ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ବିଲ୍ଡର ଗିରଫ

ଭୁବନେଶ୍ୱର,୯।୭(ବ୍ୟୁରୋ):ଯୌତୁକ ସାମଗ୍ରୀ ହାତେଇବା ପରେ ପ୍ରଥମ ସ୍ତ୍ରୀଙ୍କୁ ମାଡ଼ ମାରି ଘରୁ ତଡ଼ି ଦେଇଥିଲେ। ଏବେ ଦ୍ୱିତୀୟ ସ୍ତ୍ରୀ ଆଣିଛନ୍ତି ସମାନ ଅଭିଯୋଗ। ତାଙ୍କ ଅଭିଯୋଗ ଆଧାରରେ କ୍ୟାପିଟାଲ ଥାନା ପୋଲିସ ଗୁରୁବାର ଅଭିଯୁକ୍ତ ସ୍ବାମୀ ତଥା ବିଲ୍ଡର ସୂର୍ଯ୍ୟନଗରରେ ରହୁଥିବା ପୁରୀ ଜିଲା ଚନ୍ଦନପୁର ଅଞ୍ଚଳର ପ୍ରିୟବ୍ରତ ମିଶ୍ର (୨୮)ଙ୍କୁ ଗିରଫ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ମା’ବାପା କୋର୍ଟରୁ ଆଗୁଆ ଜାମିନ ପାଇଥିବା ପୋଲିସ କହିଛି।
ପୋଲିସ କହିବାନୁଯାୟୀ, ପ୍ରିୟବ୍ରତ ୨୦୧୮ ଜୁଲାଇ ୧୫ରେ କଟକ ଜିଲା ନିଆଳି ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ବିବାହ କରିଥିଲେ। ଯୌତୁକ ବାବଦରେ ଗାଡ଼ି, ୭୦ ଭରି ସୁନା ଅଳଙ୍କାର ସହ ୨୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଦିଆଯାଇଥିଲା। ବାହାଘରର ୭ ଦିନ ପରେ ତାଙ୍କୁ ନିର୍ଯାତନା ଦେବା ଅରମ୍ଭ କରିଥିଲେ ପ୍ରିୟବ୍ରତ। ପରବର୍ତ୍ତୀ ସମୟରେ ତାଙ୍କ ଗର୍ଭ ନଷ୍ଟ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ଗୋଟିଏ ପୁଅ ଜନ୍ମ ହୋଇଥିଲା। ଏହାପରେ ପ୍ରିୟବ୍ରତଙ୍କ ସହ ମା ଓ ବାପା ନିର୍ଯାତନା ଦେଇ ତାଙ୍କୁ ଘରୁ ବିଦା କରିଦେଇଥିଲେ। ୨୦୨୧ ଫେବୃୟାରୀ ୯ରେ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଞ୍ଚଳର ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିଥିଲେ ପ୍ରିୟବ୍ରତ। ପ୍ରିୟବ୍ରତଙ୍କୁ ଜଣେ ଯୁବତୀ ଧୋକା ଦେଇଛନ୍ତି, ସେ ମାନସିକ ଚାପରେ ଅଛନ୍ତି, ତେଣୁ ବାହାରେ ବିବାହ କଲେ ବିପଦ ଥିବା କହି ଯୁବତୀଙ୍କୁ ଚୁପ୍‌ଚାପ୍‌ ଘର ଭିତରେ ବିବାହ କରାଇଥିଲେ ତାଙ୍କ ପରିବାର ଲୋକେ। ଏପରିକି ସେ ଯୌତୁକ ବାବଦକୁ ଆଣିଥିବା ସୁନାଗହଣା ସବୁ ଲକରରେ ରଖି ଦେଇଥିଲେ। ପ୍ରିୟବ୍ରତ ଦ୍ୱିତୀୟ ବିବାହ କରିଥିବା ଜାଣିବା ପରେ ପ୍ରଥମ ସ୍ତ୍ରୀ ପହଞ୍ଚତ୍ ବିରୋଧ କରିବା ସହ ପାଟିତୁଣ୍ଡ କରିଥିଲେ। ଏପଟେ ବାହାଘରର କିଛିଦିନ ପରେ ଦ୍ୱିତୀୟ ସ୍ତ୍ରୀଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ଆଉ ୫ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ କହି ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ତାଙ୍କୁ ଘରୁ ବିଦା କରିଦେଇଥିଲେ। ଫଳରେ ସେ ଏପ୍ରିଲ ୧୭ରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୨୫୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପକ୍ଷରେ ସମସ୍ତ ଅଭିଯୋଗକୁ ପ୍ରିୟବ୍ରତ ମିଶ୍ର ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ପ୍ରକାର କଥା କହୁଛନ୍ତି ଟ୍ରମ୍ପ, ଗୋଟିଏ ପଟେ ଆକ୍ରମଣର ଚେତାବନୀ, ଅନ୍ୟପଟେ ଚୁକ୍ତି କଥା ବି ଉଠାଇଛନ୍ତି

ଓ୍ବାଶିଂଟନ,୬।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ପାଇଁ ସମୟ ସୀମାକୁ – ହରମୁଜ ପ୍ରଣାଳୀକୁ ପୁନଃ ଖୋଲିବା ସମ୍ପର୍କରେ – ଆହୁରି ୨୪…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଆମେରିକା-ଇରାନ ମଧ୍ୟରେ ହେବ ୪୫ ଦିନ ଯୁଦ୍ଧ ବିରତି! ଟ୍ରମ୍ପଙ୍କ ଧମକ ପରେ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ଓ୍ବାଶିଂଟନ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ପାଇଁ ଏକ ସମୟସୀମା ଧାର୍ଯ୍ୟ କରି ଇରାନକୁ ଏକ ଅଲଟିମେଟମ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ତେହରାନ…

ପ୍ରଥମେ ଜୟଶଙ୍କରଙ୍କ ସହ କଥା ହୋଇ ପୁଣି ରୁଷିଆକୁ ଫୋନ ଲଗାଇଲା ଇରାନ, ବିଶ୍ୱକୁ ଦେଲା କେଉଁ ବିପଦର ଚେତାବନୀ? ଟ୍ରମ୍ପଙ୍କ ଧମକ ପରେ…

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ସହିତ ବିବାଦ ମଧ୍ୟରେ, ଇରାନର ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ରୁଷିଆର ବୈଦେଶିକ ମନ୍ତ୍ରୀ ଲାଭରୋଭଙ୍କ ସହ ଟେଲିଫୋନ…

ଆଦର୍ଶ ବଜାରରୁ ବି ଉଠିପାରିଲାନି ଧାନ: କାଳବୈଶାଖୀ ମାଡ଼ି ଆସୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ): ଆଉ ପ୍ରାୟ ମାସକ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ମାତ୍ର ବିଡ଼ମ୍ବନାର ବିଷୟ ଏପର୍ଯ୍ୟନ୍ତ ବରଗଡ଼ ଜିଲାରେ ରହିଥିବା ବିଭିନ୍ନ ଧାନକ୍ରୟ କେନ୍ଦ୍ର(ମଣ୍ଡି)ରୁ…

ବିଧାୟକ-କାଉନସିଲର ବିବାଦ: ଶପଥ ପାଇଁ ସଭାମଞ୍ଚକୁ ଟଣାହେଲେ ମହାପ୍ରଭୁ, ଆଉ ତା’ ପରେ…

ଚିକିଟି,୬ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ସମ୍ମିଳନୀ କକ୍ଷ ଗୃହରେ ଶନିବାର ଭତ୍ତା ବଣ୍ଟନ ନେଇ ବିଧାୟକ ଏବଂ ଏନ୍‌ଏସି ଅଧ୍ୟକ୍ଷl…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri