ଏକ ଟ୍ରିଲିଅନ୍‌ ଟଙ୍କା ରାଜସ୍ବର ହେବ ପୁନରୁଦ୍ଧାର

ମୁମ୍ବାଇ ,୪ା୭: ୱିଣ୍ଡଫଲ୍‌ ଟ୍ୟାକ୍ସ ବଳରେ ଭାରତ ମଧ୍ୟରେ ଉତ୍ପାଦିତ ତୈଳ ଏବଂ ବିଦେଶକୁ ରପ୍ତାନି ହୋଇଥିବା ଇନ୍ଧନ ଉପରେ ଲାଗୁ ଟିକସ ସମୁଦାୟ ରାଜସ୍ବର ଚତୁର୍ଥାଂଶରୁ ଅଧିକ ହେବ ବୋଲି ଜଣାପଡିଛି। ଫଳରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍‌ ଶୁଳ୍କ ହ୍ରାସ କଲାପରେ ସରକାର ଯେଉଁ ରାଜସ୍ବ ହ୍ରାସ କରିଥିଲେ, ସେସବୁ ଏହି ଟିକସ ବଳରେ ଫେରିପାଇବେ ବୋଲି ଶିଳ୍ପ ସୂତ୍ରରୁ ପ୍ରକାଶ ପାଇଛି।
ପେଟ୍ରୋଲ ଏବଂ ଜେଟ ଇନ୍ଧନ (ଏଟିଏଫ) ରପ୍ତାନି ଉପରେ ସରକାର ଲିଟର ପିଛା ୬ ଟଙ୍କା ଏବଂ ଡିଜେଲ ରପ୍ତାନିରେ ୧୩ ଟଙ୍କା ହ୍ରାସ କରିଛନ୍ତି। ଏହା ଜୁଲାଇ ପହିଲାରୁ ସାରା ଦେଶରେ ଲାଗୁ ମଧ୍ୟ ହୋଇଛି। ସେହିଭଳି ଦେଶରେ ଉତ୍ପାଦିତ ଅଶୋଧିତ ତୈଳ ଉପରେ ଟନ୍‌ ପିଛା ୨୩,୨୫୦ଟଙ୍କା ଟିକସ ଆଦାୟ କରାଯାଇଥିଲା। କେବଳ ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ (ଓଏନଜିସି), ଅଏଲ ଇଣ୍ଡିଆ ଲିମିଟେଡ୍‌ ଏବଂ ବେଦାନ୍ତ ଲିମିଟେଡ୍‌ ପରି ଅଶୋଧିତ ତୈଳ ଉତ୍ପାଦନକାରୀଙ୍କ ଉପରେ ଟିକସ ୨୦୨୧-୨୨ ଆର୍ଥିକ (ଏପ୍ରିଲ୍‌ ୨୦୨୧ ରୁ ମାର୍ଚ୍ଚ ୨୦୨୨) ମଧ୍ୟରେ ୨୯.୭ ନିୟୁତ ଟନ୍‌ ତୈଳ ଉତ୍ପାଦନକୁ ବିଚାର କରି ବାର୍ଷିକ ୬୯,୦୦୦ କୋଟି ଟଙ୍କା ଲାଗୁ କରାଯାଇଛି। ସେହିପରି ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ୯ ମାସ ପାଇଁ ଯଦି ଏହା (୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଟିକସ ବ୍ୟବସ୍ଥା) ଲାଗୁ ହୁଏ ତେବେ ସରକାର ପ୍ରାୟ ୫୨,୦୦୦କୋଟି ଟଙ୍କା ପାଇବେ ବୋଲି ଜଣାପଡିଛି।
ଯେ ଏପ୍ରିଲ ଓ ମେ ମାସରେ ଭାରତ ୨.୫ ମିଲିୟନ ଟନ୍‌ ପେଟ୍ରୋଲ, ୫.୭ ମିଲିୟନ ଟନ୍‌ ଡିଜେଲ ଏବଂ ୭୯୭,୦୦୦ ଟନ୍‌ ଏଟିଏଫ୍‌ ରପ୍ତାନି କରିଛି। ଯଦି ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଟିକସ ବ୍ୟବସ୍ଥା ଜାରି ରୁହେ ଅତି କମରେ ୨୦,୦୦୦ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ହେବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ଏହି ଦୁଇଟି ଟ୍ୟାକ୍ସ ମିଳିତ ଭାବେ ୭୨,୦୦୦ କୋଟି ଟଙ୍କା କିମ୍ବା ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍‌ ଶୁଳ୍କ ହ୍ରାସ କରି ସରକାର ହରାଇଥିବା ରାଜସ୍ବର ୮୫% ରୁ ଅଧିକ ଅର୍ଥ ସଂଗ୍ରହ ହେବ ବୋଲି କୁହାଯାଉଛି। ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ୧୦ମାସ ପାଇଁ ରାଜସ୍ବ ପ୍ରାୟ ୮୪,୦୦୦ କୋଟି ଟଙ୍କା ଥିଲା ଏବଂ ଓ୍ବିଣ୍ଡ ଟ୍ୟାକ୍ସ ଉକ୍ତ ଅଭାବର ୮୫%କୁ ଦୂର କରିବାରେ ସହାୟକ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?