛନ୍ତି। ଆଫ୍ରିକା, ମଧ୍ୟପ୍ରାଚ୍ୟ, ଭାରତ ସମେତ ବିଭିନ୍ନ ଦେଶର ଲୋକେ ୟୁକ୍ରେନ୍‌ ସୀମାରେ ଉଦ୍ଧାର ପାଇଁ ସାହାଯ୍ୟକୁ ଅପେକ୍ଷା କରିଛନ୍ତି। ଜାତିସଂଘ ଶରଣାର୍ଥୀ ଏଜେନ୍ସିର ଆକଳନ ଅନୁସାରେ ପ୍ରାୟ ୬ ଲକ୍ଷ ୭୦ ହଜାରରୁ ଊର୍ଦ୍ଧ୍ୱ ଲୋକ ୟୁକ୍ରେନ୍‌ ସୀମା ପାରହୋଇ ଅନ୍ୟ ଦେଶକୁ ପଳାଇଛନ୍ତି। ଆହୁରି ଲକ୍ଷାଧିକ ଲୋକ ୟୁକ୍ରେନ ସୀମାରେ ପଡ଼ି ରହିଛନ୍ତି। ଖାଦ୍ୟ, ପାନୀୟ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଭିତରେ ଭୀଷଣ ଥଣ୍ଡା ସେମାନଙ୍କ କଷ୍ଟକୁ ଆହୁରି ବଢ଼ାଇ ଦେଇଛି। କୌଣସି ମତେ ପୋଲାଣ୍ଡକୁ ଆସିଥିବା ଜଣେ ୩୧ ବର୍ଷୀୟ ସୋମାଲି ଯୁବକ ମୁସ୍ତାଫା ମହମ୍ମଦ କହିଛନ୍ତି, ସୀମାରେ ବହୁ ସଂଖ୍ୟାରେ ଲୋକେ ସହାୟତା ଅପେକ୍ଷାରେ ଅଛନ୍ତି। ବିନା ଖାଇବା ପିଇବାରେ ଛୋଟ ପିଲାଙ୍କୁ ଧରି ଅନେକ ସେଠାରେ ପଡ଼ି ରହିଛନ୍ତି। ଭୀଷଣ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଅନେକେ ସାଙ୍ଗରେ ଆଣିଥିବା ପୋଷାକ ଜାଳୁଛନ୍ତି। ଯୁଦ୍ଧ ପୂର୍ବରୁ ସବୁ କିଛି ଠିକଥିଲା। ଏବେ ସହର ସାରା ସୈନ୍ୟ ଛାଉଣୀ, ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳୁଛି। ଏପରି ଯୁଦ୍ଧ ହେବ ବୋଲି କେବେ କଳ୍ପନା କରି ନ ଥିଲି। ୧୦ ବର୍ଷରୁ ଊର୍ଦ୍ଧ୍ୱ ୟୁକ୍ରେନ୍‌ରେ ରହିବା ପରେ ଏବେ ଜୀବନ ବଞ୍ଚାଇ ସେଠାରୁ ପଳାଇ ଆସିବାରେ ସଫଳ ହୋଇଛି। ସୀମାରେ ହଜାର ହଜାର ସଂଖ୍ୟାରେ ଆଫ୍ରିକୀୟ ଅଛନ୍ତି। କିନ୍ତୁ ଟ୍ରେନ୍‌, ବସ୍‌ରେ ପ୍ରଥମେ ୟୁକ୍ରେନ୍‌ ନାଗରିକଙ୍କୁ ଚଢ଼ିବା ପାଇଁ ଅନୁମତି ଦିଆଯାଉଛି। ଛୋଟ ଛୋଟ ବସ୍‌ରେ ବହୁ ସଂଖ୍ୟାରେ ଲୋକ ଏକସଙ୍ଗରେ ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ଆସୁଛନ୍ତି। ଏ ସବୁ ଦୃଶ୍ୟ ବେଶ୍‌ ହୃଦୟବିଦାରକ ବୋଲି ସେ ତାଙ୍କ ଅନୁଭୂତି ବଖାଣିଛନ୍ତି।

ରୁଷିଆରେ ସ୍କୁଲ ପିଲା ବନ୍ଦୀ

ଯୁଦ୍ଧ ବିରୋଧୀ ଆନ୍ଦୋଳନକୁ ରୁଷିଆର କେତେକ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ର ଓହ୍ଲାଇ ରାସ୍ତାରେ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ପୋଲିସ ଉଠାଇ ନେଇ ବନ୍ଦୀ କରି ରଖିଥିବା ଫଟୋ ଭାଇରାଲ ହୋଇଛି। ନୋବେଲ ପୁରସ୍କାରପ୍ରାପ୍ତ ନ୍ୟୁଜପେପର ଏହି ଖବରକୁ ପ୍ରସାର କରିଛି। ଶେୟାର କରାଯାଇଥିବା ଫଟୋରେ ଛୋଟ ପିଲାଙ୍କୁ ପୋଲିସ ଗାଡ଼ିରେ ବସାଯାଇଥିବା, ଥାନାକୁ ନିଆଯାଇଥବା ଦେଖିବାକୁ ମିଳିଛି। ଏଥିସହ ପିଲାମାନେ ହାତରେ ପ୍ଲା କାର୍ଡ, ଫୁଲ ଆଦି ଧରିଥିବା ଦେଖାଯାଇଛି।

ଅପରାଧୀଙ୍କ ହାତରେ ଅସ୍ତ୍ର

ୟୁକ୍ରେନ୍‌ ଉପରକୁ ରୁଷୀୟ ସୈନ୍ୟଙ୍କ ଆକ୍ରମଣ ସାଙ୍ଗକୁ ଦେଶରେ ବଢ଼ିଚାଲିଛି ହତ୍ୟା, ବଳାତ୍କାର ଏବଂ ଲୁଟ୍‌ ଭଳି ଅନେକ ଅପରାଧିକ କାରବାର। ରାଷ୍ଟ୍ରପତି ଜେଲେନସ୍କିଙ୍କ ଆହ୍ବାନକ୍ରମେ ୟୁକ୍ରେନ୍‌ର ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି କଏଦୀ ରୁଷିଆ ସୈନ୍ୟ ବିରୋଧରେ ଅସ୍ତ୍ର ଉଠାଛନ୍ତି। ଅପରାଧୀମାନେ ସୈନ୍ୟ ଅସ୍ତ୍ର ଧରି ଦେଶରେ ଖୋଲାଖୋଲି ଭାବେ ଲୋକଙ୍କୁ ଡରା ଧମକ ଦେଇ ଲୁଟ୍‌ପାଟ୍‌ କରୁଥିବାବେଳେ ମହିଳାଙ୍କୁ ବଳାତ୍କାର ସାଙ୍ଗକୁ ହତ୍ୟା କରୁଥିବା ଦେଖିବାକୁ ମିଳିଛି। ୟୁକ୍ରେନ୍‌ର ଗୋଞ୍ଜାଲୋ ଲିରା ନାମକ ଜଣେ ଲେଖକ ଏହା ଦାବି କରିଛନ୍ତି। ଦେଶ ସୁରକ୍ଷା ପାଇଁ ଜେଲେନସ୍କି ସାଧାରଣ ଲୋକଙ୍କୁ ଅସ୍ତ୍ର ଉଠାଇବାକୁ ଆହ୍ବାନ ଦେବା କାରଣରୁ ରାଷ୍ଟ୍ରରେ ଏ ପ୍ରକାର ଅରାଜକତା ପରିସ୍ଥିତି ଉପୁଜିଥିବା ଲିରା କହିଛନ୍ତି। ଟୁଇଟରରେ ଏକ ଭିଡିଓ ଶେୟାର କରି ଲେରା ୟୁକ୍ରେନ୍‌ରେ ଯୁଦ୍ଧବେଳର ସ୍ଥିତିକୁ ଦେଖାଇଛନ୍ତି। ରୁଷୀୟ ସୈନ୍ୟଙ୍କ ଗୁଳିରେ ନୁହେଁ, ଅସ୍ତ୍ର ଧରିଥିବା ୟୁକ୍ରେନ୍‌ ଅପରାଧୀଙ୍କ ଗୁଳି କେତେବେଳେ ତାଙ୍କ ପ୍ରାଣ ନେଇଯାଇ ପାରେ ବୋଲି ସେ ଭିଡିଓ ବାର୍ତ୍ତାରେ କହିଛନ୍ତି। ଏ ନେଇ ଲିରା ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଦାୟୀ କରିଛନ୍ତି। ରୁଷୀୟ ସେନାଙ୍କୁ ବିରୋଧ କରିବା ଆଳରେ ଅପରାଧୀମାନେ ଅସ୍ତ୍ରର ଦୁରୁପଯୋଗ କରୁଛନ୍ତି। ମୃତ୍ୟୁ ଭୟରେ ଲୋକେ ଆତଙ୍କିତ ଥିବାବେଳେ ସେମାନଙ୍କୁ ଅସ୍ତ୍ରଧାରୀ ଅପରାଧୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି। ପାଶ୍ଚାତ୍ୟ ଗଣମାଧ୍ୟମ ଏ ସମ୍ପର୍କିତ ଖବର ପ୍ରସାରଣ କରୁ ନଥିବା ଲିରା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri