ମଦ ପିଇ ମାତାଲ୍‌ ହେଲେ ମଇଁଷି, ମାଲିକ ଗିରଫ…

ଅହମଦାବାଦ୍‌,୮।୭: ଗୁହାଳରେ ରଖାଯାଇଥିବା ମଦ ପିଇ ମଇଁଷିମାନେ ମାତାଲ ହୋଇ ସର୍ବସାଧାରଣ ରାସ୍ତାରେ ଭଙ୍ଗାରୁଜା କରିଥିଲେ। ଏଭଳି ଅଭାବନୀୟ ଘଟଣା ଗୁଜରାଟର ଗାନ୍ଧିନଗରରେ ଘଟିଛି। ଖବର ପାଇ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମଇଁଷିଙ୍କୁ ଆୟତ୍ତ କରିଥିଲେ। ଏହା ପରେ ମାଲିକଙ୍କୁ ଖୋଜା ପଡ଼ିଥିଲା। ଗୁହାଳଘରେ ପୋଲିସ ଟିମ୍‌ ପହଞ୍ଚି ମାଲିକ ଲୁଚାଇ ରଖିଥିବା ୧୦୧ ବୋତଲ ମଦ ଜବତ କରିଛନ୍ତି। ରାଜ୍ୟରେ ମଦ ପିଇବା ଉପରେ କଟକଣା ଲଗାଯାଇଛି। ତେଣୁ ପୋଲିସ ସମ୍ପୃକ୍ତ ମଇଁଷି ମାଲିକ ଦିନେଶ ଠାକେରା, ଅମ୍ବରମ୍‌ ଠାକୋର ଏବଂ ରବି ଠାକୋରଙ୍କୁ ଗିରଫ କରିଛନ୍ତି। ମଇଁଷି କୁଣ୍ଡରେ ମାଲିକ ମଦ ବୋତଲ ରଖିଥିଲେ। ଅସାବଧାନତା ଯୋଗୁ ମଦ ବୋତଲ ଠିପି ଖୋଲି ଯାଇ ମଦ କୁଣ୍ଡ ପାଣିରେ ମିଶି ଯାଇଥିଲା। ମଇଁଷି ଏହାକୁ ପିଇବା ପରେ ମାତାଲ ହୋଇ ଯାଇଥିଲେ। ଗୁହାଳରୁ ଫିଟି ରାସ୍ତାକୁ ଆସି ଦୌଡ଼ାଦୌଡ଼ି କରିବା ଆରମ୍ଭ କରିଥିଲେ। ମାଲିକ ଏନେଇ ଡାକ୍ତରଙ୍କ ଖବର ଦେଇଥିଲେ। ଡାକ୍ତର ଯାଞ୍ଚ୍‌ କରିଥିଲେ। ମାତ୍ର କାହିଁକି ମଇଁଷିମାନେ ଏଭଳି ହେଉଛନ୍ତି ତାହା ଜାଣି ପାରି ନ ଥିଲେ। ଶେଷରେ ସେ ମଇଁଷି କୁଣ୍ଡ ପରୀକ୍ଷା କରିଥିଲେ। କୁଣ୍ଡର ପାଣିର ରଙ୍ଗ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିରେ ମଦ ମିଶିଥିବା ସେ କହିଥିଲେ। ଶେଷରେ କୁଣ୍ଡରେ ଲୁଚାଯାଇଥିବା ମଦ ବୋତଲ ମିଳିଥିଲା। ଜବତ ମଦର ଦାମ ୩୫ ହଜାର ଟଙ୍କା ହେବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଆମେରିକାକୁ ବଡ଼ ଝଟକା ଦେଲା ଇରାନ

ତେହରାନ,୪।୪: ଗତ ପାଞ୍ଚ ସପ୍ତାହ ଧରି ଚାଲିଥିବା ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବେ ସବୁଠାରୁ ବିପଜ୍ଜନକ ଏବଂ ଅନିଶ୍ଚିତ ପର୍ଯ୍ୟାୟରେ ପ୍ରବେଶ କରିଛି।…

ଆମେରିକାକୁ ଦୋହଲାଇ ଦେଲା ଇରାନ: ୨୪ ଘଣ୍ଟାରେ କଲା ଏମିତି କ୍ଷତି, ଭୁଲିହେବନି

ତେହରାନ,୪।୪: ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଗୁଡ ଫ୍ରାଇଡେ ଏକ ‘କଳା ଦିବସ’ ପାଲଟିଛି। ଇରାନ ଅତି କମରେ ଆମେରିକାର ଦୁଇଟି ଲଢ଼ୁଆ ବିମାନ, ପାଞ୍ଚଟି ଡ୍ରୋନ ଏବଂ…

ଖୋଲିବ କି ହର୍ମୁଜ୍ ପ୍ରଣାଳୀ? ଆମେରିକାର ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୪।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଆମେରିକୀୟ ଗୁଇନ୍ଦା ରିପୋର୍ଟରେ ଦାବି କରାଯାଇଛି ଯେ ଇରାନ ଶୀଘ୍ର ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବାର ସମ୍ଭାବନା ନାହିଁ । ଏହାର…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଆଉ ତା’ପରେ ଘଟିଲା

ଲୋଇସିଂହା,୪।୪(ସୁଶାନ୍ତ ବାରିକ) ବରଗଡ-ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି। ଦୁର୍ଘଟଣାସ୍ଥଳରେ ଜଣେ…

ଖୁସି ଖବର! ହର୍ମୁଜ ପାର୍ ହୋଇ ଭାରତ ଆସୁଛି ତେଲ-ଗ୍ୟାସ ଜାହାଜ, କମିଯିବକି ଦର?

ନୂଆଦିଲ୍ଲୀ,୪।୪: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଭାରତ ପାଇଁ ଏକ ଆଶ୍ବସ୍ତିକର ଖବର ଅଛି । ଭାରତୀୟ ପତାକା ଲାଗିଥିବା ଜାହାଜ ସହିତ, ଅନ୍ୟ ତିନୋଟି ଜାହାଜ ସଫଳତାର…

ଟ୍ରମ୍ପଙ୍କୁ ବଡ଼ ଝଟକା: ପାକିସ୍ତାନରେ ଆଲୋଚନା କରିବାକୁ ମନା କଲା ଇରାନ, ୪୮ ଘଣ୍ଟାର ଅସ୍ତ୍ରବିରତି ସର୍ତ୍ତକୁ କଲା ପ୍ରତ୍ୟାଖ୍ୟାନ

ଓ୍ବାଶିଂଟନ୍‌,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ପାଇଁ ପାକିସ୍ତାନ, କାତାର ଏବଂ ତୁର୍କୀ ଦ୍ୱାରା ମଧ୍ୟସ୍ଥତା ପାଇଁ କରାଯାଇଥିବା ପ୍ରୟାସ ବିଫଳ ହୋଇଛି, କାରଣ ଇରାନ…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ କୂଅରେ ପଡିଗଲା କାର୍, ଗୋଟିଏ ପରିବାରର ୯ ମୃତ

ମୁମ୍ବାଇ,୪ା୪: ମହାରାଷ୍ଟ୍ରର ନାଶିକରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ କାର ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ପାଣି ଭର୍ତ୍ତି କୂଅରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri