ବୁଗୁଡ଼ା ଏନ୍‌ଏସି: ସରିଲା ଯାଞ୍ଚ, ରହିଲେ ୩୩ ପ୍ରାର୍ଥୀ

ବୁଗୁଡ଼ା,୧୦ା୩(ଡି.ଏନ.ଏ.):ବୁଗୁଡ଼ା ଏନଏସି ଅଧ୍ୟକ୍ଷ ପଦବୀ ପାଇଁ ୭ ଜଣ ଏବଂ ୧୩ ୱାର୍ଡର କାଉନଶିଲର ପଦବୀ ପାଇଁ ୨୬ ଜଣ ଏପରି ମୋଟ ୩୩ ଜଣ ପ୍ରାର୍ଥୀ ବୁଧବାର ଯାଞ୍ଚ ପରେ ରହିଥିବା ନେଇ ନିର୍ବାଚନ ଅଧିକାରୀ ସଂଗ୍ରାମ କେଶରୀ ଜେନା କହିଛନ୍ତି। ଯାଞ୍ଚ ପରେ ବିଜେଡିର ୧୩ଜଣ କାଉନସିଲର ପ୍ରାର୍ଥୀ, ଭାଜପାର ୧୨ଜଣ କାଉନଶିଲର ପ୍ରାର୍ଥୀ ଓ ଜଣେ ସ୍ବାଧୀନ ପ୍ରାର୍ଥୀ ରହିଥିବା ବେଳେ କଂଗ୍ରେସ ପକ୍ଷରୁ କୌଣସି କାଉନଶିଲର୍‌ ପ୍ରାର୍ଥୀ ନାମାଙ୍କନପତ୍ର ପୂର୍ବରୁ ଦାଖଲ କରିନାହାନ୍ତି। ଯାଞ୍ଚ ପରେ ରହିଥିବା ଏନ୍‌ଏସି ନଗରପାଳ ପ୍ରାର୍ଥୀଙ୍କ ମଧ୍ୟରେ ଭାଜପାରୁ ପ୍ରତାପ ନାୟକ, ବିଜେଡିରୁ ଚିତ୍ରସେନ ପ୍ରଧାନ, କଂଗ୍ରେସରୁ ସୀମାଞ୍ଚଳ ଖଟାଇ ଏବଂ ସ୍ବାଧୀନ ଭାବରେ ଭାବଗ୍ରାହୀ ମହାନ୍ତି, ଡି ରେଶମା ପାତ୍ର, ସୂର୍ଯ୍ୟ ନାରାୟଣ ମହାନ୍ତି ଓ ଜଗନ୍ନାଥ ପ୍ରଧାନ ଥିବା ଜଣାପଡିଛି। ପ୍ରକାଶଥାଉକି ୧୩ ନଂ ୱାର୍ଡରେ ଜଣେ ବିଜେଡି କାଉନଶିଲର୍‌ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱି ଅଛନ୍ତି।