Posted inଜାତୀୟ

Budget 2025: କେବଳ ୧୨ ଲକ୍ଷ ନୁହେଁ ୨୫ ଲକ୍ଷ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ବି ମିଳିବ ବମ୍ପର ଲାଭ

ନୂଆଦିଲ୍ଲୀ,୧।୨: ଶୁକ୍ରବାର ବଜେଟ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଧ୍ୟବିତ୍ତ ବର୍ଗଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ସୀତାରାମନ୍‌ ଘୋଷଣା କରିଛନ୍ତି ଯେ ଏବେ ବାର୍ଷିକ ୧୨ ଲକ୍ଷ ଟଙ୍କା ଆୟ ଥିବା ଲୋକମାନଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ଏପର୍ଯ୍ୟନ୍ତ ବାର୍ଷିକ ୧୨ ଲକ୍ଷ ଟଙ୍କା ଆୟ ଥିବା ଲୋକଙ୍କୁ ୭୧,୫୦୦ ଟଙ୍କା ଟିକସ ଦେବାକୁ ପଡୁଥିଲା। ଆସନ୍ତୁ ଜାଣିବା ନୂତନ ଟିକସ ସ୍ଲାବ ପରେ କେତେ ଦରମା ଉପରେ କେତେ ଟିକସ ଦେବାକୁ ପଡିବ ଏବଂ କେତେ ଲାଭ ମିଳିବ।
ଯଦି ଆପଣଙ୍କର ଆୟ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୁଏ, ତେବେ ଆପଣଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ଯଦି ଆପଣଙ୍କର ଆୟ ୧୩ ଲକ୍ଷ ଟଙ୍କା, ତେବେ ପୂର୍ବରୁ ଆପଣଙ୍କୁ ୮୮,୪୦୦ ଟଙ୍କା ଟିକସ ଦେବାକୁ ପଡୁଥିଲା, କିନ୍ତୁ ସ୍ଲାବରେ ପରିବର୍ତ୍ତନ ପରେ ଏବେ ଆପଣଙ୍କୁ ୬୬,୩୦୦ ଟଙ୍କା ଟିକସ ଦେବାକୁ ପଡିବ। ଅର୍ଥାତ୍‌, ଏବେ ଆପଣଙ୍କୁ ପ୍ରାୟ ୨୨,୧୦୦ ଟଙ୍କାର ଏକ ବଡ଼ ଲାଭ ମିଳିବ।
ପୂର୍ବରୁ ବାର୍ଷିକ ୧୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ୧.୩୦ ଲକ୍ଷ ଟଙ୍କା ଟିକସ ଦେବାକୁ ପଡୁଥିଲା, ନୂତନ ସ୍ଲାବ ପରେ ସେମାନଙ୍କୁ କେବଳ ୯୭,୫୦୦ ଟଙ୍କା ଦେବାକୁ ପଡିବ। ଏହାର ଅର୍ଥ ହେଉଛି ଏବେ ତାଙ୍କୁ ୩୨.୫୦୦ ଟଙ୍କାର ଲାଭ ମିଳିବ। ୧୭ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ବର୍ତ୍ତମାନ ୧.୮୪ ଲକ୍ଷ ଟଙ୍କା ଟିକସ ଦେବାକୁ ପଡିବ। ନୂତନ ସ୍ଲାବ ପରେ, ସେମାନଙ୍କୁ ଏବେ ୧.୩୦ ଲକ୍ଷ ଟଙ୍କା ଟିକସ ଦେବାକୁ ପଡିବ, ଯାହା ଦ୍ୱାରା ସେମାନଙ୍କୁ ୫୪,୬୦୦ ଟଙ୍କା ଲାଭ ମିଳିବ।
ଯଦି ଆପଣଙ୍କର ଆୟ ୨୨ ଲକ୍ଷ ଟଙ୍କା, ତେବେ ପୂର୍ବରୁ ଆପଣଙ୍କୁ ୩,୪୦,୬୦୦ ଟଙ୍କା ଟିକସ ଦେବାକୁ ପଡୁଥିଲା, କିନ୍ତୁ ସ୍ଲାବରେ ପରିବର୍ତ୍ତନ ପରେ, ଏବେ ଆପଣଙ୍କୁ ୨,୪୦,୫୦୦ ଟଙ୍କା ଟିକସ ଦେବାକୁ ପଡିବ। ଅର୍ଥାତ ଏବେ ଆପଣଙ୍କୁ ପ୍ରାୟ ୧,୦୦,୧୦୦ ଟଙ୍କାର ଏକ ବଡ଼ ଲାଭ ମିଳିବ। ବାର୍ଷିକ ୨୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ଏବେ ୪ ଲକ୍ଷ ୩୪ ହଜାର ୨୦୦ଟଙ୍କା ଟିକସ ଦେବାକୁ ପଡିବ। ସ୍ଲାବରେ ପରିବର୍ତ୍ତନ ପରେ ତାଙ୍କୁ ୩ ଲକ୍ଷ ୧୯ ହଜାର ୮୦୦ ଟଙ୍କା ଟିକସ ଦେବାକୁ ପଡିବ, ଯାହା ତାଙ୍କୁ ୧ ଲକ୍ଷ ୧୭ ହଜାର ୪୦୦ ଟଙ୍କା ଲାଭ ଦେବ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ଆସନ୍ତା ସପ୍ତାହରେ ଏକ ନୂତନ ଆୟକର ବିଲ ଆଗତ କରିବାକୁ ଯାଉଛନ୍ତି, ଯାହା ଟିକସ ବ୍ୟବସ୍ଥାକୁ ଅଧିକ ସରଳ ଏବଂ ସ୍ବଚ୍ଛ କରିବ। ଏହା ବ୍ୟତୀତ ବଜେଟ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ କହିଥିଲେ ଯେ ବୀମା କ୍ଷେତ୍ର ପାଇଁ FDI ସୀମା ବୃଦ୍ଧି କରିବାକୁ ଯାଉଛି। ଏହା ସହିତ, ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ଆୟ ଉପରେ ଟିକସ ଛାଡ଼ ସୀମାକୁ ଦ୍ୱିଗୁଣିତ କରି ୧ ଲକ୍ଷ ଟଙ୍କା କରିବା ପାଇଁ ବଜେଟରେ ଘୋଷଣା ମଧ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ...

ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ମହିଳାଙ୍କୁ ସ୍ତ୍ରୀ ମାନ୍ୟତା ମିଳିବା ଆବଶ୍ୟକ: ହାଇକୋର୍ଟ

ଚେନ୍ନାଇ,୨୧ା୧: ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ଥିବା ମହିଳାଙ୍କୁ ଗାନ୍ଧର୍ବ ବିବାହ ବା ପ୍ରେମ ବିବାହ ଅନୁଯାୟୀ ସ୍ତ୍ରୀର ମାନ୍ୟତା ପ୍ରଦାନ ସହ ସୁରକ୍ଷା ଦିଆଯିବା ଆବଶ୍ୟକ। ଫଳରେ...

୨୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି: ନେତାଜୀ ଜୟନ୍ତୀରେ ଯୋଗଦେବେ

ଭୁବନେଶ୍ୱର,୨୧ା୧(ରବିନାରାୟଣ ଜେନା):ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଜାନୁଆରୀ ୨୩ରେ ଓଡ଼ିଶା ଗସ୍ତରେ ଆସି କଟକରେ ହେବାକୁ ଥିବା ନେତାଜୀ ଜୟନ୍ତୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏସଂକ୍ରାନ୍ତରେ...

ବିଜେଡିରେ ଏବେ କୁତୁକୁତୁ ହେଉଛନ୍ତି ଏସବୁ ନେତା: ଆଉ କେତେକ ଅଲୋଡ଼ା

ଭୁବନେଶ୍ୱର, ୨୧।୧(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛିଦିନ ହେଲା ବହୁମାତ୍ରାରେ ଚଳଚଞ୍ଚଳ ହୋଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri