Posted inଜାତୀୟ

ବିଏସ୍‌ଏଫ୍‌ ହାତରେ ପାକିସ୍ତାନୀ ପାରା

ଜୈସଲମେର,୧୧।୨: ରାଜସ୍ଥାନର ଜୈସଲମେର ଜିଲାରେ ଏକ ପାକିସ୍ତାନୀ ପାରା ବିଏସ୍‌ଏଫ୍‌ ହାତରେ ଧରା ପଡ଼ିଛି। ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ପାରାଟିକୁ ଏକ ଗଛ ବୁଦାରେ ବସିଥିବା ସମୟରେ ବିଏସ୍‌ଏଫ୍‌ର ୧୮-ବି ବାଟାଲିଅନ ଯବାନ ଧରିଛନ୍ତି। ପାରାଟିର ଦୁଇ ଗୋଡ଼ରେ ଟ୍ୟାଗ୍‌ ଲଗାଯାଇଛି। ଏଥିରେ କ୍ୟୁ-୧୫, ୨୭ ଏବଂ ୩୨ ନମ୍ବର ଲେଖା ଯାଇଛି। ସେହିପରି ଏହାର ଭିତର ପଟ ପରରେ ୨୩୦ ଜିପିଏସ୍‌, ୧୫୦ ଜିପିଏସ୍‌ ଏବଂ ଆଟ୍‌ ଦି ରେଟ୍‌ ୩୧୦ ଜିପିଏସ୍‌ ଲେଖା ହୋଇଛି। ଶାହଗଡ଼ ବଲ୍ଜଠାରେ ଥିବା ବର୍ଡର ଆଉଟ୍‌ ପୋଷ୍ଟ୍‌ ଏସ୍‌ଡିକେର ପାର୍ଟି ନମ୍ବର-୨ ନିକଟରେ ପାରାକୁ ଧରାଯାଇ ଏହା ଗୁପ୍ତଚରୀ କାର୍ଯ୍ୟରେ ନିୟୋଜିତ କି ନୁହେଁ ତାହାର ଯାଞ୍ଚ୍‌ ଜାରି ରହିଛି। ସାଧାରଣତଃ ୨୩୦ ଜିପିଏସ୍‌ ଜିୟୋଲୋକେଟର ପକ୍ଷୀଙ୍କୁ ଟ୍ରାକ୍‌ କରିବା ଲାଗି ବ୍ୟବହାର କରାଯାଇଥାଏ। ପାରାଟି କୋଲମ୍ବିଡ଼ା ପ୍ରଜାତିର ବୋଲି ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ଏହି ପ୍ରଜାତି ଦକ୍ଷିଣ କଜାନିସ୍ତାନ, ଉଜବେକିସ୍ତାନ, ତୁର୍କିମେନିସ୍ତାନ, ତାଜିକିସ୍ତାନ, କିର୍ଗିସ୍ତାନ, ଆଫଗାନିସ୍ତାନ, ଉତ୍ତରପୂର୍ବ ଇରାନ, ଉତ୍ତର-ପଶ୍ଚିମ ଚାଇନା ଆଦି ଅଞ୍ଚଳରେ ବାସ କରନ୍ତି। ତେବେ ଶୀତ ଦିନେ ସେମାନେ ଉଡ଼ି ଉତ୍ତର-ପୂର୍ବ ପାକିସ୍ତାନ, ଜମ୍ମୁ-କଶ୍ମୀର, ରାଜସ୍ଥାନର କେତେକ ଅଞ୍ଚଳକୁ ପଳାଇ ଆସିଥାନ୍ତି। ସୂଚନାଯୋଗ୍ୟ, ୨୦୨୦ ମେରେ ଏଭଳି ଏକ ପାକିସ୍ତାନୀ ପାରାକୁ ବିଏସ୍‌ଏଫ୍‌ ଯବାନ ଧରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri