ନିଷିଦ୍ଧାଞ୍ଚଳରେ ପ୍ରାଚୀର ନିର୍ମାଣ

ପୁରୀ ଅଫିସ,୨।୧୦: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଛି। ପ୍ରକଳ୍ପର ନିଷିଦ୍ଧାଞ୍ଚଳରେ କ୍ଲକ୍‌ ରୁମ୍‌, ମିନି କ୍ଲକ୍‌ ରୁମ୍‌, ଜନତା ଓ ସେବାୟତଙ୍କ ଶୌଚାଳୟ ସମେତ ଅନ୍ୟ ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ଏହି ନିଷିଦ୍ଧାଞ୍ଚଳ ପରିସରରେ ନିର୍ମାଣାଧୀନ ପ୍ରାଚୀରକୁ ନେଇ ସାନି ବିବାଦ ଦେଖାଦେଇଛି। ପ୍ରକଳ୍ପ ବିରୋଧୀମାନେ ଏହାକୁ ବେଆଇନ ବୋଲି ଦର୍ଶାଇବା ସହ ଏନେଇ ରାଜ୍ୟ ସରକାର ଅନୁମତି ପାଇ ନ ଥିବା ଅଭିଯୋଗ କରୁଛନ୍ତି।
ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ପ୍ରକଳ୍ପ କାର୍ଯ୍ୟ ପାଇଁ ଅନୁମତି ରହିଥିବାବେଳେ କ’ଣ ସବୁ ନିର୍ମାଣ କରାଯିବ ତାହା ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି। ସମ୍ପୃକ୍ତ ତାଲିକାରେ ପ୍ରାଚୀର ନିର୍ମାଣ କରିବା ନେଇ ଉଲ୍ଲେଖ ନାହିଁ। ପ୍ରଶାସନ ମନଇଚ୍ଛା ବେଆଇନ ଭାବେ ପ୍ରାଚୀର ନିର୍ମାଣ କରୁଛି। ପ୍ରଶାସନ ପ୍ରଥମେ ଏଥିଲାଗି ଅନୁମତି ଆଣିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ବରାଳ ଆହୁରି କହିଛନ୍ତି, ପ୍ରଶାସନ ପ୍ରାଚୀରକୁ ଲୋକଙ୍କ ଆଢ଼ୁଆଳରେ ରଖିବାକୁ ଚାହୁଁଛି। ଏଥିପାଇଁ ଯେତିକି ପ୍ରାଚୀର ନିର୍ମାଣ ହେଉଛି ତାହାକୁ ପୋତି ଦିଆଯାଉଛି। ତଳୁ ବର୍ତ୍ତମାନ ସୁଦ୍ଧା ୫ ଫୁଟର ପ୍ରାଚୀର ନିର୍ମାଣ ହୋଇସାରିଲାଣି। କିଛି ସ୍ଥାନରେ ନିର୍ମାଣ ସରିଯାଇଥିବା ବେଳେ ପରିକ୍ରମା ପ୍ରକଳ୍ପ ଚାରି ପାଖରେ ଏହି ପ୍ରାଚୀର ବୁଲାଯାଉଛି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ପୁରୀ ସର୍କଲ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଅନୁମତି ଥିବା ପ୍ରକଳ୍ପ କାର୍ଯ୍ୟ ସଂଲଗ୍ନ ଏକ ପ୍ରାଚୀର ନିର୍ମାଣ ହେଉଛି। ମାତ୍ର ଏନେଇ ଅନୁମତି ରହିଛି କି ନାହିଁ ତାହା ଯାଞ୍ଚ ଚାଲିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରକଳ୍ପ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ଲାଗି କୁହାଯାଇଛି। ତେବେ ପ୍ରାଚୀର ନିର୍ମାଣରେ ଆଇନ ଉଲ୍ଲଂଘନ ହୋଇଛି କି ନାହିଁ ଏବଂ ଏଭଳି ନିର୍ମାଣ ହୋଇପାରିବ କି ନାହିଁ ତାହାର ବୈଷୟିକ ଦିଗ ଉପରେ ଆଲୋଚନା କରାଯିବ। ଘଟଣାସ୍ଥଳକୁ ଯାଇ ଯାଞ୍ଚ ଶେଷ କରିବା ସହ ଉପରିସ୍ଥ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ପରାମର୍ଶ ମାଗିଛୁ ବୋଲି ସେ ପ୍ରକାଶ କରିଛନ୍ତି। ସେହିଭଳି ପ୍ରକଳ୍ପ କାର୍ଯ୍ୟ ଦାୟିତ୍ୱରେ ଥିବା ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି)ର ଅଧିକାରୀ ପ୍ରଭାତ ପାଣିଗ୍ରାହୀ କହିଛନ୍ତି, ପରିକ୍ରମା ପ୍ରକଳ୍ପରେ ନିର୍ମାଣ କରାଯାଉଥିବା କୋଠା ଓ ବାହାର ରାସ୍ତାକୁ ବିଭକ୍ତ କରିବା ସହ ଗମନାଗମନ ଏବଂ ଯୋଗାଯୋଗର ସୁବିଧା ନିମନ୍ତେ ଏହି ପ୍ରାଚୀର ତିଆରି ହେଉଛି। ମୁଖ୍ୟତଃ ପ୍ରାଚୀର ସେପଟେ ଯାନବାହନ ଚଳାଚଳ ସହ ଲୋକେ ଯାତାୟାତ କରିବେ। ପାର୍କିଂ ଓ ଯାନବାହନ ଚଳାଚଳ ପ୍ରାଚୀର ସେପଟେ ହେବ। ଫଳରେ ଟ୍ରାଫିକ ଜାମ୍‌ ଭଳି ସ୍ଥିତି ଉପୁଜିବ ନାହିଁ। ଯାତ୍ରୀଙ୍କ ମୌଳିକ ସୁବିଧା ପାଇଁ ହୋଇଥିବା ଶୌଚାଳୟ ଓ କ୍ଳକ ରୁମ୍‌ ଇତ୍ୟାଦିକୁ ଅନାୟାସରେ ଯାଇଆସି ହେବ। ପ୍ରାଚୀର ବାହାରେ ପାର୍କିଂ ସୁବିଧା ରହିବ। ତେବେ ଗୋଟିଏ ପଟେ ପ୍ରଶାସନ ଏଭଳି ନିର୍ମାଣକୁ ଆଇନ ଦୃଷ୍ଟିକୋଣରୁ ଠିକ୍‌ ଦର୍ଶାଉଥିବାବେଳେ ଅନ୍ୟପଟେ ପ୍ରକଳ୍ପ ବିରୋଧୀମାନେ କାର୍ଯ୍ୟକୁ ବେଆଇନ ବୋଲି କହିଛନ୍ତି। ପ୍ରକଳ୍ପ କାର୍ଯ୍ୟ ପାଇଁ ମିଳୁଥିବା ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ୍‌ (ଏନ୍‌ଓସି)ରେ ପ୍ରାଚୀର ସମ୍ପର୍କରେ ଉଲ୍ଲେଖ ନ ଥିବାରୁ ବିରୋଧୀମାନେ ପ୍ରଶାସନକୁ ଟାର୍ଗେଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri