Posted inଖେଳ

କୋହଲିଙ୍କୁ ୪୪୦ ବୋଲ୍ଟର ଝଟ୍‌କା ଦେଲେ ବୁମ୍‌ରା

ମୁମ୍ବାଇ,୧୨।୪: ଆଇପିଏଲ ୨୦୨୪ରେ, ମୁମ୍ବାଇ ଇଣ୍ଡିଆନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ମୁମ୍ବାଇ ଟସ ଜିତି ଆରସିବିକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଫର୍ମରେ ଥିବା ବିରାଟ କୋହଲି ମାତ୍ର ୩ ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ତାଙ୍କୁ ଆଉଟ୍‌ କରିଥିବା ବୋଲର ଅନ୍ୟ କେହି ନୁହଁନ୍ତି, ଜଶପ୍ରୀତ ବୁମ୍‌ରା। ବିରାଟ ତାଙ୍କ ଇନିଂସରେ ୯ଟି ବଲ ଖେଳିଥିଲେ, ଏଥିରେ ସେ ମାତ୍ର ୩ ରନ ସ୍କୋର କରିପାରନ୍ତି। ତାଙ୍କୁ ବୁମ୍‌ରାଙ୍କ ବଲରେ ଉଇକେଟ କିପର ଇଶାନ କିଶନ କ୍ୟାଚ୍‌ ଧରିଥିଲେ। ଏହା ପ୍ରଥମ ଥର ନୁହେଁ ଯେ, ବୁମ୍‌ରା କୋହଲିଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି କାରଣ ବୁମରା ଏହି ଯୁଦ୍ଧରେ ୪ ଥର ଜିତିଛନ୍ତି।
ବୁମରା ୨୦୧୩ରେ ଆଇପିଏଲ ଡେବ୍ୟୁ କରିଥିଲେ ଏବଂ ଏହା ପରେ ଲିଗର ୧୧ଟି ସିଜନରେ ବିରାଟ କୋହଲି ଏବଂ ଜସପ୍ରୀତ ବୁମ୍‌ରା ଆଜି ପର୍ଯ୍ୟନ୍ତ ୧୬ ଇନିଂସରେ ମୁହାଁମୁହିଁ ହୋଇଛନ୍ତି। ବିରାଟ ଏହି ୧୬ ଇନିଂସରେ ବୁମରାଙ୍କ ଠାରୁ ୯୫ ବଲ୍‌ର ସମ୍ମୁଖୀନ ହୋଇଥିଲେ, ଏଥିରେ ସେ ୧୪୭.୪ର ଜବରଦସ୍ତ ଷ୍ଟ୍ରାଇକ ହାରରେ ୧୪୦ ରନ ସଂଗ୍ରହ କରିଥିଲେ। କିନ୍ତୁ ଏହି ଯୁଦ୍ଧରେ ୫ ଥର ବୁମ୍‌ରା ରାଜା କୋହଲିଙ୍କୁ ପାଭିଲିୟନକୁ ପଠାଇବାରେ ସଫଳ ହୋଇଛନ୍ତି। ଏମଆଇ ବନାମ ଆରସିବି ମ୍ୟାଚର ଏହି ଉଇକେଟ ଆଇପିଏଲରେ ପଞ୍ଚମ ଥର ଯେତେବେଳେ ବିରାଟ କୋହଲି ବୁମରାଙ୍କ ବଲରେ ଆଉଟ ହୋଇଥିଲେ।
ଜସପ୍ରୀତ ବୁମ୍‌ରା ପ୍ରଥମ ଥର ପାଇଁ ବିରାଟ କୋହଲିଙ୍କ ଉଇକେଟ ନେବାରେ ସଫଳ ହୋଇଥିଲେ। କିନ୍ତୁ ୨୦୧୪ ରୁ ୨୦୧୮ ପର୍ଯ୍ୟନ୍ତ ସେ ପୂର୍ବତନ ଆରସିବି ଅଧିନାୟକଙ୍କୁ ଥରେ ପ୍ୟାଭିଲିୟନକୁ ପଠାଇବାରେ ସକ୍ଷମ ହୋଇ ନ ଥିଲେ। କିନ୍ତୁ ୨୦୧୯ ପରଠାରୁ ବୁମ୍‌ରା କ୍ରମାଗତ ଭାବରେ ପ୍ରାଧାନ୍ୟ ବିସ୍ତାର କରିଆସୁଛି। ୨୦୧୯ ପରେ କୋହଲି ବୁମରାଙ୍କ ୨୯ଟି ବଲ୍‌ର ସମ୍ମୁଖୀନ ହୋଇ ୪୧ ରନ କରିଛନ୍ତି। କିନ୍ତୁ ବିରାଟ କୋହଲିଙ୍କ ଉଇକେଟ ମଧ୍ୟ ୪ ଥର ନେଇଛନ୍ତି। ୨୦୧୯ପରେ ବୁମରାଙ୍କ ବିପକ୍ଷରେ କୋହଲିଙ୍କ ହାରାହାରି ମାତ୍ର ୧୦.୨୫ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri