Posted inଜାତୀୟ

ଗର୍ଭବତୀ ପୀଡ଼ିତାଙ୍କୁ ଜାଳିଦେଲେ

ଲକ୍ଷ୍ନୌ/ଜୟପୁର,୧୦।୧୦: ଉତ୍ତରପ୍ରଦେଶର ମୈନପୁରୀ ଜିଲାରେ ଜଣେ ଗର୍ଭବତୀ ଝିଅଙ୍କୁ ପୋଡ଼ି ମାରିଦିଆଯାଇଛି। ସେ ୩ ମାସ ପୂର୍ବରୁ ବଳାତ୍କାରର ଶିକାର ହୋଇ ଗର୍ଭବତୀ ହୋଇଥିଲେ। ପୋଲିସ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୀଡ଼ିତାଙ୍କ ମା’ଙ୍କ କହିବା ଅନୁଯାୟୀ ୩ ମାସ ତଳେ ତାଙ୍କ ଝିଅଙ୍କୁ ଅଭିଷେକ ନାମକ ଯୁବକ ବଳାତ୍କାର କରିଥିଲେ। ଝିଅ ଏନେଇ ଘରେ ଜଣାଇ ନ ଥିଲେ। ପେଟରେ ଯନ୍ତ୍ରଣା ହେବାରୁ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା। ଗତ ୬ ତାରିଖରେ ପଞ୍ଚାୟତ ବସି ପୀଡ଼ିତାଙ୍କୁ ବିବାହ କରିବା ପାଇଁ ଅଭିଯୁକ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ଅଭିଯୁକ୍ତଙ୍କ ମା’ ପୀଡ଼ିତାଙ୍କୁ ନିଜ ଘରକୁ ନେଇ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲା ହସ୍ପିଟାଲ ଓ ପରେ ସଇଫାଇ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଆଇପିସିର ଦଫା ୩୦୭, ୩୭୬ ଏବଂ ପୋକ୍ସୋ ଆଇନରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜୁଛି। ସେହିପରି ସୁଲତାନପୁର ଅନ୍ତର୍ଗତ ଜୟସିଂପୁର ଅଞ୍ଚଳରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଚଳନ୍ତା କାର୍‌ରେ ବଳାତ୍କାର କରାଯାଇଛି। ୨୩ ବର୍ଷୀୟା ବି.ଟେକ୍‌ ଛାତ୍ରୀ ଶୁକ୍ରବାର ସନ୍ଧ୍ୟାରେ ଘରକୁ ଫେରିବା ପାଇଁ ରାସ୍ତାରେ ଏକ ଏସ୍‌ୟୁଭିକୁ ଲିଫ୍ଟ ମାଗିଥିଲେ। ଡ୍ରାଇଭର ତାଙ୍କୁ କାର୍‌ ଭିତରେ ବଳାତ୍କାର କରି ଏକ କେନାଲକୁ ଫିଙ୍ଗିଦେଇଥିଲେ। ଅନ୍ୟ ଏକ ଘଟଣାରେ ଫିରୋଜାବାଦ ଜିଲା କିଥାଉତ୍‌ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ତାଙ୍କ ପ୍ରେମିକାଙ୍କ କଙ୍କାଳ ରବିବାର ଜବତ ହୋଇଛି। ୨୦୨୦ ନଭେମ୍ବର ୨୦ରେ ନିଜ ୨୨ ବର୍ଷୀୟା ଝିଅ ନିଖୋଜ ହୋଇଯାଇଥିବା ନେଇ ବିକ୍ରମ ସିଂ ଥାନାରେ ଏତଲା ଦେଇଥିଲେ। ସେବେଠୁ ଝିଅ ଓ ତାଙ୍କ ପ୍ରେମିକ ଗୌରବଙ୍କୁ ପୋଲିସ ଖୋଜୁଥିଲା। ଶନିବାର ଗୌରବ ଗିରଫ ହେବା ପରେ ନିଜ ଦୋଷ ମାନିଛନ୍ତି। ପ୍ରେମିକା ବିବାହ ପାଇଁ ତାଙ୍କ ଉପରେ ଚାପ ପକାଉଥିବାରୁ ସେ ତାଙ୍କୁ ଅପହରଣର ଦିନକ ପରେ ବିଷଦେଇ ହତ୍ୟା କରିଥିଲେ। ତାଙ୍କ ମୃତଦେହକୁ ନିଜ ଘର ଭିତରେ ପୋତିଦେଇ ଫେରାର ହୋଇଯାଇଥିବା ସ୍ବୀକାର କରିଛନ୍ତି। ରାଜସ୍ଥାନରେ ମଧ୍ୟ ମହିଳା ବିରୋଧୀ ହିଂସା ବଢ଼ିବାରେ ଲାଗିଛି। ଆଜମେରରେ ଜଣେ ୨୫ ବର୍ଷୀୟା ଦଳିତ ମହିଳାଙ୍କୁ କିଛିଦିନ ଧରି ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂଜକ ଅଛନ୍ତି। ମହିଳାଙ୍କୁ ଅନେକ ଦିନ ଧରି ଏକ ଘରେ ଅଟକ ରଖାଯାଇଥିଲା। ପୀଡ଼ିତାଙ୍କ ପରିବାରର ପୁରୋହିତ ସଞ୍ଜୟ ଶର୍ମା ଅପରାଧ ଘଟଣାର ଭିଡିଓ ରେକର୍ଡିଂ କରାଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ ମହିଳା ଜଣକ ଘରେ ଏକାକୀ ଥିତ୍ବାବେଳେ ସଞ୍ଜୟ ପ୍ରଥମେ ବଳାତ୍କାର କରି ଏହାର ଭିଡିଓ ରେକର୍ଡିଂ କରାଇଥିଲେ। ପରେ ସେ ଉକ୍ତ ଭିଡିଓ ଦେଖାଇ ପୀଡ଼ିତାଙ୍କୁ ବ୍ଲାକ୍‌ମେଲିଂ କରିବା ସହ ଅର୍ଥ ଆଦାୟ କରୁଥିଲେ। ସେ ପୁଣିଥରେ କେତେଜଣଙ୍କ ସହ ମିଶି ପୀଡ଼ିତାଙ୍କୁ ନିଶା ଦେଇ ଗଣବଳାତ୍କାର କରିଥିବା ଆଜମେର ନର୍ଥର ଡିଏସ୍‌ପି ଛବି ଶର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri