ଧୋକା ଦେଲେ BSF ଯବାନ: ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ବସିଲେ ସ୍ତ୍ରୀ

କାଲିମେଳା,୧୪।୧୦(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ନଲାଗଣ୍ଠି ପଞ୍ଚୟତ ଏମ.ଭି ୭୨ ଗାଁରେ ସ୍ତ୍ରୀ ନିଜ ଅଧିକାର ପାଇ ସ୍ବାାମୀ ଘର ଆଗରେ ଧାରଣା ଦେଇଛନ୍ତି। ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ସ୍ତ୍ରୀ କରିସ୍ମା ମଣ୍ଡଳ ନିଜ ଅଧିକାର ପାଇଁ ଗତ ଦୁଇ ଧରି ସ୍ବାମୀଙ୍କ ଘର ଗେଟ ସାମ୍ନାରେ ଧାରଣା ଦେଇଛନ୍ତି। କରିସ୍ମାଙ୍କ ଶ୍ୱଶୁର ଏମ. ଭି ୭୨ ଗ୍ରାମର ତୁଷାର ମଣ୍ଡଳ, ଶାଶୁ, ନଣନ୍ଦ ଘର ଛାଡି ଫେରାର ହୋଇଛନ୍ତି। ସ୍ବାମୀ ତାପସ ମଣ୍ଡଳ BSF ଯବାନ ଭାବେ ଜମୁ କଶ୍ମୀର ସିଲିଗୁଡ଼ିରେ କାର୍ଯ୍ୟରତ ଅଛନ୍ତି l
ତାପସଙ୍କ ବାପା ପଡିଆ ବ୍ଲକର ଶିମିଳିବାଞ୍ଛା ପଂଚାୟତର ଏମ. ଭି ୬୧ ଗ୍ରାମର କୃଷ୍ଣପଦ ବିଶ୍ୱାସଙ୍କ ଝିଅ କରିସ୍ମାକୁ ନିଜ ବୋହୂ କରିବାକୁ ବାଛିଥିଲେ। ତାପସ ଓ କରିସ୍ମା ଉଭୟ ମାଲକାନଗିରି ମାଲିକେଶ୍ୱର ଶିବ ମନ୍ଦିର ବିବାହ ପରେ ପୁନଃ କୋର୍ଟରେ ମ୍ୟାରେଜ ଏଗ୍ରିମେଣ୍ଟ କରିଥିଲେ। କ୍ରମିକ ନମ୍ବର 578/2021,ତାରିଖ 30/9/2022ରେ ମ୍ୟାରେଜ ଏଗ୍ରିମେଣ୍ଟ ହୋଇଥିଲା। ଏହା ପରେ ଉଭୟ ମାଲକାନଗିରିରେ ଘର ଭଡା କରି ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ l
ହେଲେ ଶ୍ୱଶୁରଶ୍‌,ଶାଶୁ ଓ ପରିବାର ଅନ୍ୟ ସଦସ୍ୟମାନେ ପୁଅ ବୋହୂ ସମ୍ପର୍କରେ ବିଭେଦ ସୃଷ୍ଟି ଉଭୟଙ୍କୁ ଅଲଗା କରିଦେଇଥିଲେ। ଏହା ପରେ କରିସ୍ମା ଏମ. ଭି. ୭୯ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନ୍ୟାୟ ପାଇଁ ଏହାପରେ ଏମ. ଭି. ୭୯ ଥାନା ୯୮/୨୨ ମାମଲା ରୁଜୁ ହେବା ସହ ଧାରା 109/212/353/376(I) Ipcରେ JMFC Motu କୁ ପୋଲିସ ଅଭିଯୁକ୍ତ ତାପସ ମଣ୍ଡଳକୁ କୋର୍ଟ ଫରୱାର୍ଡ କରିଥିଲେ। ଏହା ପରେ ଅଭଯୁକ୍ତ JMFC Motuରୁ କେସ ଉଚ୍ଚତମ ନ୍ୟାୟଳୟକୁ ସ୍ଥାନନ୍ତରିତ କରିଥିଲେ। ଏହାର କେସ ନମ୍ବର ୪୫୭/୨୦୨୨ ଥିଲା। ଏହା ପରେ ଉଚ୍ଚନ୍ୟାୟଳୟର ହସ୍ତକ୍ଷେପ ପରେ ସ୍ବାମୀସ୍ତ୍ରୀ ଏକାଠି ରହିବା କହିଥିଲେ ମଧ୍ୟ କରିସ୍ମାଙ୍କୁ ଶ୍ୱଶୁର, ଶାଶୁ, ସ୍ବାମୀ ତାଙ୍କୁ ସ୍ତ୍ରୀ କିମ୍ବା ବୋହୂ ମାନ୍ୟତା ମିଳି ପାରିନାହିଁ।

ଫଳରେ ଆସବାବପତ୍ର ଧରି ସ୍ତ୍ରୀ ମାନ୍ୟତା ପାଇଁ ଶ୍ୱଶୁର ଘର ଆଗରେ ଧାରଣା ବସିଛନ୍ତି କରିସ୍ମା। ତେବେ ସ୍ବାମୀ ଓ ଶ୍ୱଶୁର ପରିବାରର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ ଘରେ ଅନୁପସ୍ଥିତ ନ ଥିଲେ। ଫୋନ କରି ଥିଲେ ମଧ୍ୟ ଫୋନ ଉଠାଇ ନଥିଲେ ଯାହା ଫଳରେ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ l

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?