ବିଏସ୍‌କେୱାଇ ଆମ୍ବୁଲାନ୍ସ ଖତ ଖାଉଛି

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ରେଫର ଗରିବ ରୋଗୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ନୟାଗଡ଼ ଜିଲାକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି। ହେଲେ ନୟାଗଡ଼ ଜିଲାକୁ ଆସିଥିବା ବିଏସ୍‌କେୱାଇ ଆମ୍ବୁଲାନ୍ସ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌୍‌୍‌) ପରିସରରେ ୪ମାସ ହେଲା ପଡ଼ି ଖତ ଖାଉଛି। ବିଏସ୍‌କେୱାଇ ଆମ୍ବୁଲାନ୍ସରେ ଭେଣ୍ଟିଲେଟର, ଅକ୍ସିଜେନ, ଇନ୍‌ଭୋଟର ପରି ସେବାର ସୁବିଧା ଥିବାରୁ ଏହା ମିନି ଆଇସିୟୁର କାମ କରିଥାଏ। ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ବେସିକ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସରେ ମିଳିଥାଏ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ରାଶନ କାର୍ଡ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାଡର୍ର୍ର ହିତାଧିକାରୀମାନେ ରୋଗରେ ଆକ୍ରାନ୍ତ ହୋଇ ରେଫର ହେଲେ କଟକ, ଭୁବନେଶ୍ୱର ପରି ସରକାରୀ ଓ ବେସରକାରୀ ହସ୍ପିଟାଲକୁ ମାଗଣାରେ ବିଏସ୍‌କେୱାଇ ଆମ୍ବୁଲାନ୍ସରେ ଯାଇ ପାରିବେ। ହେଲେ ରେଫର ହେଉଥିବା ଗରିବ ରୋଗୀଙ୍କ ପାଇଁ ସ୍ବାସ୍ଥ୍ୟ ବିଭାଗ ବାଧକ ସାଜି ସେମାନଙ୍କୁ ଅଯଥାରେ ଖର୍ଚ୍ଚାନ୍ତ କରିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଏସ୍‌କେୱାଇ ଆମ୍ବୁଲାନ୍ସ ନେଇ ସଚେତନତା କରାଯାଉ ନ ଥିବାରୁ ରେଫର ରୋଗୀମାନେ ଏହାର ସୁବିଧା ନେଇ ପାରୁ ନାହାନ୍ତି। ବିଏସ୍‌କେୱାଇ ଆମ୍ବୁଲାନ୍ସ ଥାଇ ବି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗରିବ ରୋଗୀମାନେ ଅଯଥାରେ ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ୱର, କଟକ ପରି ଘରୋଇ ହସ୍ପିଟାଲକୁ ଯାଉଛନ୍ତି।

ପ୍ରତି ଜିଲା ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ଆମ୍ବୁଲାନ୍ସ ରହିବାକୁ ସରକାରଙ୍କ ନିୟମ ରହିଛି। ତେବେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ନ ଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ତାଲା ଝୁଲୁଛି। ଗୁରୁତର ରୋଗୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଗଲେ ହଇରାଣ ହିଁ ହଇରାଣ ହେବାକୁ ପଡୁଛି। ନିକଟରେ ବିଏମ୍‌ସି ହସ୍ପିଟାଲରୁ କ୍ୟାପିଟାଲ ହସ୍ପିଟାଲକୁ ୫ କିମି ରାସ୍ତା ଯିବା ପାଇଁ ଆଡଭାନ୍ସ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସ ଯୋଗାଯାଇଛି। ପୁଣି କନ୍ଧମାଳରେ ୪, କୋରାପୁଟରେ ୪, ଖୋର୍ଦ୍ଧାରେ ୧, କ୍ୟାପିଟାଲ ହସ୍ପିଟାଲରେ ୩, ପୁରୀରେ ୪ ଅତ୍ୟାଧୁନିକ ଆମ୍ବୁଲାନ୍ସ ରହିଛି। ଏଭଳିସ୍ଥଳେ ନୟାଗଡ଼ରେ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ସ୍ବପ୍ନ ହୋଇ ରହିଥିଲା। ତେବେ ସରକାର ବିଏସ୍‌କେୱାଇ ଆମ୍ବୁଲାନ୍ସ ଯୋଗାଇବା ପରେ କାମରେ ନ ଲାଗିବା ସ୍ବାସ୍ଥ୍ୟ ବିଭାଗର ଅପାରଗତାକୁ ପଦାରେ ପକାଇଛି। ଏନେଇ ଉର୍ମିଳା ସାହୁ, ରମେଶ ଦଳେଇ, କାହ୍ନୁ ପରିଡ଼ା, ସସ୍ମିତା ରାଉତ ପ୍ରମୁଖ ରୋଗୀ କୁହନ୍ତି, ରୋଗୀ ବେସରକାରୀ ହସ୍ପିଟାଲକୁ ଯିବାକୁ ହଇରାଣ ହେଉଥିଲେ। ସାଧାରଣତଃ ଗରିବ ରୋଗୀ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ। ସରକାର ବିଏସ୍‌କେୱାଇ ଆମ୍ବୁଲାନ୍ସ ନୟାଗଡ଼ ଜିଲା ପାଇଁ ଯୋଗାଇ ଦେଇଥିଲେ ହେଁ ସ୍ବାସ୍ଥ୍ୟ ବିଭାଗ କାହିଁକି ବିଏସ୍‌କେୱାଇ ଆମ୍ବୁଲାନ୍ସକୁ ଖତ ଖୁଆଉଛି କାରଣ ବୁଝା ପଡୁନି। ବିଏସ୍‌କେୱାଇ ଆମ୍ବୁଲାନ୍ସ ଖତ ଖାଉଥିବାକୁ ଅନୁଧ୍ୟାନ କଲେ ସ୍ବାସ୍ଥ୍ୟ ବିଭାଗ ରୋଗୀଙ୍କ ସୁବିଧା ପାଇଁ ପ୍ରାଧାନ୍ୟ ଦେଉ ନ ଥିବା ଜଣାପଡୁଛି। ତୁରନ୍ତ ବିଏସ୍‌କେୱାଇ ଆମ୍ବୁଲାନ୍ସ ରୋଗୀଙ୍କ ସେବାରେ ଲାଗୁ ବୋଲି କହିଥିଲେ। ନ ହେଲେ ଆନ୍ଦୋଳନ ହେବ ବୋଲି ସୂଚନା ଦେଇଛନ୍ତି।

ଡ୍ରାଇଭର ଓ ଗାଇଡ୍‌ଲାଇନକୁ ଅପେକ୍ଷା
ବିଏସ୍‌କେୱାଇ ଆମ୍ବୁଲାନ୍ସ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ୪ମାସ ହେଲା ରହି ଖତ ଖାଉଥିଲେ ହେଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିିଏମ୍‌ଓ) ରମାକାନ୍ତ ପଣ୍ଡା ସ୍ବୀକାର କରି ନାହାନ୍ତି । ସିଡିଏମ୍‌ଓଙ୍କ ସୂଚନା ଅନୁଯାୟୀ, ବିଏସ୍‌କେୱାଇ ଆମ୍ବୁଲାନ୍ସ ମଝିେରେ ମଝିରେ ରୋଗୀ ନେଇ ଯାଉଛିି । ବିଏସ୍‌କେୱାଇ ଆମ୍ବୁଲାନ୍ସ ବ୍ୟବହାର ନ କଲେ ନଷ୍ଟ ହେବା ଭୟରେ ବ୍ୟବହାର କରାଯାଉଛି । ଅନ୍ୟ ପକ୍ଷେ ବିଏସ୍‌କେୱାଇ ଆମ୍ବୁଲାନ୍ସ ପାଇଁ ଡ୍ରାଇଭର ପୋଷ୍ଟିଂ ହେବେ । ପୁଣି ବିଏସ୍‌କେୱାଇ ଆମ୍ବୁଲାନ୍ସର ସେବା କେଉଁମାନେ ନେଇ ପାରିବେ ସେନେଇ ଗାଇଡ୍‌ ଲାଇନ୍‌ ଆସି ନାହିଁ। ସରକାରଙ୍କଠାରୁ ସିଗ୍‌ନାଲ ପାଇବା ପରେ ତୁରନ୍ତ ବିଏସ୍‌କେୱାଇ ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri