Categories: ଖେଳ

କପିଳ ଦେବଙ୍କ ଭଳି କିମ୍ବଦନ୍ତୀଙ୍କ ତାଲିକାରେ ବୁମରା

ନୂଆଦିଲ୍ଲୀ,୩୦।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଆନ ଟେଷ୍ଟର ଉଭୟ ଇନିଂସରେ ମୋଟ ୫ ଉଇକେଟ ନେଇଥିବା ଯଶପ୍ରୀତ ବୁମରା ଏକ ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ବିଦେଶୀ ମାଟିରେ ୨୫ତମ ଟେଷ୍ଟ ମ୍ୟାଚ୍‌ରେ ବୁମରା ୧୦୦ ଉଇକେଟ ପୂରଣ କରିଛନ୍ତି। ଏଥିସହିତ ବିଦେଶ ମାଟିରେ ୧୦୦ ଟେଷ୍ଟ ଉଇକେଟ ନେବାରେ ବୁମରା ୬ଷ୍ଠ ଭାରତୀୟ ବୋଲର। ଏହି ତାଲିକାରେ କିମ୍ବଦନ୍ତୀ କପିଳ ଦେବ, ଜାହିର ଖାନ, ଇଶାନ୍ତ ଶର୍ମା, ମହମ୍ମଦ ଶାମି ଓ ଜାଭଗଲ ଶ୍ରୀନାଥଙ୍କ ଭଳି ପୂର୍ବତନ ସେପର ରହିଛନ୍ତି। ତେବେ ବୁମରାଙ୍କ ଟେଷ୍ଟ କ୍ୟାରିୟରରେ ରହିଛି ମୋଟ ୧୦୬ ଉଇକେଟ। ତନ୍ମଧ୍ୟରୁ କେବଳ ୫ଟି ଉଇକେଟ ଭାରତରେ ଖେଳିଥିବା ଏକମାତ୍ର ମ୍ୟାଚ୍‌ରେ ନେଇଥିଲେ।

Share