Posted inଖେଳ

ବୁମରା ଆଇପିଏଲ ସିଜିନ୍‌ ୧୬ରୁ ବାହାର, ଶୀଘ୍ର କରିବେ ସର୍ଜରୀ…

କୋଲକାତା,୨୮।୨ : ଆଇପିଏଲ-୨୦୨୩ ଆରମ୍ଭ ହେବାକୁ ଆଉ ଏକ ମାସରୁ ଅଧିକ ସମୟ ବାକି ଅଛି। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଏକ ବଡ଼ ଝଟ୍‌କା ଲାଗିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତର ତାରକା ଫାଷ୍ଟ ବୋଲର ଜଶପ୍ରୀତ ବୁମରାଙ୍କୁ ଆଇପିଏଲ ୨୦୨୩ ରୁ ବାଦ ଦିଆଯାଇଛି। ତାଙ୍କ ପିଠିରେ ଆଘାତ ଲାଗିଥିବା କୁହାଯାଉଛି। ଏହି କାରଣରୁ ସେ ଆଇପିଏଲ ବାହାରେ ଅଛନ୍ତି।

ଏହା ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ଲାଇନକୁ ଆଇପିଏଲ ସିଜିନ୍‌ ୧୬ରେ ଟିକିଏ ଦୁର୍ବଳ କରିଦେବ ବୋଲି ଚର୍ଚ୍ଚା ହେଉଛି।

ପିଠି ସମସ୍ୟା ଯୋଗୁ ବୁମରା ଗତ ପାଞ୍ଚ ମାସ ଧରି ଦଳ ବାହାରେ ଅଛନ୍ତି। ଖବର ଅନୁଯାୟୀ, ବୁମରା ଶୀଘ୍ର ବ୍ୟାକ ସର୍ଜରୀ କରିପାରନ୍ତି। ଆଘାତରୁ ବୁମରା ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାଁନ୍ତି। ଏହି ଆଘାତ ଯୋଗୁ ବୁମରା ଗତ ବର୍ଷ ଏସିଆ କପ ଏବଂ ଟି-୨୦ ବିଶ୍ୱକପ ଖେଳିପାରି ନ ଥିଲେ। ଏଥି ସହିତ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିବା ପ୍ରାୟ ନିଶ୍ଚିତ। ଏଭଳି ପରିସ୍ଥିତିରେ ବୁମରା ଜୁନ ୭ରୁ ଓଭାଲରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ମଧ୍ୟ ଖେଳି ପାରିବେ ନାହିଁ ।

ବେଙ୍ଗାଲୁରୁର ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନସିଏ)ରେ ବିସିସିଆଇର ମେଡିକାଲ ଟିମ୍‌ ବୁମରାଙ୍କ ମାମଲାକୁ ଗୁରୁତର ସହ ନେଇ ଏ ଦିଗରେ ତାଙ୍କୁ ସାହାଯ୍ୟ କରୁଛନ୍ତି। ଏହା ସହିତ ସମ୍ପୂର୍ଣ୍ଣ ଚିକିତ୍ସା ମଧ୍ୟ କରାଯାଉଛି। ଏଭଳି ପରିସ୍ଥିତିରେ ଏନସିଏ କର୍ମଚାରୀ ବୁମରାଙ୍କୁ ତାଙ୍କ ତଳ ପିଠିରେ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ। ଅକ୍ଟୋବର-ନଭେମ୍ବରରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏକଦିବସୀୟ ବିଶ୍ୱକପକୁ ଧ୍ୟାନରେ ରଖି ବିସିସିଆଇ ଖୁବ ଶୀଘ୍ର ଏନସିଏ ଏବଂ ବୁମରାଙ୍କ ସହ ଆଲୋଚନା ପରେ ଅସ୍ତ୍ରୋପଚାର ଏବଂ ଅନ୍ୟାନ୍ୟ ବିକଳ୍ପ ଉପରେ ନିଷ୍ପତ୍ତି ନେଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏନଡିିଟିଏଲ୍‌ ଉପରୁ ସସ୍‌ପେଣ୍ଡ ପ୍ରତ୍ୟାହାର ଉଦ୍ୟମ ଚାଲିଛି: କ୍ରୀଡ଼ା ମନ୍ତ୍ରୀ

ନୂଆଦିଲ୍ଲୀ, ୨୭ା୮ (ପି.ଟି.)-ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବରୋଟୋରିରୁ ଆସନ୍ତା ଦୁଇ ମାସ ମଧ୍ୟରେ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର ଉଦ୍ୟମ ହେଉଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କରିନ...

ବାଂଲାଦେଶକୁ ଆବଶ୍ୟକ ୪୭୧ ରନ

ଚଟ୍ଟୋଗ୍ରାମ,୧୭।୧୨(ପି.ଟି.): ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଡ୍ରାଇଭର ସିଟ୍‌ରେ ଭାରତ। ଓପନର ଶୁବମନ ଗିଲ୍‌ ଓ ନିର୍ଭରଯୋଗ୍ୟ ଚେତେଶ୍ୱର ପୂଜାରାଙ୍କ ଶତକ ବଳରେ ଭାରତ ଦ୍ୱିତୀୟ...

ଧୋନୀଙ୍କ ରାସ୍ତାରେ ହାର୍ଦ୍ଦିକ, ଟ୍ରଫି ଜିତିବା ପରେ କଲେ ଏଭଳି…

ଡବଲିନ,୨୯।୬: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହଙ୍କ ରାସ୍ତାରେ ଚାଲିଲେ ହାର୍ଦ୍ଦକ ପାଣ୍ଡ୍ୟା। ଆୟର୍ଲାଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ୨-୦ରେ ସିରିଜ ଜିତିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍‌ରେ ସାଇନାଙ୍କ ଚମକ

ଭୁବନେଶ୍ୱର, ୧୦।୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ମହିଳା ଅନ୍ତର୍ଜାତୀୟ ମାଷ୍ଟର (ଡବ୍ଲ୍ୟୁଆଇଏମ୍‌) ସାଇନା ସାଲୋନିକା ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍‌ରେ ଚମକ ଦେଖାଇଛନ୍ତି। ସାଇନାଙ୍କ ନେତୃତ୍ୱରେ ଦିଲ୍ଲୀ...

ଅଣ୍ଡା ଖାଇ ଟ୍ରୋଲ୍‌ ହେଲେ ବିରାଟ କୋହଲି

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିକଟରେ ପ୍ରଶଂସକଙ୍କ ସହ ତାଙ୍କର ଏକ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ହୋଇଥିଲା। ପ୍ରଶଂସକମାନେ କୋହଲିଙ୍କୁ...

ରୋହିତ ଶର୍ମାଙ୍କ ଭବିଷ୍ୟବାଣୀ

ମୁମ୍ବାଇ,୧୩।୫: ଆଇପିଏଲ ୨୦୨୨ର ଏକ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ଉଇକେଟରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହା ଚଳିତ...

ରାଜନୀତିରେ ଯୋଗଦେବାକୁ ଦୂତୀ ଆଗ୍ରହୀ

ଭୁବନେଶ୍ୱର, ୨୪।୯(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଏବେ ପୁଣି ଚର୍ଚ୍ଚାରେ। ମାତ୍ର ଏଥର କୌଣସି ଖେଳ ପାଇଁ ନୁହେଁ ବରଂ...

ରୋନାଲ୍ଡୋଙ୍କୁ ୬ଷ୍ଠ ବାଲୋନ ଡି’ଅର ପୁରସ୍କାରରୁ ବଞ୍ଚିତ କରିଥିଲା ମାଡ୍ରିଡ୍‌

ପ୍ୟାରିସ,୪ା୧୨- ଚଳିତବର୍ଷର ଶ୍ରେଷ୍ଠ ଫୁଟବଲର ବାଲୋନ ଡି’ଅର ସମ୍ମାନ ଆର୍ଜେଣ୍ଟିନାର ଲିଓନେଲ ମେସି ହାତେଇବା ପରେ ଜୁଭେଣ୍ଟସର ଅଭିଜ୍ଞ ଡିଫେଣ୍ଡର ଗିର୍ଗିଓ ଚିଲିନି ଏକ ଚାଞ୍ଚଲ୍ୟକର...

Advertisement
Archives

Model This Week