Posted inଫୁରସତ

୨୭ ବର୍ଷ ଚାକିରି ଜୀବନରେ ଗୋଟିଏ ଛୁଟି ନେଇନାହାନ୍ତି ଏହି ବ୍ୟକ୍ତି: କମ୍ପାନୀ ଦେଲା ଉପହାର

ସାଧାରଣତଃ ଜଣେ ବ୍ୟକ୍ତି ଯଦି ନିଜ କାମ ପ୍ରତି ବିଶ୍ୱସ୍ତ ଥାନ୍ତି, ତେବେ ସେ ଛୁଟି ନେବା କଥା ଆଦୌ ଭାବନ୍ତି ନାହିଁ। ଯେଉଁ କାମ ପାଇଁ ସେ ଉତ୍ସର୍ଗୀକୃତ, ପ୍ରଥମେ ସେହି କାମ ପ୍ରତି ଧ୍ୟାନ ଦେଇଥାନ୍ତି। ଏମିତି ଜଣେ ବ୍ୟକ୍ତି ଆମେରିକାର ଲାସ ଭେଗାସରେ ଅଛନ୍ତି, ଯିଏ କି ୨୭ ବର୍ଷ ଚାକିରି ମଧ୍ୟରେ ଥରୁଟିଏ ବି ଛୁଟି ନେଇ ନାହାଁନ୍ତି। ବର୍ଗର କିଙ୍ଗ ଫୁଡ୍‌ କମ୍ପାନୀରେ କାର୍ଯ୍ୟ କରୁଥିବା ଏହି ବ୍ୟକ୍ତିଙ୍କୁ ଏକ ବଡ଼ ଉପହାର ମଧ୍ୟ ମିଳିଛି। ତାଙ୍କୁ କମ୍ପାନୀ ମ୍ୟାନେଜମେଣ୍ଟ ପକ୍ଷରୁ ହମ୍ବଲ୍‌ ଗୁଡ୍‌ ବ୍ୟାଗ୍‌ ମିଳିଛି।
ଆମେରିକାର ଲାସ ଭେଗାସର କେଭିନ୍‌ ଫୋର୍ଡ ବର୍ଗର କିଙ୍ଗର ଜଣେ ବିଶ୍ୱସ୍ତ କର୍ମଚାରୀ ଭାବେ ଜଣାଶୁଣା। ୨୭ ବର୍ଷ ଚାକିରି ମଧ୍ୟରେ ସେ ଗୋଟିଏ ଦିନ ଛୁଟି ନେଇ ନାହାଁନ୍ତି। ତାଙ୍କୁ ମ୍ୟାନେଜମେଣ୍ଟରୁ ‘ହମ୍ବଲ୍‌ ଗୁଡ୍‌ ବ୍ୟାଗ୍‌’ ଦିଆଯିବା ପରେ ଏହା ରାତାରାତି ଷ୍ଟାର ପାଲଟିଯାଇନ୍ତି। ୫୪ ବର୍ଷୀୟ କେଭିନ୍‌ ୧୯୯୫ରୁ ବର୍ଗର କିଙ୍ଗରେ କ୍ୟାସିଅର ଭାବରେ କାର୍ଯ୍ୟ କରୁଛନ୍ତି। କମ୍ପାନୀରେ ତାଙ୍କର ୨୭ତମ ବାର୍ଷିକୀ ଅବସରରେ ତାଙ୍କୁ ମୁଭି ଟିକେଟ, ଷ୍ଟାରବକ୍ସ କପ, ଚକୋଲେଟରେ ପରିପୂର୍ଣ୍ଣ ବ୍ୟାକପ୍ୟାକ୍‌ ପ୍ରଦାନ କରାଯାଇଥିଲା।
ଉପହାର ଗ୍ରହଣ କରିବା ପରେ ସେ କମ୍ପାନୀ ଏବଂ ସହକର୍ମୀମାନଙ୍କୁ ଧନ୍ୟବାଦ ଜଣାଇବାର ଏକ ଭିଡିଓ ଭାଇରାଲ ହୋଇଥିଲା। ପରବର୍ତ୍ତୀ ସମୟରେ କେଭିନଙ୍କ ଝିଅ ପିତାଙ୍କ ପାଇଁ ଏକ GoFundMe ପେଜ୍‌ ଖୋଲି କରି ପ୍ରାୟ ୨୦୦ ଡଲାର୍‌ ପାଣ୍ଠି ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ଏପର୍ଯ୍ୟନ୍ତ ପାଖାପାଖି ୩୦୦,୦୦୦ ଡଲାର (୨.୩୬ କୋଟିରୁ ଅଧିକ) ଦାନରେ ଆସିଛି ଏବଂ ଏହି ସଂଖ୍ୟା ଏବେ ମଧ୍ୟ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri