ଏକୁଲରେ ଖୁବ୍‌ଶୀଘ୍ର ବିଏସ୍‌ଏନ୍‌ଏଲ୍‌ ସେବା

କାମାକ୍ଷାନଗର, ୧୯।୧୨(ଡି.ଏନ୍‌.ଏ.)  ଢେଙ୍କାନାଳ ଜିଲାର ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକର ଦୁର୍ଗମ କାନ୍ତୋଲ ପଞ୍ଚାୟତର କଳେବର ବଦଳାଇବାକୁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରୟାସ। ଶନିବାର ଜିଲାପାଳ ସରୋଜ କୁମାର ସେଠୀ ପ୍ରଶାସନିକ ଅଧିକାରୀଙ୍କ ସହିତ କୋଟ, ସେକୁଲ, ଏକୁଲ ଏବଂ ପୁଟ୍ଟିପାଳ ଗ୍ରାମରେ ପହଞ୍ଚତ୍ ଅଞ୍ଚଳବାସୀଙ୍କ ସମସ୍ୟା ବୁଝିଛନ୍ତି। ଏଥିସହ ଲୋକମାନେ କିଭଳି ହାତପାଆନ୍ତାରେ ସରକାରୀ ସୁବିଧା ପାଇପାରିବେ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ମୋବାଇଲ୍‌ ନେଟ୍‌ଓ୍ବର୍କ ଅପହଞ୍ଚ ଥିବା ଏକୁଲରେ ଖୁବ୍‌ଶୀଘ୍ର ବିଏସ୍‌ଏନ୍‌ଏଲ୍‌ ଟାଓ୍ବାର ବସାଯାଇ ସେବା ଆରମ୍ଭ ହେବ ବୋଲି ଜିଲାପାଳ ଆଶ୍ୱାସନା ଦେଇଛନ୍ତି।
ଜିଲାପାଳ ପ୍ରଥମେ କୋଟ ଗ୍ରାମରେ ପହଞ୍ଚତ୍ ୧୨ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ସମସ୍ତ ଭୂମିହୀନ ଗରିବ ପରିବାରକୁ କିପରି ପଟ୍ଟା ପ୍ରଦାନ କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ। ଏହାପରେ ସେକୁଲ ଗଁାରେ ପହଞ୍ଚତ୍ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ। ଏକୁଲ ଗ୍ରାମରେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ଶୁଭାରମ୍ଭ କରିଥିଲେ। ଅଞ୍ଚଳରେ ମୋବାଇଲ ନେଟ୍‌ଓ୍ବର୍କ ଉପଲବ୍ଧ ନ ଥିବାରୁ ଲୋକମାନେ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖୁବ୍‌ଶୀଘ୍ର ବିଏସଏନ୍‌ଏଲ୍‌ ସହଯୋଗରେ ସେଠାରେ ସେବା ଯୋଗାଇ ଦିଆଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ଏକୁଲ ବିଦ୍ୟାଳୟରେ ଚାଲିଥିବା ମ୍ୟାଲେରିଆ ଦମନ କାର୍ଯ୍ୟକ୍ରମ, ଅଙ୍ଗନଓ୍ବାଡି କେନ୍ଦ୍ର, ସ୍କୁଲରେ ଶିକ୍ଷା ବ୍ୟବସ୍ଥା ନିରୀକ୍ଷଣ କରିଥିଲେ। ଶେଷରେ ପୁଟ୍ଟିପାଳରେ ପହଞ୍ଚତ୍ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ଅଞ୍ଚଳବାସୀଙ୍କ ସର୍ବନିମ୍ନ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ। ଏଣିକି ନିୟମିତ ବ୍ୟବଧାନରେ ପ୍ରଶାସନିକ ଅଧିକାରୀ ଦୁର୍ଗମ ଅଞ୍ଚଳ ଗସ୍ତ କରି ଲୋକଙ୍କ ସୁଖଦୁଃଖ ବୁଝିବେ। ଏଥିଲାଗି ଯୋଜନା ପ୍ରସ୍ତୁତ କରାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି। ଜିଲାପାଳଙ୍କ ସହିତ ପିଡି ଡିଆର୍‌ଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଡିଏଫ୍‌ଓ ପ୍ରକାଶ ଚାନ୍ଦ ଗୋଗିନେନି, ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ, ସିଡିଏମ୍‌ଓ ସୁଜାତାରାଣୀ ମିଶ୍ର, ବିଡିଓ ବୁଲ୍‌ବୁଲ୍‌ ବେହେରା, ତହସିଲଦାର ରମେଶ ଜେନା, ଯୋଗାଣ ଅଧିକାରୀ ନିରୋଦ ରଞ୍ଜନ ଦାସ, ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ବେହେରା, ଉପଖଣ୍ଡ ଯୋଗାଣ ଅଧିକାରୀ ସଞ୍ଜୟ ସାହୁ, ବ୍ଲକ ଯୋଗାଣ ଅଧିକାରୀ ସୁନୀତା ବେହେରା, ରେଞ୍ଜର ସତ୍ୟନାରାୟଣ ସାହୁଙ୍କ ସମେତ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri