ବଜେଟ ପୂର୍ବରୁ ସରକାରଙ୍କ ଉପହାର: ଶସ୍ତା ହେବ ମୋବାଇଲ ଫୋନ

ନୂଆଦିଲ୍ଲୀ,୩୧।୧: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିବେ। ତେବେ ସରକାର ଆଜି ମୋବାଇଲ ଫୋନ ଇଣ୍ଡଷ୍ଟ୍ରିକୁ ଏକ ଉପହାର ଦେଇଛନ୍ତି। ଏହା ଅଧୀନରେ ସରକାର ମୋବାଇଲ ପାର୍ଟସ୍‌ର ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। ମୋବାଇଲ ପାର୍ଟସ୍‌ ଉପରେ ଆମଦାନୀ ଶୁଳ୍କ ୧୫ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରାଯାଇଛି। ସାଧାରଣ ଲୋକଙ୍କ ପାଇଁ ଏହା ଏକ ଖୁସି ଖବର କାରଣ ଏହି ଆମଦାନୀ ଶୁଳ୍କ ହ୍ରାସ ପରେ ଦେଶରେ ମୋବାଇଲ ଫୋନ ଉତ୍ପାଦନ ଶସ୍ତା ହେବ ଏବଂ ଲୋକମାନେ ଶସ୍ତା ଫୋନ ପାଇପାରିବେ।

ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ଯେ, କଷ୍ଟମ ଆକ୍ଟ ୧୯୬୨ର ଧାରା ୨୫ ଅନୁଯାୟୀ ସରକାର ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି। ଏଥିରେ ଲେଖାଯାଇଛି ଯେ ଅନେକ ମୋବାଇଲ ପାର୍ଟସ୍‌ ଉପରେ ଆମଦାନୀ ଶୁଳ୍କ ୧୦ ପ୍ରତିଶତକୁ ହ୍ରାସ କରାଯାଇଛି ।

Share