Posted inଜାତୀୟ

ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି କରି ଖସାଇଲେ ବିଏସ୍‌ଏଫ୍‌ ଯବାନ…

ଶ୍ରୀନଗର, ୭।୬ : ଜମ୍ମୁ-କଶ୍ମୀରର କାନାଚକ ଅଞ୍ଚଳରେ ସୁରକ୍ଷା ବାହିନୀ ପୁଣିଥରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଷଡଯନ୍ତ୍ରକୁ ପଣ୍ଡ କରିଛନ୍ତି। ସୀମା ଆରପାରିକୁ ପଠାଯାଇଥିବା ଏକ ଡ୍ରୋନ୍‌କୁ ବିଏସ୍‌ଏଫ୍‌ ପକ୍ଷରୁ ଗୁଳି କରି ଖସାଇ ଦିଆଯାଇଛି। ସୋମବାର-ମଙ୍ଗଳବାର ବିଳମ୍ବିତ ରାତିରେ ଅନ୍ତର୍ଜାତୀୟ ସୀମାରେ ଡ୍ରୋନ୍‌ ଉଡ଼ି ବୁଲୁଥିବାର ଦେଖିବାକୁ ମିଳିଥିଲା। ଏହା ପରେ ବିଏସ୍‌ଏଫ୍‌ ଯବାନମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ।

ସୂଚନା ପାଇବା ମାତ୍ରେ ସମଗ୍ର ଅଞ୍ଚଳରେ ଏକ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା । ବିଏସ୍‌ଏଫ୍‌ ଯବାନମାନେ ରାତିରେ ଏକ ପ୍ରକାର ଶବ୍ଦ ଶୁଣି ଡ୍ରୋନ ଉଡ଼ିବା ସନ୍ଦେହ କରିଥିଲେ। ଅଖନୋର ଅଞ୍ଚଳରେ ପ୍ରାୟ ୮୦୦ ମିଟର ଉଚ୍ଚରୁ ଏହି ଶବ୍ଦ ଶୁଣାଯାଉଥିଲା। ଯବାନମାନେ ଦୁଇ ରାଉଣ୍ଡ ଗୁଳି ଚଳାଇଲେ। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ ସୁରକ୍ଷା କର୍ମୀଙ୍କୁ ତୁରନ୍ତ ନିୟୋଜିତ କରାଯାଇଥିଲା ଏବଂ ସେମାନେ ସାଧାରଣ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରି ଗୁଳି ଚଳାଇବା ଆରମ୍ଭ କରିଥିଲେ। ଡ୍ରୋନ ସହିତ ସଂଲଗ୍ନ ହୋଇଥିବା ପେ ଲୋଡ ତଳକୁ ଅଣା ଯାଇଥିଲା।

ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ ମୁକେଶ ସିଂ କହିଛନ୍ତି ଯେ ଏହି ପେ ଲୋଡ ରେ ଏକ ଟାଇମର୍‌ ସେଟ ସହିତ ପିଲାମାନଙ୍କ ଟିଫିନ ବାକ୍ସ ଭିତରେ ପ୍ୟାକ ହୋଇଥିବା ତିନୋଟି ଚୁମ୍ବକୀୟ ଆଇଇଡି ରହିଛି। ପରେ ଏହାକୁ ନିଷ୍କ୍ରିୟ କରି ଦିଆଯାଇ ଥିଲା। ସେ କହିଛନ୍ତି ଯେ ଭାରତ-ପାକିସ୍ଥାନ ସୀମାରେ ଡ୍ରୋନ୍‌ ଦ୍ୱାରା ଆକ୍ରମଣ ବିପଦ ଏବେ ବଢ଼ିବାରେ ଲାଗିଛି। ସୀମା ଆରପାର୍ଶ୍ୱରୁ କୌଣସି ପ୍ରକାରର ଅନୁପ୍ରବେଶ ଉଦ୍ୟମକୁ ରାକିବା ପାଇଁ ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ନିୟୋଜିତ କରାଯାଇଛି। ଲଗାତାର ପାଟ୍ରୋଲିଂ କରାଯାଉଛି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜୟ ଶ୍ରୀରାମ’ ଲେଖି ପରୀକ୍ଷାରେ ପାସ୍‌, ମିଳିଛି ୬୦% ମାର୍କ

ଲକ୍ଷ୍ନୌ,୨୭।୪: ପରୀକ୍ଷା ଖାତାରେ କିଛି ଛାତ୍ରୀଛାତ୍ର ଗୀତ କିମ୍ବା ଫିଲ୍ମ ସମ୍ପର୍କରେ ଲେଖିଥିବା ମାମଲା ନିଶ୍ଚୟ ଶୁଣିଥିବେ। ଆଉ ଏହି ପରୀକ୍ଷା ଖାତା ଭାଇରାଲ ହେବା...

ଏଏପି ବିଧାୟକ ଅମାନତୁଲ୍ଲାଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ

ନୂଆଦିଲ୍ଲୀ,୨୭।୪: ଶନିବାର (ଏପ୍ରିଲ ୨୭ରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ...

ନୈନିତାଲ ଜଙ୍ଗଲରେ ଲାଗିଲା ନିଆଁ, ଜନବସତି ପାଇଁ ବିପଦ

ଡେରାଡୁନ,୨୭।୪: ସାରା ବିଶ୍ୱରେ ଉତ୍ତାପ ଦିନକୁ ଦିନ ବଢିବା ସହିତ ସହିତ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଯିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇ...

ବର୍ଷିଲେ ଦିଲ୍ଲୀ ହାଇକୋର୍ଟ, କେତେ କ୍ଷମତା ପାଇଲେ ଖୁସି ହେବେ କେଜରିଓ୍ବାଲ?

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ତିହାର ଜେଲ୍‌ରେ କାରାଦଣ୍ଡ ଭୋଗୁଛନ୍ତି। ଏନେଇ ଆମ ଆଦମୀ ପାର୍ଟି ବାରମ୍ବାର ଜୋର ଦେଉଥିବାବେଳେ ଶନିବାର ଦିଲ୍ଲୀ...

ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୭।୪: ଦେଶର ଚାରୋଟି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଇ-ମେଲ ମାଧ୍ୟମରେ ଦାବି କରାଯାଇଛି ଯେ କୋଲକାତା ବିମାନବନ୍ଦର ସମେତ ଦେଶର ଚାରୋଟି...

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା...

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri