Posted inଜାତୀୟ

ଶୋଇଥିବାବେଳେ ଛାତ୍ରୀଙ୍କୁ ଜାଳିଦେଲେ

ରାଞ୍ଚି,୩୦ା୮: ଏକତରଫା ପ୍ରେମ ଓ ଏଥିରେ ବିଫଳତା ଝାଡ଼ଖଣ୍ଡର ଜଣେ ଯୁକ୍ତ ୨ ଛାତ୍ରୀଙ୍କ ଜୀବନ ନେଇଛି। ବାରମ୍ବାର ପ୍ରେମ ନିବେଦନରେ ବିଫଳ ହେବା ଯୋଗୁ ଅଭିଯୁକ୍ତ ଶାହାରୁଖ ହୁସେନ୍‌ ୧୯ ବର୍ଷୀୟା ଅଙ୍କିତାଙ୍କୁ ପେଟ୍ରୋଲ ଢାଳି ଜାଳିଦେଇଛନ୍ତି। ସପ୍ତାହେ ଧରି ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ହାରି ଯାଇଛନ୍ତି ଯୁକ୍ତ ୨ ଛାତ୍ରୀ ଅଙ୍କିତା ସିଂ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଝାଡ଼ଖଣ୍ଡର ଡୁମ୍‌କାରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଦୋଷୀଙ୍କୁ ଫାଶୀ ଦାବିରେ ବହୁସଂଖ୍ୟାରେ ଲୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପ୍ରଶାସନ ସେଠାରେ ୧୪୪ ଧାରା ଲାଗୁ କରିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଘଟଣାକୁ ନିନ୍ଦା କରିବା ସହ ପୀଡ଼ିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି।
ବାପା ସଞ୍ଜୀବ ସିଂଙ୍କ କହିବା ଅନୁସାରେ, ଶାହାରୁଖ କିଛି ଦିନ ହେଲା ଝିଅକୁ ହଇରାଣ କରୁଥିଲେ। ରାସ୍ତାରେ ଅଟକାଇ ବାରମ୍ବାର ପ୍ରେମ ନିବେଦନ କରୁଥିଲେ। ୧୦-୧୨ ଦିନ ପୂର୍ବରୁ ଅଙ୍କିତାଙ୍କ ସାଙ୍ଗଙ୍କଠାରୁ ଶାହାରୁଖ ନମ୍ବର ନେଇ ଲଗାତର ଫୋନ୍‌ କରୁଥିଲେ। ଏ ସବୁ କଥା ଅଙ୍କିତା ତାଙ୍କ ବାପାଙ୍କୁ ଜଣାଇଥିଲେ। ପ୍ରଥମେ ସଞ୍ଜୀବ ଓ ପରିବାର ଏହାକୁ ଅଣଦେଖା କରିଦେଇଥିଲେ। ଗତ ୨୨ ତାରିଖରେ ଶାହାରୁଖ ଅଙ୍କିତାଙ୍କୁ ଫୋନ୍‌ କରି ସେ ତାଙ୍କୁ ମିଳିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏ କଥା ମଧ୍ୟ ଅଙ୍କିତା ଘରେ ଜଣାଇଥିଲେ। ପରଦିନ ଏ ବାବଦରେ ଶାହାରୁଖଙ୍କ ଘର ଲୋକଙ୍କ ସହ କଥା ହେବେ ବୋଲି ସଞ୍ଜୟ କହିଥିଲେ। ହେଲେ ଅଗଷ୍ଟ ୨୩ ତାରିଖ ଭୋର୍‌ରୁ ଶାହାରୁଖ ପେଟ୍ରୋଲ ନେଇ ଅଙ୍କିତାଙ୍କ ଘର ନିକଟକୁ ଆସିଥିଲେ। ଝରକା ପାଖରେ ଶୋଇଥିବା ଅଙ୍କିତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ଏଥିରେ ଯୁବତୀଙ୍କ ଶରୀରର ପ୍ରାୟ ୯୦% ଜଳିଯାଇଥିଲା। ତାଙ୍କୁ ପ୍ରଥମେ ଫୁଲୋ ଝାନୋ ମେଡିକାଲ ଏବଂ ପରେ ରାଞ୍ଚତ୍ର ଆର୍‌ଆଇଏମ୍‌ଏସ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରବିବାର ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ୍ୟୁ ପୂର୍ବରୁ ମାଜିଷ୍ଟ୍ରେଟଙ୍କ ନିକଟରେ ଅଙ୍କିତା ତାଙ୍କ ବୟାନ ରେକର୍ଡ କରାଇଥିଲେ। ଏଥିରେ ସେ ସମସ୍ତ ଘଟଣା ଜଣାଇଥିଲେ। ପୋଲିସ ୨୩ ତାରିଖରେ ହିଁ ଶାହାରୁଖଙ୍କୁ ଗିରଫ କରିଛି। ସୋମବାର ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଘଟଣା ସାମ୍‌ନାକୁ ଆସିବା ପରେ ଏହାକୁ ନେଇ ଡୁମ୍‌କାରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇବା ସହ ଅଙ୍କିତାଙ୍କୁ ନ୍ୟାୟ ଦାବିରେ ଏସ୍‌ଡିପିଓ ବିଜୟ କୁମାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଡୁମ୍‌କା ଏସ୍‌ପି ଅମ୍ବର ଲକ୍‌ଡା କହିଛନ୍ତି, ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତ୍ୱରିତ ବିଚାର ପାଇଁ ଫାଷ୍ଟଟ୍ରାକ୍‌ କୋର୍ଟରେ ଆବେଦନ କରାଯିବ। ଲୋକ ଶାନ୍ତିଶୃଙ୍ଖଳା ରକ୍ଷାରେ ସହଯୋଗ କରନ୍ତୁ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ବନ୍ନା ଗୁପ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri