Posted inଫୁରସତ

ଏ ବିଲ୍ଡିଂରୁ ସେ ବିଲ୍ଡିଂକୁ ଉଡ଼ି ଖାଦ୍ୟ ଯୋଗାଉଛନ୍ତି ଡେଲିଭରି ବୟ, ଭିଡିଓ ଦେଖିଲେ…

ବିଶ୍ୱ ଦିନକୁ ଦିନ ବିକାଶର ନୂତନତା ଆଡ଼କୁ ଗତି କରୁଛି। ଏହି ଯେମିତି ବିଦ୍ୟୁତ୍‌, ମୋବାଇଲ, ଯାନବାହନ, ବିଭିନ୍ନ ମେଶିନ ଉପରେ ଲୋକେ ଏମିତି ନିର୍ଭରଶୀଳ ଯେ, ଏଗୁଡ଼ିକ ବିନା ମୁହୂର୍ତ୍ତେ ବଞ୍ଚିହେବନି। ଯେତେବେଳେ ମଣିଷ ଏହାର ଆବଶ୍ୟକତା ଅନୁଭବ ହେଲା ସେତେବେଳେ ଏହାର ଉଦ୍ଭାବନ କରାଗଲା। ଦୁନିଆ ଏବେ ହାଇ-ଟେକ୍‌ ସୁବିଧା ପାଇଛି। ଅନ୍‌ଲାଇନ୍‌ ସେବାଗୁଡ଼ିକ ଏହି ଲିଙ୍କର ଏକ ଅଂଶ। ଏବେ ହାତପାହାନ୍ତାରେ ଲୋକଙ୍କୁ ବିଭିନ୍ନ ସାମଗ୍ରୀ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ମିଳିଯାଉଛି। ଘରେ ବସି ଏସବୁ ସୁବିଧା ସୁଯୋଗ ମିଳୁଛି। ଡେଲିଭରି ବୟ ଖାଦ୍ୟ ସାମଗ୍ରୀ ସାଇକେଲ କିମ୍ବା ବାଇକ୍‌ରେ ନେଇ ଲୋକଙ୍କ ଘରେ ପହଞ୍ଚାଇଥାନ୍ତି। କିନ୍ତୁ ଏଣିକି ଆକାଶରେ ଉଡ଼ି ଉଡ଼ି ଘରେ ଖାଦ୍ୟ ପହଞ୍ଚାଇବେ ଡେଲିଭରି ବୟ।

@DailyLoud ନାମକ ଏକ ଟୁଇଟର ପେଜ୍‌ରେ ଏକ ଭିଡିଓ ଶେୟାର କରାଯାଇଛି। ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଜଣେ ବ୍ୟକ୍ତି ଆକାଶରେ ଉଡୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବ୍ୟକ୍ତି ଜଣକ ଜଣେ ଡେଲିଭରି ବୟ। ଯିଏ କି ଆକାଶରେ ଉଡ଼ି ଖାଦ୍ୟ ଯୋଗାଇବାକୁ ଆସିଥିଲେ। ଭିଡିଓଟି ସାଉଦିଆରବର। ଯେଉଁଠାରେ ଖାଦ୍ୟ ବିତରଣର ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଭିଡିଓଟିକୁ ୪୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୮୧ ହଜାରରୁ ଅଧିକ ଲୋକେ ଲାଇକ୍‌ କରିଛନ୍ତି।

ଭିଡିଓରେ ଡେଲିଭରି ବୟ ଜଣକ ଗୋଟିଏ ବିଲ୍ଡିଂରୁ ଆଉ ଗୋଟିଏ ବିଲ୍ଡିଂକୁ ଉଡ଼ି ଖାଦ୍ୟ ପହଞ୍ଚାଉଛନ୍ତି। ବ୍ୟକ୍ତି ଜଣକ ସମସ୍ତ ସୁରକ୍ଷା ଉପକରଣ ସହିତ ସମ୍ପୂର୍ଣ୍ଣ ସଜ୍ଜିତ ଥିଲେ। ଜେଟ୍‌ପ୍ୟାକ୍‌ ସାହାଯ୍ୟରେ ଆକାଶରେ ଉଡୁଥିଲେ। ଡେଲିଭରି ଏଜେଣ୍ଟଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହୋଇଥିଲା। ଭିଡିଓ ଦେଖିବା ପରେ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡ଼ିଥିଲେ ଯେ ଏହି ବ୍ୟକ୍ତି କିଏ ଏବଂ ସେ କଣ କରିବାକୁ ଚାହୁଁଛନ୍ତି?

ପରେ ଜଣାପଡ଼ିଲା ଏହା ଖାଦ୍ୟ ଯୋଗାଇବାର ଏକ ନୂଆ ତରିକା। ଏହି ବିମାନ ସେବା ବହୁତ ମହଙ୍ଗା ହୋଇପାରେ। ତେବେ ଲୋକମାନେ ଏହି ସେବାଗୁଡ଼ିକ ବ୍ୟବହାର କରିବା ଆରମ୍ଭ କରୁଛନ୍ତି କି? କିଛି ଲୋକ ଏହାକୁ ନକଲି ବୋଲି କହୁଥିବାବେଳେ କେହି କେହି କହିଛନ୍ତି ଯେ ଏହି ଭିଡିଓ ସାଉଦି ଆରବରୁ ଆସିଛି, ତେଣୁ ସେଠାରେ କିଛି ହୋଇପାରେ, ଅର୍ଥର ଅଭାବ ନାହିଁ। ପୂର୍ବରୁ, ଯେଉଁଠାରେ ଖାଦ୍ୟ ଖାଇବା ପାଇଁ ରେଷ୍ଟୁରାଣ୍ଟ କିମ୍ବା ହୋଟେଲକୁ ଯିବାକୁ ପଡୁଥିଲା, ଅନ୍‌ଲାଇନ୍‌ ଖାଦ୍ୟ ବିତରଣ ସେବା ଏହି କ୍ଷେତ୍ରରେ ଏକ ନୂତନ ବିପ୍ଳବ ଆଣିଛି। ବର୍ତ୍ତମାନ କିଛି କମ୍ପାନୀ ରୋବଟ ଏବଂ ଡ୍ରୋନ୍‌ ସହିତ ଖାଦ୍ୟ ବିତରଣ ସେବା ମଧ୍ୟ ଆରମ୍ଭ କରୁଛନ୍ତି। ଏପରି ପରିସ୍ଥିତିରେ, ଯଦି ବିତରଣର ବିମାନ ସେବା ମଧ୍ୟ ଆରମ୍ଭ ହୁଏ, ତେବେ ଏହା ଆଶ୍ଚର୍ଯ୍ୟଜନକ ନିଶ୍ଚିତ ଆଶ୍ଚର୍ଯ୍ୟଜନକ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri