ବୁଦ୍ଧ ଓ ଯିଶୁ

ଆଜକୁ ୨୫୦୦ ବର୍ଷ ପୂର୍ବେ ବୌଦ୍ଧଧର୍ମ ଭାରତର ପୂର୍ବଭାଗରେ ସୃଷ୍ଟିହେବା ପରେ ବୁଦ୍ଧଙ୍କ କାହାଣୀ ଆମ ସମ୍ମୁଖକୁ ଆସିଥିଲା । ସେହିଭଳି ୨୦୦୦ ବର୍ଷ ପୂର୍ବର ଯିଶୁଙ୍କ କାହାଣୀ ପଶ୍ଚିମ ଏସିଆରୁ ଆମ ସାମ୍ନାକୁ ଆସିଲା। ଅନେକେ ବିଶ୍ୱାସ କରନ୍ତି, ଯିଶୁ ପୂର୍ବଦିଗକୁ ଯାତ୍ରାକରି ତାଙ୍କ ଜୀବନର ଅଧିକାଂଶ ସମୟ ବୌଦ୍ଧ ସନ୍ନ୍ୟାସୀଙ୍କ ସହିତ କଟାଇବା ସହ ବିଭିନ୍ନ ମଠକୁ ଯାଇଥିଲେ। ସମ୍ଭବତଃ ସେ କଶ୍ମୀରକୁ ଯାଇଥିବା ମଧ୍ୟ କୁହାଯାଏ। ପ୍ରାଚ୍ୟର ବିଚାରଧାରା ଦ୍ୱାରା ଖ୍ରୀଷ୍ଟିଆନ ସଂସ୍ଥାଗୁଡ଼ିକ ଅଧିକ ପ୍ରଭାବିତ ହୋଇଥିବାର ଅନେକ ଦୃଢ଼ ସଙ୍କେତ ରହିଛି। ବୌଦ୍ଧଧର୍ମରୁ ଆଶ୍ରମବାସୀ ଗୋଷ୍ଠୀ (ସଂଘ) ବିଚାର ଆସିଥିଲା। ବୌଦ୍ଧ ସନ୍ନ୍ୟାସୀମାନେ ବ୍ରହ୍ମଚର୍ଯ୍ୟ ପାଳନ କରୁଥିଲେ, ଏକୁଟିଆ ରହୁଥିଲେ ଓ ନିଜର ଦୋଷ ସ୍ବୀକାର କରୁଥିଲେ। ଏଭଳି ପରମ୍ପରା ମଧ୍ୟ ଖ୍ରୀଷ୍ଟଧର୍ମରେ ଦେଖିବାକୁ ମିଳେ। ତେବେ ପାଶ୍ଚାତ୍ୟ ବିଶ୍ୱାସ ଉପରେ ଭାରତୀୟଙ୍କ ପ୍ରଭାବକୁ ବୁଝିବାକୁ ହେଲେ ଆମକୁ ଖ୍ରୀଷ୍ଟଧର୍ମ ପ୍ରାରମ୍ଭ କାଳରେ ସୃଷ୍ଟିହୋଇଥିବା ଗ୍ନୋଷ୍ଟିକ୍‌ ଟ୍ରାଡିସନ ବା ଜ୍ଞାନବାଦୀ ପରମ୍ପରାକୁ ଅନୁଧ୍ୟାନ କରିବାକୁ ହେବ। ଶୁଦ୍ଧ ଆତ୍ମା ରକ୍ତ ମାଂସର ଶରୀର ଓ ପ୍ରଦୂଷିତ ବିଶ୍ୱ ମଧ୍ୟରେ ଆବଦ୍ଧ ବୋଲି ଯେଉଁମାନେ ବିଶ୍ୱାସ କରୁଥିଲେ ସେମାନଙ୍କୁ ଗ୍ନୋଷ୍ଟିକ୍‌ ବା ଜ୍ଞାନବାଦୀ କୁହାଯାଏ। ସେମାନଙ୍କ ବିଶ୍ୱାସ ଯେ, ଜୀବନର ଲକ୍ଷ୍ୟ ହେଉଛି କର୍ମ ଓ ଶୁଦ୍ଧୀକରଣ ଦ୍ୱାରା ଏହି ଭ୍ରମିତ ଅସ୍ତିତ୍ୱରୁ ମୁକ୍ତହେବା ।
ଜ୍ଞାନବାଦୀମାନେ ମୁଖ୍ୟତଃ ଉପବାସ ରହିବା ସହ ବ୍ରହ୍ମଚର୍ଯ୍ୟ ପାଳନ କରୁଥିଲେ। ଭୌତିକ ଧନସମ୍ପତ୍ତିଠାରୁ ଦୂରେଇରହୁଥିଲେ। ବିବାହ କରୁ ନ ଥିଲେ, ପ୍ରବାହିତ ଜଳରେ ସ୍ନାନକରି ଶରୀରକୁ ପବିତ୍ର ରଖୁଥିଲେ ଏବଂ ମୋକ୍ଷ ଚାହଁୁଥିଲେ। ଏହିଭଳି ବିଚାର ପଶ୍ଚିମ ଏସିଆରୁ ଆରମ୍ଭକରି ଭାରତ ପର୍ଯ୍ୟନ୍ତ ଅତ୍ୟଧିକ ପ୍ରଚାରିତ ହେବା ସହ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇଥିଲା। ପଶ୍ଚିମ ଏସିଆରେ ଏହି ଧର୍ମୀୟ ବିଶ୍ୱାସରୁ ମାଣ୍ଡିଆନ୍ସ (ଜନ୍‌ ବାପ୍ଟିଷ୍ଟଙ୍କୁ ବିଶ୍ୱାସ କରୁଥିବା ମାଣ୍ଡାଇକ୍‌ ଭାଷାଭାଷୀ ଲୋକ) ଭଳି ଗୋଷ୍ଠୀ ସୃଷ୍ଟି ହୋଇଥିଲା, ଯେଉଁମାନେ ଏବେ ବି ରହିଛନ୍ତି ଏବଂ ନିୟମିତ ଭାବେ ପ୍ରବାହିତ ଜଳରେ ସ୍ନାନ କରୁଛନ୍ତି। ନ୍ୟୁ ଟେଷ୍ଟାମେଣ୍ଟ (ଖ୍ରୀଷ୍ଟିଆନ ବାଇବେଲର ଦ୍ୱିତୀୟ ଭାଗ)ରେ ଯିଶୁଙ୍କ ଅଗ୍ରଦୂତ ଭାବେ ପ୍ର୍ରମୁଖ ବ୍ୟକ୍ତିତ୍ୱ ଜନ୍‌ ବାପ୍ଟିଷ୍ଟଙ୍କ ସହ ଏମାନଙ୍କର ସମ୍ପର୍କ ରହିଛି। ଜ୍ଞାନବାଦୀଙ୍କ ବିଚାର ମଧ୍ୟ ମାନିକେଜିମ୍‌ ବା ମାନିଧର୍ମ ( ତୃତୀୟ ଶତାବ୍ଦୀରେ ଇରାନ୍‌ରୁ ସୃଷ୍ଟିହୋଇ ଏସିଆକୁ ପ୍ରସାରିତ ହୋଇଥିଲା)କୁ ପ୍ରଭାବିତ କରିଥିଲା। ମାନିଧର୍ମର ବିଶ୍ୱାସ ଭଲ ଓ ମନ୍ଦ ଦ୍ୱନ୍ଦ୍ୱ ଉପରେ ଆଧାରିତ। ଏହି ଧର୍ମ ଜୋରୋଷ୍ଟ୍ରିଆନିଜମ୍‌ (ଏକେଶ୍ୱରବାଦ ଧର୍ମ) ସହ କେନ୍ଦ୍ର ଏସିଆ ଏବଂ ପର୍ସିଆ (ଏବକାର ଇରାନ)ରେ ବିକଶିତ ହୋଇଥିଲା।
ଭାରତରେ ଜ୍ଞାନବାଦୀ ବିଚାର ବୌଦ୍ଧଧର୍ମ ଓ ଜୈନଧର୍ମରୁ ଆସିଥିଲା। ବୌଦ୍ଧଧର୍ମ ମଧ୍ୟମମାର୍ଗୀ ଥିବାବେଳେ ଜୈନଧର୍ମ ଅତ୍ୟଧିକ କଠୋର ଥିଲା। କେତେଜଣ ଭାଷାବିତ୍‌ ବିଶ୍ୱାସ କରନ୍ତି, ଗ୍ନୋଷ୍ଟିକ୍‌ ଶବ୍ଦ ସଂସ୍କୃତ ଶବ୍ଦ ଜ୍ଞାନରୁ ଆସିଛି। ଏହା ମଧ୍ୟ ଅଷ୍ଟମ ଶତାବ୍ଦୀରେ ହିନ୍ଦୁ ଯୋଗୀ ଆଦି ଶଙ୍କରାଚାର୍ଯ୍ୟଙ୍କ ମାର୍ଗ ଥିଲା। ତେବେ ବିକଶିତ ବୌଦ୍ଧଧର୍ମ ଓ ଖ୍ରୀଷ୍ଟ ପରମ୍ପରା ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। ଉଦାହରଣ ସ୍ବରୂପ, ପ୍ରାଚୀନ ନିକାୟ ବୌଦ୍ଧଧର୍ମ ସନ୍ନ୍ୟାସ ଆଧାରିତ ଥିଲା। କିନ୍ତୁ ପରେ ମହାଯାନ ବୌଦ୍ଧଧର୍ମ ବୋଧିସତ୍ତ୍ୱର ଦୟାଳୁ ବିଚାରକୁ ଆରମ୍ଭ କରିଥିଲା। ସେହିପରି ହିବ୍ରୁ ବାଇବେଲ ବା ଇହୁଦୀଙ୍କ ତନଖ (ବାଇବେଲର ପ୍ରଥମ ଭାଗ)ରେ ଈଶ୍ୱରଙ୍କୁ କଠୋର ଏବଂ ଅଲଗା ଅସ୍ତିତ୍ୱ ଭାବେ ଦର୍ଶାଇଥିବାବେଳେ ଓଲ୍ଡ ଟେଷ୍ଟାମେଣ୍ଟ (ବାଇବେଲର ଦ୍ୱିତୀୟ ଭାଗ) ଯିଶୁଙ୍କୁ ଈଶ୍ୱରଙ୍କ ସନ୍ତାନ, ଦୟା ଓ କରୁଣାର ଅବତାର ଭାବେ ଦର୍ଶାଇଛି।
ବୁଦ୍ଧ ଓ ଯିଶୁଙ୍କ କାହାଣୀଗୁଡ଼ିକ ମଧ୍ୟରେ ବିଚିତ୍ର ସାମଞ୍ଜସ୍ୟ ଅଛି। ବୁଦ୍ଧ ଏକ ରାଜ ପରିବାରରୁ ଆସିଛନ୍ତି ଏବଂ ବୋଧିସତ୍ତ୍ୱମାନଙ୍କୁ ବି ରାଜକୁମାର ଭାବେ ସୂଚିତ କରାଯାଇଛି। ସେହିଭଳି ଯିଶୁଙ୍କ ବଂଶର ଡାଭିଡ୍‌ ରାଜ ପରିବାର ସହ ସମ୍ପର୍କ ଅଛି। ଉଭୟଙ୍କର ଜନ୍ମ ଅଲୌକିକ ଭାବେ ହୋଇଥିଲା। ଯିଶୁ ଜଣେ କୁମାରୀ ଗର୍ଭରୁ ଜନ୍ମ ହୋଇଥିଲେ, ଯାହା ନିଷ୍କଳଙ୍କ ବା ପାପରହିତ ଗର୍ଭଧାରଣ ସିଦ୍ଧାନ୍ତର ବିଶ୍ୱାସକୁ ଦୃଢ଼କରେ। ସେହିଭଳି ବୌଦ୍ଧ ଧର୍ମର ଗ୍ରନ୍ଥଗୁଡ଼ିକରେ ବର୍ଣ୍ଣନା ରହିଛି ଯେ, ବୁଦ୍ଧ ତାଙ୍କ ମାତୃଗର୍ଭରେ ଏକ ଧଳା ଦିବ୍ୟ ହସ୍ତି ରୂପରେ ପ୍ରବେଶ କରିଥିଲେ ଏବଂ ରକ୍ତ, ମୂତ୍ରରୁ ଅଲଗାକରି ରଖିବା ପାଇଁ ସେ ଏକ ରତ୍ନ ଖଚିତ କ୍ରିଷ୍ଟାଲ ବାକ୍ସରେ ମୁଦିତ ହୋଇ ରହିଥିଲେ। ସାଧାରଣତଃ ସେ ପ୍ରସବନଳୀ ବାଟ ନ ଦେଇ ତାଙ୍କ ମାତାଙ୍କ ଡାହାଣ ପଟରୁ ବାହାରକୁ ବାହାରି ଆସିଥିଲେ । ତେବେ ଏହା ଦର୍ଶାଏ ଯେ, ଉଭୟ କ୍ଷେତ୍ରରେ କାମ ବାସନାର କୌଣସି ସମ୍ପର୍କ ନାହିଁ। ବୁଦ୍ଧ ତାଙ୍କ ସ୍ତ୍ରୀ ଓ ସାଂସାରିକ ବନ୍ଧନକୁ ତ୍ୟାଗକରିଥିବାବେଳେ ଯିଶୁ ବିବାହ କରିନାହାନ୍ତି। ଜ୍ଞାନପ୍ରାପ୍ତି ପରେ ବୁଦ୍ଧ ତାଙ୍କ ମାତାଙ୍କୁ ଶିକ୍ଷାଦେବା ଲାଗି ତୁଷିତ ସ୍ବର୍ଗରେ ପହଞ୍ଚିଥିଲେ ଓ ମା’ଙ୍କ ସହ ତାଙ୍କ ସମ୍ପର୍କକୁ ଦର୍ଶାଇଥିଲେ। ସେହିଭଳି ଯିଶୁ ତାଙ୍କ ମାତା ମେରୀଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ରହିଥିଲା ଏବଂ ମା’ ଓ ପୁଅଙ୍କ ମୂର୍ତ୍ତି କ୍ୟାଥୋଲିକ୍‌ ଖ୍ରୀଷ୍ଟଧର୍ମର ମୁଖ୍ୟ ହୋଇ ରହିଛି।
ଅଷ୍ଟମ ଶତାବ୍ଦୀରେ ବୁଦ୍ଧ ଆରବ ଦେଇ ୟୁରୋପକୁ ଯାତ୍ରା କରିଥିବାର କାହାଣୀ ରହିଛି। ଏଣୁ ଖ୍ରୀଷ୍ଟିଆନ ଶାସ୍ତ୍ରରେ ଆମେ ଏକ କାହାଣୀ ଦେଖିବାକୁ ପାଉ ଯାହାର ବୁଦ୍ଧଙ୍କ ଜୀବନୀ ସହ ଅଦ୍ଭୁତ ସାମଞ୍ଜସ୍ୟ ରହିଛି। ରାଜା ଆବେନ୍ନର ଖ୍ରୀଷ୍ଟିଆନଙ୍କୁ ହତ୍ୟା କରିଥିଲେ ଓ ତାଙ୍କୁ ଜ୍ୟୋତିଷୀମାନେ କହିଥିଲେ ଯେ, ତାଙ୍କ ପୁଅ ଦିନେ ଜଣେ ଖ୍ରୀଷ୍ଟିଆନ ହେବ। ଆବେନ୍ନରଙ୍କ ପୁଅ ଯୁବରାଜ ଜୋଶାପତ୍‌ ଗୁପ୍ତରେ ସନ୍ଥ ବର୍‌ଲାମ( ବିଲାଓ୍ବାର)ଙ୍କୁ ସାକ୍ଷାତ କରିଥିଲେ ଓ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ଏବଂ ଧୀରେ ଧୀରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିବାବୁ ଆବେନ୍ନରଙ୍କୁ ବୁଝାଇଥିଲେ।
ଏହା ସ୍ପଷ୍ଟ ଯେ, ବିଭିନ୍ନ ଧର୍ମୀୟ ସିଦ୍ଧାନ୍ତ ବାଣିଜ୍ୟପଥ ଦେଇ ବ୍ୟାପିଥିଲା ଏବଂ ଦକ୍ଷିଣ ଏସିଆ ଓ ପଶ୍ଚିମ ଏସିଆ ମଧ୍ୟରେ ଧର୍ମୀୟ ବିଚାରର ଆଦାନପ୍ରଦାନକୁ ଉତ୍ସାହିତ କରିଥିଲା। ତେବେ ବୁଦ୍ଧ ଓ ଯିଶୁଙ୍କ ଦେହାବସାନକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। ବୁଦ୍ଧ ଶାନ୍ତିରେ ୮୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ଅପରପଟେ ଯିଶୁଙ୍କୁ ରୋମାନମାନେ କ୍ରୁଶବିଦ୍ଧକରି ହତ୍ୟା କରିଥିଲେ। ବୌଦ୍ଧ ପରମ୍ପରାରେ ଦର୍ଶାଯାଇଥିବା ଅନେକ ବୁଦ୍ଧଙ୍କ ମଧ୍ୟରେ ଗୌତମ ବୁଦ୍ଧ ହେଉଛନ୍ତି ଜଣେ । ଏମାନେ ସମସ୍ତେ ସମାନ ପ୍ରକାର ଜୀବନ ବିତାଇଥିଲେ, ସମାନ ପ୍ରକାର ଜ୍ଞାନ ବାଣ୍ଟିଥିଲେ। ଏହି ପ୍ରକାର ପରସ୍ପର ସମ୍ପର୍କିତ ଦୃଷ୍ଟିକୋଣ ଖ୍ରୀଷ୍ଟଧର୍ମରେ ନାହିଁ। ଯିଶୁ ତାଙ୍କ ମୃତ୍ୟୁର ୩ ଦିନ ପରେ ନିଜକୁ ପୁନର୍ବାର ଜୀବିତ କରିଥିଲେ । ସେ ଥିଲେ ଜଣେ ମୁକ୍ତିଦାତା, ଯିଏ କି ମାନବତାର ପାପ ପାଇଁ ପ୍ରାୟଶ୍ଚିତ୍ତ କରିବାକୁ ନିଜ ଜୀବନକୁ ସମର୍ପଣ କରିଦେଇଥିଲେ। ଏହି ସିଦ୍ଧାନ୍ତର ମଧ୍ୟ ବୌଦ୍ଧଧର୍ମ ସହ ସାମଞ୍ଜସ୍ୟ ରହିଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri