ବୁଗୁଡ଼ା: ନୂତନ ବନାଞ୍ଚଳ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ମାନସ କୁମାର

ବୁଗୁଡା,ତା ୧୭।୯(କାଳିଚରଣ ଦାଶ): ସ୍ଥାନୀୟ ବନ ବିଭାଗ କାର୍ଯ୍ୟାଳୟରେ ନୂତନ ବନାଞ୍ଚଳ ଅଧିକାରୀ ଭାବେ ମାନସ କୁମାର ସାହୁ ଯୋଗ ଦେଇଛନ୍ତି। ପୂର୍ବରୁ ସେ ବ୍ରହ୍ମପୁର ବନାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ଅତିରିକ୍ତ ଦାୟିତ୍ୱରେ ଥିବା ରେଞ୍ଜର ପ୍ରମୋଦ କୁମାର ପଣ୍ଡାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବା ପରେ କାର୍ଯାଳୟର କର୍ମଚାରୀଗଣ ତାଙ୍କୁ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ। ତେବେ ସେ ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରେ ହିଁ ତାଙ୍କ ତତ୍ତ୍ବାବଧାନରେ ବୁଗୁଡା ବନାଞ୍ଚଳର ୮ଟି ସ୍ଥାନରେ ୮୨୩୮ଟି ବୃକ୍ଷ ରୋପଣ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯକ୍ରମକୁ ବନପାଳ ସୁକାନ୍ତ କୁମାର ପଟ୍ଟନାୟକ, ଅର୍ଜୁନ ଜାନି, କ୍ଷୀରୋଦ କୁମାର ଗୌଡ, ସୁନିତା ପାତ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମଚାରୀମାନେ ଏବଂ ବନ ସୁରକ୍ଷାର କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ। ତେବେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ଯଥେଷ୍ଟ ଧ୍ୟାନ ଦେବେ ବୋଲି ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଉପାଧ୍ୟକ୍ଷଙ୍କ ଅଶାଳୀନ ମନ୍ତବ୍ୟର ଅଡ଼ିଓ ଭାଇରାଲ: ଭାଜପା ମହଲରେ ଅସନ୍ତୋଷ

ହାଟଡିହୀ,୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍‌ ବିଜେଡି ଉପାଧ୍ୟକ୍ଷ ଭାଜପା ଦଳ ବିରୋଧରେ ଅଶାଳୀନ ମନ୍ତ୍ରବ୍ୟ ଦେବା ତଥା ଅଶ୍ଳୀଳ ଭାଷାରେ ଗାଳି ଦେବା ନେଇ…

ରାଷ୍ଟ୍ରୀୟ ଲୋକଅଦାଲତରେ ସମାଧାନ ହେଲା ୪୯ ମାମଲା

ପୁରୁଷୋତ୍ତମପୁର,୯ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତ ପରିସରରେ ତାଲୁକ ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ଜାତୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି।…

ଗାଁକୁ ଆସି ପଡ଼ିଲେ ଧରା: ୧୦ ମାସ ହେଲା କେଟିଏମ୍‌ ଚଢ଼ି ବୁଲୁଥିଲେ, ଧରିପକାଇଲା… 

ଦିଗପହଣ୍ଡି,୯।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗାଁ ଛକରୁ ଗତ ୨୦୨୫ ଜୁଲାଇ ୩୧ ତାରିଖରେ ଏକ କେଟିଏମ ବାଇକ ଚୋରି ଘଟଣାରେ…

୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସିଜିଏସଟି ସୁପରିଟେଣ୍ଡେଣ୍ଟ, ବାନ୍ଧିଲା CBI

ବାଲେଶ୍ବର,୯।୫ ବାଞ୍ଛାନିଧି ଦେ): ଲାଞ୍ଚ ନେଉଥିବାବେଳେ କେନ୍ଦ୍ରୀୟ ଦ୍ରବ୍ୟ ଓ ସେବାକର (ସିଜିଏସଟି)ବିଭାଗର ବାଲେଶ୍ବର ଆଞ୍ଚଳିକ ଅଧୀକ୍ଷକ (ଟେକ୍ନିକାଲ  ସୁପରିଟେଣ୍ଡେଣ୍ଟ) ଓମ ପ୍ରକାଶ ନାୟକଙ୍କୁ ସିବିଆଇ ଟିମ…

ସୌମ୍ୟଙ୍କ ମୃତ୍ୟୁକୁ ନେଇ ସାଂଘାତିକ କଥା କହିଲେ ସାଙ୍ଗ ଓମ୍‌, ଯୁବତୀଙ୍କୁ ମାଡ଼ ମାରିଥିଲେ ହେଲେ…

ଭୁବନେଶ୍ୱର,୯।୫: GRP କନଷ୍ଟେବଲ ସୌମ୍ୟଙ୍କ ମୃତ୍ୟୁକୁ ନେଇ ସାଂଘାତିକ ଖୁଲାସ କଲେ ସାଙ୍ଗ ଓମ ପ୍ରକାଶ। ଦୁଇ ଯୁବତୀ ଆଣିଥିବା ଅଭିଯୋଗକୁ ଓମ୍‌ ଖଣ୍ଡନ କରିଛନ୍ତି। ତେବେ…

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ଭୋଜି ଖାଇ ବର୍ତ୍ତିଆ ଗାଁରେ ଝାଡାବାନ୍ତି; ୮୦ରୁ ଅଧିକ ଆକ୍ରାନ୍ତ, ଗାଁରେ ଡାକ୍ତରୀ ଦଳ

ଖପ୍ରାଖୋଲ, ୯।୫(ଅଭୟ ତ୍ରିପାଠୀ): ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ବର୍ତ୍ତିଆ ଗାଁରେ ବାହା ଭୋଜି ଖାଇ ୮୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…

ଭାଜପା ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହେଲେ ସୌଦାମିନୀ ଦେହୁରୀ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦେବଗଡ,୯।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଭାଜପାର ଜିଲା ମହିଳା ମୋର୍ଚ୍ଚା ସଭା ନେତ୍ରୀ ସୌଦାମିନୀ ଦେହୁରୀଙ୍କୁ ଦେବଗଡ଼ ଜିଲା ପାଇଁ ଦାୟିତ୍ୱ ମିଳିଛି। ଦାୟିତ୍ୱ ଦେଇ ଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri