Posted inଜାତୀୟ

ଭଙ୍ଗାଯିବ ୧୦୦ ବର୍ଷ ତଳର ବିଲ୍ଡିଂ, ହାଇକୋର୍ଟ ଦେଲେ ନିର୍ଦ୍ଦେଶ…

ମୁମ୍ବାଇ, ୧୬।୮ : ଦକ୍ଷିଣ ମୁମ୍ବାଇର ବ୍ୟସ୍ତବହୁଳ ଭୁଲେଶ୍ୱର ଅଞ୍ଚଳରେ ଥିବା ୧୦୦ ବର୍ଷ ପୁରୁଣା ବିଲ୍ଡିଂକୁ ଭାଙ୍ଗିବା ପାଇଁ ବମ୍ବେ ହାଇକୋର୍ଟ ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମସି)କୁ ଅନୁମତି ଦେଇଛନ୍ତି। ଏହା ସହିତ ବିଲ୍ଡିଂ ବାସିନ୍ଦାଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଗଷ୍ଟ ୧୧ ରେ ହାଇକୋର୍ଟ ସମ୍ପୃକ୍ତ ଆଦେଶ ପାସ କରିଥିଲେ, ଯାହାର ନକଲ ସୋମବାର ଉପଲବ୍ଧ ହୋଇଥିଲା।

କୋର୍ଟ କହିଛନ୍ତି ଯେ ଏଚ.ଏନ ପେଟିଟ ଓ୍ବିଡୋ ହୋମ୍‌ ନାମକ କୋଠା ଏକ ବ୍ୟସ୍ତବହୁଳ ରାସ୍ତାରେ ଅବସ୍ଥିତ। ଏହା ପୁରୁଣା ହୋଇ ଯାଇଥିବାରୁ କୌଣସି ଅଘଟଣ ଘଟିବାର ଆଶଙ୍କା ରହିଛି। ଫଳରେ ବହୁ ଧନଜୀବନ ହାନି ହୋଇପାରେ।

ଜଷ୍ଟିସ ଆରଡି ଧନୁକା ଏବଂ ଜଷ୍ଟିସ କମଲ ଖାତାଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ବିଏମସିର ବୈଷୟିକ ପରାମର୍ଶଦାତା କମିଟି (ଟିଏସସି)ର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ବେଞ୍ଚ ଅନୁଯାୟୀ କୋଠାଟି ପୁରୁଣା ଏବଂ ବିପଜ୍ଜନକ ଅବସ୍ଥାରେ ଥିବାରୁ ଏହାକୁ ଭଙ୍ଗାଯିବା ଆବଶ୍ୟକ।

କମିଟିର ରିପୋର୍ଟକୁ ଭିତ୍ତି କରି ବିଏମସି ଚଳିତ ବର୍ଷ ଏପ୍ରିଲରେ ବିଲ୍ଡିଂ ମାଲିକଙ୍କୁ ଘର ଖାଲି କରିବାକୁ ନୋଟିସ ଜାରି କରିଥିଲା। ତେବେ ବିଲ୍ଡି୍‌ଂରେ ରହୁଥିବା କିଛି ଲୋକ ଏବଂ ତଳ ମହଲାରେ ଏକ ଦୋକାନ ଚଳାଉଥିବା କିଛି ଭଡ଼ାଟିଆଙ୍କୁ ବିଲ୍ଡିଂ ଖାଲି କରିବାକୁ ମନା କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ଯୁକ୍ତି କରିଥିଲେ ଯେ ବିଲ୍ଡିଂର କିଛି ଛୋଟମୋଟ ମରାମତି ଆବଶ୍ୟକ।

ସୂଚନାଯୋଗ୍ୟ ଯେ ତଳ ମହଲା ସମେତ ଛଅ ମହଲା ବିଶିଷ୍ଟ ବିଲ୍ଡିଂ ଟି ପ୍ରାୟ ୧୦୦ ବର୍ଷ ପୁରୁଣା । ବିଲ୍ଡିଂ ଅବସ୍ଥାକୁ ଦୃଷ୍ଟିରେ ରଖି ଏଥିରେ ରହୁଥିବା ବିଧବାମାନଙ୍କୁ ୨୦୧୯ରେ ଅନ୍ୟ ଏକ ଘରକୁ ସ୍ଥାନାନ୍ତର କରାଯାଇଥିଲା।

ଅକ୍ଟୋବର ୨୦୨୧ ରେ, ନାଗରିକ ସଂସ୍ଥାର ଟିଏସି ଏକ ଗଠନମୂଳକ ଅଡିଟ କରିଥିଲା। ସିଦ୍ଧାନ୍ତରେ ପହଞ୍ଚିଥିଲା ଯେ ବିଲ୍ଡିଂଟି ଖରାପ ଅବସ୍ଥାରେ ଅଛି ଏବଂ ଏହା ଭୁଶୁଡି ପଡିପାରେ। ତେଣୁ, ଏହା କେବଳ ଏଥିରେ ବାସ କରୁଥିବା ଲୋକଙ୍କ ପାଇଁ ନୁହେଁ ବରଂ ସେହି ବାଟ ଦେଇ ଯାଉଥିବା ଲୋକଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରେ। ଏହି କୋଠାକୁ ଯଥାଶୀଘ୍ର ଭାଙ୍ଗିବା ଉଚିତ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା।

ହାଇକୋର୍ଟ ତାଙ୍କ ଆଦେଶରେ ଦର୍ଶାଇଛନ୍ତି ଯେ ଟିଏସି ଏକ ସଠିକ ମତ ଦେଇଛି ଏବଂ କୋର୍ଟ ମଧ୍ୟ ଭିନ୍ନ ମତ ଦେବାକୁ ଚାହାନ୍ତି ନାହିଁ। ତେଣୁ ଶୀଘ୍ର ବିଲ୍ଡିଂ ଭଙ୍ଗାଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri