ବିଏସ୍‌ଏନ୍‌ଏଲର ବଡ଼ ଘୋଷଣା, ଆରମ୍ଭ କରିବ ୪ଜି ସେବା

ଭୁବନେଶ୍ୱର,୪।୮(ଅନୁରାଧା ମହାରଣା): ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍‌ ଏବଂ ଭୋଡାଫୋନ ଆଇଡିଆର ଶୁଳ୍କ ବୃଦ୍ଧି ପରେ ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌)ର ଗ୍ରାହକ ସଂଖ୍ୟା ବୃଦ୍ଧିପାଉଛି। ଅନ୍ୟପଟେ କେନ୍ଦ୍ର ଟେଲିକମ୍‌ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ବିଏସ୍‌ଏନ୍‌ଏଲ୍‌ କମ୍ପାନୀର ଘରୋଇ ୪ଜି ନେଟ୍‌ୱର୍କ ପ୍ରସ୍ତୁତ ଥିବାବେଳେ ଏହାକୁ ୫ଜିରେ ରୂପାନ୍ତର କରିବା ପାଇଁ କାର୍ଯ୍ୟ ଚାଲିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି , ‘ଆତ୍ମନିର୍ଭର ଭାରତ’ ଅଧୀନରେ ୪ଜି ନେଟ୍‌ୱର୍କ ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ପ୍ରସ୍ତୁତ ଏବଂ କିଛି ମାସ ମଧ୍ୟରେ ବିଏସ୍‌ଏନ୍‌ଏଲ୍‌ ମାଧ୍ୟମରେ ଏହାର ସେବା ସମଗ୍ର ଦେଶରେ ଉପଲବ୍ଧ ହେବ। ଜିଓ, ଏୟାରଟେଲ୍‌ ଏବଂ ଭୋଡାଫୋନ ୪ଜି ନେଟ୍‌ୱର୍କ ଆରମ୍ଭ କରିବା ସମୟରେ ବିଏସ୍‌ଏନ୍‌ଏଲ୍‌ କେତେବେଳେ ଏହି ସେବା ଆରମ୍ଭକରିବ ବୋଲି ନାଗରିକମାନେ ପ୍ରଶ୍ନ ଉଠାଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପ ଥିଲା ଯେ ଯଦି ଆମକୁ ଏକ ସରକାରୀ କମ୍ପାନୀର ନେଟ୍‌ୱର୍କ ବିକାଶ କରିବାକୁ ପଡିବ ତେବେ ଆମେ ଚାଇନା କିମ୍ବା ଅନ୍ୟ କୌଣସି ବିଦେଶୀ ଦେଶରୁ ଉପକରଣ ବ୍ୟବହାର କରିବୁ ନାହିଁ ବୋଲି ସିନ୍ଧିଆ କହିଛନ୍ତି। ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ବିକାଶ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଭାରତ ନିଜର ୪ଜି ଷ୍ଟାକ୍‌, କୋର୍‌ ସିଷ୍ଟମ କିମ୍ବା ରେଡିଏଶନ ଆକ୍ସେସ୍‌ ନେଟ୍‌ୱର୍କ (ଆର୍‌ଏଏନ୍‌) ନାମକ ଟାୱାର ବିକାଶ କରିବ। ଭାରତ ନିଜସ୍ବ ଟେକ୍ନୋଲୋଜିର ବିକାଶ କରିବ ଏବଂ ଦେଶବାସୀଙ୍କୁ ୪ଜି ନେଟ୍‌ୱର୍କ ଯୋଗାଇବ । ଏଥିପାଇଁ ଦେଢ଼ବର୍ଷ ସମୟ ଲାଗିବ ବୋଲି ସେ କହିଛନ୍ତି। ନିଜର ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ପାଇଁ ଭାରତ ପଞ୍ଚମ ଦେଶ ହୋଇପାରିଛି। ଏହା ସହ ଟାୱାର ସ୍ଥାପନ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ସେ କହିଛନ୍ତି, ତେଜସ୍‌ ନେଟ୍‌ୱର୍କ, ସି-ଡଟ୍‌ ଏବଂ ଟିସିଏସ୍‌ ଭଳି ଭାରତୀୟ କମ୍ପାନୀ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଏବଂ ବିଏସ୍‌ଏନ୍‌ଏଲ୍‌ ଏହାକୁ କାର୍ଯ୍ୟକାରୀ କରୁଛି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଅକ୍ଟୋବର ଶେଷ ସୁଦ୍ଧା ୮୦,୦୦୦ ଟାୱାର ଏବଂ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ୨୧,୦୦୦ ଟାୱାର ସ୍ଥାପନ କରାଯିବ। ମାର୍ଚ୍ଚ ୨୦୨୫ ସୁଦ୍ଧା ୪ଜି ନେଟ୍‌ୱର୍କର ୧ ଲକ୍ଷ ଟାୱାର ସ୍ଥାପନ କରାଯିବ। ୫ଜି ସେବା ପାଇଁ ଆମକୁ ଟାୱାରରେ କିଛି ପରିବର୍ତ୍ତନ କରିବାକୁ ପଡିବ ଏବଂ ଏହା ଉପରେ କାର୍ଯ୍ୟ ଚାଲିଛି । ଭାରତ ଖୁବ୍‌ଶୀଘ୍ର ୪ଜିରୁ ୫ଜି ସେବା ଆରମ୍ଭ କରିବ ବୋଲି ସେ ସୂଚନା ଦେଇଛନ୍ତି। ଏହା ମଧ୍ୟରେ ଗ୍ରାହକ ଘରୋଇ ସେବା ପ୍ରଦାନକାରୀଙ୍କଠାରୁ ବିଏସ୍‌ଏନ୍‌ଏଲ୍‌କୁ ପରିବର୍ତ୍ତନ କରୁଛନ୍ତି । ଆମର ସେବା ଦ୍ରୁତ ହେବ ବୋଲି ଆମେ ସେମାନଙ୍କୁ ନିଶ୍ଚିତ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଥିଲେ ଖାଲେଦା ଜିଆଙ୍କ ସ୍ବାମୀ ଜିଆ ଉର ରେହମାନ? ପାକିସ୍ତାନୀ ସେନା ବିରୋଧରେ ବିଦ୍ରୋହ, ପରେ ବିଏନପି ଗଠନ, ଶେଷରେ…

ଡାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ ହୋଇଛି। ସେ ଅନେକ ରୋଗ ସହିତ ଲଢୁଥିଲେ। ଉଲ୍ଲେଖନୀୟ ଯେ ତାଙ୍କ ମୃତ୍ୟୁର କିଛି ଦିନ...

ଖୁବ ଷ୍ଟାଇଲିସ ଥିଲେ ଖାଲେଦା ଜିଆ, ହାଲ୍‌କା ଶାଢିକୁ ବଡ଼ ବଡ଼ ସନ୍‌ଗ୍ଲାସ, ପୂରା ସାଉଥ ଏସିଆର ଚର୍ଚ୍ଚିତ ଷ୍ଟାଇଲ ଥିଲା…

ଢାକା,୩୦।୧୨: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏବଂ ବିଏନପି ମୁଖ୍ୟ ଖାଲେଦା ଜିଆଙ୍କୁ ପ୍ରାୟତଃ ରାଜନୀତି, ସଂଘର୍ଷ ଏବଂ ଶକ୍ତିର ପ୍ରତୀକ ଭାବରେ ଦେଖାଯାଏ। ତଥାପି, ତାଙ୍କର...

ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଭୁବନେଶ୍ବର,୩୦।୧୨: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ  କରିଛି । ବେଆଇନ ସମ୍ପତ୍ତି...

Khaleda Zia Death: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ଭାରତ ସହ ଥିଲା କ’ଣ କନ୍ସେନ? ଜାଣନ୍ତୁ…

ଢାକା,୩୦।୧୨: ବାଂଲାଦେଶ ରାଜନୀତିର ଜଣେ ପ୍ରବୀଣ ବ୍ୟକ୍ତିତ୍ୱ ଏବଂ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ମଙ୍ଗଳବାର (ଡିସେମ୍ବର ୩୦, ୨୦୨୫)ରେ ୮୦ ବର୍ଷ...

ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି: ହଇରାଣ ହେଉଛନ୍ତି ହିତାଧିକାରୀ

ନୂଆପଡ଼ା,୩୦।୧୨(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶ୍ରମକାର୍ଡ ଧାରୀଙ୍କ ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଅବହେଳା ଯୋଗୁ ଯୋଜନାଗୁଡିକ ଗରିବ...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

‘ନେତାନ୍ୟାହୁ ନ ଥିଲେ ଆଜି ମାନଚିତ୍ରରେ ହୁଏତ ଇସ୍ରାଏଲ ନ ଥାଆନ୍ତା’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ଏହାର କାରଣ

ଓ୍ବାଶିଂଟନ,୩୦ ।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ଆମେରିକାର ଫ୍ଲୋରିଡାରେ ପହଞ୍ଚିଥିଲେ, ଯେଉଁଠାରେ ସେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି...

ଜାଡ଼ରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୫ ସହର

ଭୁବନେଶ୍ୱର,୩୦।୧୨(ବନ୍ଦନା ସେଠୀ):ଜାଡ଼ରେ ଥରୁଛି ସାରା ରାଜ୍ୟ। ନୂଆବର୍ଷ ପର୍ଯ୍ୟନ୍ତ ଶୀତରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri