ବଜେଟ୍‌ ୨୦୨୫-୨୬ ଉପସ୍ଥାପନ: ୨ଲକ୍ଷ ୯୦ହଜାର କୋଟିର ବ୍ୟୟ ବରାଦ

ଭୁବନେଶ୍ୱର,୧୭।୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଚଳିତ ବର୍ଷ ବଜେଟରେ ୨ଲକ୍ଷ ୯୦ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି। ମୁଖ୍ୟମନ୍ତ୍ରୀ ଯିଏକି ନିଜ ନିକଟରେ ଅର୍ଥ ବିଭାଗ ରଖିଛନ୍ତି ଅପରାହ୍ନରେ ବିଧାନସଭାରେ ବଜେଟ୍ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି।

ରାଜ୍ୟର ଭାଜପା ସରକାରଙ୍କ ଦ୍ୱାରା ଆଗତ ଏହା ଦ୍ୱିତୀୟ ବଜେଟ୍। ମୋହନ ମଧ୍ୟ ଲଗାତାର ଦ୍ୱିତୀୟ ଥର ପାଇଁ ବିଧାନସଭାରେ ବଜେଟ୍ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ସରକାର ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଅର୍ଥନୀତି ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହି ବର୍ଷ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ ଗଠନ ହେବାର ଶତବାର୍ଷିକୀ ପାଳନ କରୁଥିବ ।

ଓଡ଼ିଶାରେ ପ୍ରାୟ ୪୮ ପ୍ରତିଶତ ଶ୍ରମଶକ୍ତି କୃଷି ଉପରେ ନିର୍ଭର କରନ୍ତି ଏବଂ ୮୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି। ସରକାର ୨୦୨୫-୨୬ ବଜେଟ୍ ରେ କୃଷି କ୍ଷେତ୍ର ପାଇଁ ୩୭,୮୩୮ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତାବ ପ୍ରସ୍ତୁତ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅର୍ଥନୀତିଜ୍ଞ ଏବଂ ପୂର୍ବତନ ଅର୍ଥମନ୍ତ୍ରୀମାନଙ୍କ ସହିତ ପରାମର୍ଶ କରିଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଏକ ଗରିବ ଏବଂ ଜନସାଧାରଣଙ୍କ ପାଇଁ ବଜେଟ୍ ଉପସ୍ଥାପନ କରିବେ।

ରାଜ୍ୟରେ ଭାଜପା ସରକାର ୨୫ ଜୁଲାଇ, ୨୦୨୪ରେ ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୫ ଲକ୍ଷ କୋଟି ଟଙ୍କାର ବାର୍ଷିକ ବଜେଟ୍ ଉପସ୍ଥାପନ କରିଥିଲେ। ଉନ୍ନୟନମୂଳକ କାର୍ଯ୍ୟକଳାପକୁ ବୃଦ୍ଧି କରିବା ଏବଂ ଜନ କଲ୍ୟାଣ ପାଇଁ ପାଣ୍ଠିର ଆବଶ୍ୟକତା ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନଭେମ୍ବର ୨୬ ତାରିଖରେ ଗୃହରେ ୧୨,୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ।

ପର୍ଯ୍ୟଟନ ବିକାଶ ପାଇଁ ବଜେଟରେ ୮୨୦ କୋଟିର ବ୍ୟୟ ବରାଦ କରାଯାଇଛି। ଏଥିରେ ପର୍ଯ୍ୟଟକ ରହଣି ସୁବିଧା ପାଇଁ ୩୫୯ କୋଟି, ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ୩୩୨ କୋଟି, ଘଟଗାଁ ମାଆ ତାରିଣୀ ମନ୍ଦିର ପାଇଁ ୫୦ କୋଟି ବ୍ୟୟ ବରାଦ କରାଯାଇଛି।

ସେହିଭଳି ୨୦୨୫-୨୬ ପାଇଁ ଶିଳ୍ପ ବିଭାଗକୁ ୮୦୮ କୋଟି ପ୍ରଦାନ କରାଯାଇଛି। ଶିଳ୍ପ ପାଇଁ ଜମି ବ୍ୟାଙ୍କ ଗଠନ ପାଇଁ ୧୦୬ କୋଟି, ମଧ୍ୟମ ଓ ବୃହତ ଶିଳ୍ପକୁ ସବ୍‌ସିଡି ପାଇଁ ୧୯୪ କୋଟି, ମୁଖ୍ୟମନ୍ତ୍ରୀ MSME ସୁଧ ରିହାତି ଯୋଜନା ପାଇଁ ୩୦ କୋଟି ଏବଂ MSMEକୁ ସହାୟତା ପାଇଁ ୨୮୪ କୋଟି ବ୍ୟୟ ବରାଦ କରାଯାଇଛି।

ଶିଳ୍ପ ସହିତ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପାଇଁ ମଧ୍ୟ ବଜେଟରେ ବ୍ୟବସ୍ଥା କରାଯାଇଛି। ଏଥିରେ ୧୪୯୧ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। କାମ୍ପା ପାଣ୍ଠିକୁ ୧୦୨୧ କୋଟି, କେନ୍ଦୁପତ୍ର ତୋଳାଳୀଙ୍କ କଲ୍ୟାଣ ପାଇଁ ୧୨୦ କୋଟି ଏବଂ ବନାଞ୍ଚଳ ବୃଦ୍ଧି ଓ ବୃକ୍ଷରୋପଣ ପାଇଁ ୭୫ କୋଟି ବରାଦ କରାଯାଇଛି।

ଏଥିରେ ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ବୃଦ୍ଧି ପାଇଁ ୬୪୬ କୋଟି ବରାଦ କରାଯାଇଛି। ଏହାରି ମାଧ୍ୟମରେ ମଧ୍ୟାହ୍ନ ଭୋଜନରେ ଏଣିକି ପିଲାଙ୍କୁ ଲଡୁ ମିଳିବ। ଏହାବ୍ୟତୀତ ନବମ ଓ ଦଶମ ଶ୍ରେଣୀ ପିଲା ବି ଖାଇବେ ମଧ୍ୟାହ୍ନ ଭୋଜନ। ସପ୍ତାହକୁ ଗୋଟିଏ ଅତିରିକ୍ତ ଅଣ୍ଡା ଓ ୩ଟି ଲଡୁ ମିଳିବ। ଚାତ୍ରଛତରୀ ମାନଙ୍କୁ ପ୍ରୋଟିନ୍‌ ଓ ଆଇରନ ମିଶ୍ରିତ ଲଡୁ ଯୋଗାଇବେ ସରକାର।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହଇଚଇ: ଶେହବାଜ ମେଡିକାଲରେ ଭର୍ତ୍ତି, ପ୍ରେସକିପଶନରୁ ମିଳିଲା ସାଂଘାତିକ ତଥ୍ୟ!

ଇସଲାମାବାଦ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

ଟ୍ରମ୍ପ ବିରୋଧୀ ମାର୍କ କାର୍ନିଙ୍କ ଜବରଦସ୍ତ ବିଜୟ: ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୯।୪: କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ଲିବରାଲ ପାର୍ଟି ଜିତିବାରେ ସଫଳ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି ମାର୍କ କାର୍ନି ଅଭିନନ୍ଦନ ଜଣାଇଛନ୍ତି।...

Pahalgam Attack: ପୁଣି ଭାଇରାଲ ହେଲା ଆକ୍ରମଣର ଛାତିଥରା ଭିଡିଓ, ଦେଖିଲେ ଥରି ଉଠିବେ…

ନୂଆଦିଲ୍ଲୀ,୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମ ଅଞ୍ଚଳରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଏକ ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ହରାଇଥିବା...

ପୋଲିସ ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଉତ୍ତେଜନା

ତାଳଚେର,୨୯।୪(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ବଲଣ୍ଡା ଅଞ୍ଚଳରେ ମଙ୍ଗଳବାର ସକାଳେ ଏକ Oisf ପୋଲିସ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ...

ପାକିସ୍ତାନୀ ନାଗରିକ ଦେଶ ଛାଡ଼ିବା ପ୍ରସଙ୍ଗ: ଆଜି ଶେଷ ହେଉଛି ଡେଡ୍‌ଲାଇନ୍‌, ନ ଛାଡିଲେ…

ଭୁବନେଶ୍ୱର,୨୯।୪: ଗତ ୨୨ ତାରିଖରେ ପହଲ୍‌ଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ କଡ଼ା ପଦକ୍ଷେପ ଉଠାଇଛି। ଏହି...

ମେ ୨ରୁ ଓଜେଇଇ: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଭୁବନେଶ୍ୱର,୨୯ା୪: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)୨୦୨୫ ମେ ୨ ତାରିଖରୁ ଆରମ୍ଭ ହେବ। ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ...

୨ ତାରିଖ ଯାଏ ତାଣ୍ଡବ ରଚିବ କାଳବୈଶାଖୀ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର,୨୯।୪: କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲାରେ ଘଡ଼ଘଡ଼ି ବିଜୁଳି ସହ କୁଆପଥର ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ଏପରିକି ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ...

ଚତୁର ଚୋର

‘ବେଙ୍ଗ କହେ ବେଙ୍ଗୁଲୀ ଲୋ ପୃଥ୍ବୀ କ୍ଷଣ କ୍ଷଣକେ ଆନ’। ଏହି ଓଡ଼ିଆ ଆପ୍ତବାକ୍ୟର ଏବକା ସମୟରେ ପ୍ରାସଙ୍ଗିକତା ଅନୁଭବ ହେଉଛି ଜମ୍ମୁ ଓ କଶ୍ମୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri