ଭଡ଼ାଘରେ ଝୁଲିପଡ଼ିଲେ ବିଟେକ୍‌ ଛାତ୍ର

ଗୁଣପୁର,୨୪।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବରୁଣ ନଗର ଲେନ – ୧ ରେ ଭଡା ଘରେ ଥିବା ଜଣେ ବିଟେକ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ମୃତକ ଛାତ୍ର ହେଲେ କୌଶିକ ମହାପାତ୍ର। ବୟସ ୨୦ ବୋଲି ଜଣାପଡିଛି। ଗାନ୍ଧି ଯାନ୍ତ୍ରିକ ବିଶ୍ବ ବିଦ୍ୟାଳୟ ସିଭିଲ ବ୍ରାଞ୍ଚର ଦ୍ବିତୀୟ ବର୍ଷର ଛାତ୍ର। ମୃତକ ଛାତ୍ର ଜଣକ ବାଲେଶ୍ବର ଜିଲା ସୋର ଅଞ୍ଚଳ ବୋଲି ସୂଚନା ରହିଛି। ମୃତକଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ତାଙ୍କ ପରିବାରକୁ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ଜଣାପଡିଛି। ଛାତ୍ର ଜଣକ ଏକାକି ରହୁଥିଲେ।

Dharitri – Odisha’s No.1, Most Trusted Odia Daily

Share