Posted inଜାତୀୟ

ନୂଆ ସ୍ଲୋଗାନ ସହ ଭାଜପା-ସମାଜବାଦୀ ପାର୍ଟିକୁ ଜବାବ ଦେଲେ ମାୟାବତୀ 

ଲକ୍ଷ୍ନୌ,୨।୧୧: ଉତ୍ତରପ୍ରଦେଶରେ ଭାଜପାର ‘ବଟେଙ୍ଗେ ତୋ କଟେଙ୍ଗେ’ ଏବଂ ସମାଜବାଦୀ ପାର୍ଟି ‘ଜୁଡେଙ୍ଗେ ତୋ ଜିତେଙ୍ଗେ’ ସ୍ଲୋଗାନ ଦେବାକୁ ନେଇ ବିଏସ୍‌ପି ମୁଖ୍ୟ ମାୟାବତୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏଭଳି ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରାଯାଉଛି। ଏଭଳି ପରିସ୍ଥିତିରେ ଭୋଟରଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ଏହି ଲୋକମାନେ ନିଜର ଅଭାବରୁ ଧ୍ୟାନ ହଟାଇବା ଲାଗି ସ୍ଲୋଗାନ ଦେଉଥିବା ସେ କହିଛନ୍ତି। ଏଥିସହ ସମାଜବାଦୀ ପାର୍ଟି-ଭାଜପାର ମୁକାବିଲା ଲାଗି ବିଏସ୍‌ପି ମଧ୍ୟ ଏକ ନୂଆ ସ୍ଲୋଗାନ ଦେଇଛି।
ବିଧାନସଭା ନିର୍ବାଚନ ନେଇ ଘୋଷଣା ହୋଇଥିବା ବେଳେ ଏଥର ବିଏସ୍‌ପି ଏକାକି ନିର୍ବାଚନ ଲଢ଼ଇବାକୁ ଯାଉଛି। ଏଣୁ ଭାଜପା ଏବଂ ସମାଜବାଦୀ ପାର୍ଟିର ନିଦ ହଜିଛି। ଅତୀତରେ ଅନେକ ଉପ ନିର୍ବାଚନରେ ବିଏସ୍‌ପି ପ୍ରତିଦ୍ୱନ୍ଦ୍ୱିତା କରି ନ ଥିଲା। ଫଳରେ ଭାଜପା-ସମାଜବାଦୀ ପାର୍ଟି ମିଳିମିଶି ନିର୍ବାଚନକୁ ଓହ୍ଲାଇଥିଲେ। ହେଲେ ଏଥର ବିଏସ୍‌ପି ଲଢ଼ିବା ନେଇ ଘୋଷଣା କରିଥିବା ଯୋଗୁ ଚିନ୍ତା ବଢ଼ିଛି।
ବିଏସ୍‌ପି ମୁଖ୍ୟ ମାୟାବତୀ କହିଛନ୍ତି, ‘ବିଏସ୍‌ପି ସେ ଜୁଡେଙ୍ଗେ ତୋ ଆଗେ ବଢ଼େଙ୍ଗେ ଔର ସୁରକ୍ଷିତ ରହେଙ୍ଗେ’, ଏହା ସ୍ଲୋଗାନ ହେବା ଉଚିତ। ସମାଜବାଦୀ ପାର୍ଟି ସରକାର ଗୁଣ୍ଡା, ମାଫିଆ, ବଦମାସମାନଙ୍କୁ ଏକାଠି ରହିଲେ ହିଁ ସରକାର ଗଢ଼ିହେବ ବୋଲି କହୁଛନ୍ତି। ତେଣୁ ଏହି ନିର୍ବାଚନରେ ଆମେ ଲୋକଙ୍କୁ ନିବେଦନ କରୁଛୁ ଯେ ବିରୋଧି ଦଳର ପ୍ରତାରଣାର ଶିକାର ହୁଅନ୍ତୁ ନାହିଁ। ନିଜର ଭୋଟ୍‌ ବିଏସ୍‌ପିକୁ ଦିଅନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri