Categories: ରାଜ୍ୟ

ଅଭିବୃଦ୍ଧିରେ ସହାୟକ ହେବ ବଜେଟ୍‌ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଚେନ୍ନାଇ,୧।୨: ପାର୍ଲାମେଣ୍ଟରେ ସୋମବାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମହାମାରୀ ଆସିବା ପରେ ଏହା ପ୍ରଥମ ବଜେଟ୍‌। ଉପସ୍ଥାପିତ ବଜେଟ୍‌ ଦେଶର ଅନେକ ସମସ୍ୟାର ସମାଧାନ କରିବ। ଅଭିବୃଦ୍ଧିକୁ ଗତିଶୀଳ କରାଇବାରେ ସହାୟକ ହେବ ଏହି ବଜେଟ୍‌। ‘ଆତ୍ମର୍ନିଭରଶୀଳ ଭାରତ’ ପାଇଁ ଏକ ଦୀର୍ଘକାଳୀନ ଦୃଷ୍ଟିଭଙ୍ଗୀ ରହିଛି । ଏହାସହିତ ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦିଆଯାଇଛି। ବିକାଶମୂଳକ ଆର୍ଥିକ ପ୍ରତିଷ୍ଠାନର ପୁନଃପ୍ରଚଳନ, କୋଭିଡ ଟିକା ପାଇଁ ଅର୍ଥ ଆବଣ୍ଟନ, ଶିଳ୍ପ ଓ ର୍ନିଦ୍ଦିଷ୍ଟ କ୍ଷେତ୍ରଭିତ୍ତିକରେ ହସ୍ତକ୍ଷେପ ପ୍ରସ୍ତାବ ସହ ସମାନୁପାତିକ ଆବଣ୍ଟନର ଆଶା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତିକ୍ରିୟାରେ କହିଛନ୍ତି।