ବିଏସ୍‌ଏନ୍‌ଏଲର ବଡ଼ ଘୋଷଣା, ଆରମ୍ଭ କରିବ ୪ଜି ସେବା

ଭୁବନେଶ୍ୱର,୪।୮(ଅନୁରାଧା ମହାରଣା): ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍‌ ଏବଂ ଭୋଡାଫୋନ ଆଇଡିଆର ଶୁଳ୍କ ବୃଦ୍ଧି ପରେ ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌)ର ଗ୍ରାହକ ସଂଖ୍ୟା ବୃଦ୍ଧିପାଉଛି। ଅନ୍ୟପଟେ କେନ୍ଦ୍ର ଟେଲିକମ୍‌ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ବିଏସ୍‌ଏନ୍‌ଏଲ୍‌ କମ୍ପାନୀର ଘରୋଇ ୪ଜି ନେଟ୍‌ୱର୍କ ପ୍ରସ୍ତୁତ ଥିବାବେଳେ ଏହାକୁ ୫ଜିରେ ରୂପାନ୍ତର କରିବା ପାଇଁ କାର୍ଯ୍ୟ ଚାଲିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି , ‘ଆତ୍ମନିର୍ଭର ଭାରତ’ ଅଧୀନରେ ୪ଜି ନେଟ୍‌ୱର୍କ ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ପ୍ରସ୍ତୁତ ଏବଂ କିଛି ମାସ ମଧ୍ୟରେ ବିଏସ୍‌ଏନ୍‌ଏଲ୍‌ ମାଧ୍ୟମରେ ଏହାର ସେବା ସମଗ୍ର ଦେଶରେ ଉପଲବ୍ଧ ହେବ। ଜିଓ, ଏୟାରଟେଲ୍‌ ଏବଂ ଭୋଡାଫୋନ ୪ଜି ନେଟ୍‌ୱର୍କ ଆରମ୍ଭ କରିବା ସମୟରେ ବିଏସ୍‌ଏନ୍‌ଏଲ୍‌ କେତେବେଳେ ଏହି ସେବା ଆରମ୍ଭକରିବ ବୋଲି ନାଗରିକମାନେ ପ୍ରଶ୍ନ ଉଠାଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପ ଥିଲା ଯେ ଯଦି ଆମକୁ ଏକ ସରକାରୀ କମ୍ପାନୀର ନେଟ୍‌ୱର୍କ ବିକାଶ କରିବାକୁ ପଡିବ ତେବେ ଆମେ ଚାଇନା କିମ୍ବା ଅନ୍ୟ କୌଣସି ବିଦେଶୀ ଦେଶରୁ ଉପକରଣ ବ୍ୟବହାର କରିବୁ ନାହିଁ ବୋଲି ସିନ୍ଧିଆ କହିଛନ୍ତି। ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ବିକାଶ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଭାରତ ନିଜର ୪ଜି ଷ୍ଟାକ୍‌, କୋର୍‌ ସିଷ୍ଟମ କିମ୍ବା ରେଡିଏଶନ ଆକ୍ସେସ୍‌ ନେଟ୍‌ୱର୍କ (ଆର୍‌ଏଏନ୍‌) ନାମକ ଟାୱାର ବିକାଶ କରିବ। ଭାରତ ନିଜସ୍ବ ଟେକ୍ନୋଲୋଜିର ବିକାଶ କରିବ ଏବଂ ଦେଶବାସୀଙ୍କୁ ୪ଜି ନେଟ୍‌ୱର୍କ ଯୋଗାଇବ । ଏଥିପାଇଁ ଦେଢ଼ବର୍ଷ ସମୟ ଲାଗିବ ବୋଲି ସେ କହିଛନ୍ତି। ନିଜର ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ପାଇଁ ଭାରତ ପଞ୍ଚମ ଦେଶ ହୋଇପାରିଛି। ଏହା ସହ ଟାୱାର ସ୍ଥାପନ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ସେ କହିଛନ୍ତି, ତେଜସ୍‌ ନେଟ୍‌ୱର୍କ, ସି-ଡଟ୍‌ ଏବଂ ଟିସିଏସ୍‌ ଭଳି ଭାରତୀୟ କମ୍ପାନୀ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଏବଂ ବିଏସ୍‌ଏନ୍‌ଏଲ୍‌ ଏହାକୁ କାର୍ଯ୍ୟକାରୀ କରୁଛି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଅକ୍ଟୋବର ଶେଷ ସୁଦ୍ଧା ୮୦,୦୦୦ ଟାୱାର ଏବଂ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ୨୧,୦୦୦ ଟାୱାର ସ୍ଥାପନ କରାଯିବ। ମାର୍ଚ୍ଚ ୨୦୨୫ ସୁଦ୍ଧା ୪ଜି ନେଟ୍‌ୱର୍କର ୧ ଲକ୍ଷ ଟାୱାର ସ୍ଥାପନ କରାଯିବ। ୫ଜି ସେବା ପାଇଁ ଆମକୁ ଟାୱାରରେ କିଛି ପରିବର୍ତ୍ତନ କରିବାକୁ ପଡିବ ଏବଂ ଏହା ଉପରେ କାର୍ଯ୍ୟ ଚାଲିଛି । ଭାରତ ଖୁବ୍‌ଶୀଘ୍ର ୪ଜିରୁ ୫ଜି ସେବା ଆରମ୍ଭ କରିବ ବୋଲି ସେ ସୂଚନା ଦେଇଛନ୍ତି। ଏହା ମଧ୍ୟରେ ଗ୍ରାହକ ଘରୋଇ ସେବା ପ୍ରଦାନକାରୀଙ୍କଠାରୁ ବିଏସ୍‌ଏନ୍‌ଏଲ୍‌କୁ ପରିବର୍ତ୍ତନ କରୁଛନ୍ତି । ଆମର ସେବା ଦ୍ରୁତ ହେବ ବୋଲି ଆମେ ସେମାନଙ୍କୁ ନିଶ୍ଚିତ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri