Posted inଜାତୀୟ

ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି କରି ଖସାଇଲେ ବିଏସ୍‌ଏଫ୍‌ ଯବାନ…

ଶ୍ରୀନଗର, ୭।୬ : ଜମ୍ମୁ-କଶ୍ମୀରର କାନାଚକ ଅଞ୍ଚଳରେ ସୁରକ୍ଷା ବାହିନୀ ପୁଣିଥରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଷଡଯନ୍ତ୍ରକୁ ପଣ୍ଡ କରିଛନ୍ତି। ସୀମା ଆରପାରିକୁ ପଠାଯାଇଥିବା ଏକ ଡ୍ରୋନ୍‌କୁ ବିଏସ୍‌ଏଫ୍‌ ପକ୍ଷରୁ ଗୁଳି କରି ଖସାଇ ଦିଆଯାଇଛି। ସୋମବାର-ମଙ୍ଗଳବାର ବିଳମ୍ବିତ ରାତିରେ ଅନ୍ତର୍ଜାତୀୟ ସୀମାରେ ଡ୍ରୋନ୍‌ ଉଡ଼ି ବୁଲୁଥିବାର ଦେଖିବାକୁ ମିଳିଥିଲା। ଏହା ପରେ ବିଏସ୍‌ଏଫ୍‌ ଯବାନମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ।

ସୂଚନା ପାଇବା ମାତ୍ରେ ସମଗ୍ର ଅଞ୍ଚଳରେ ଏକ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା । ବିଏସ୍‌ଏଫ୍‌ ଯବାନମାନେ ରାତିରେ ଏକ ପ୍ରକାର ଶବ୍ଦ ଶୁଣି ଡ୍ରୋନ ଉଡ଼ିବା ସନ୍ଦେହ କରିଥିଲେ। ଅଖନୋର ଅଞ୍ଚଳରେ ପ୍ରାୟ ୮୦୦ ମିଟର ଉଚ୍ଚରୁ ଏହି ଶବ୍ଦ ଶୁଣାଯାଉଥିଲା। ଯବାନମାନେ ଦୁଇ ରାଉଣ୍ଡ ଗୁଳି ଚଳାଇଲେ। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ ସୁରକ୍ଷା କର୍ମୀଙ୍କୁ ତୁରନ୍ତ ନିୟୋଜିତ କରାଯାଇଥିଲା ଏବଂ ସେମାନେ ସାଧାରଣ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରି ଗୁଳି ଚଳାଇବା ଆରମ୍ଭ କରିଥିଲେ। ଡ୍ରୋନ ସହିତ ସଂଲଗ୍ନ ହୋଇଥିବା ପେ ଲୋଡ ତଳକୁ ଅଣା ଯାଇଥିଲା।

ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ ମୁକେଶ ସିଂ କହିଛନ୍ତି ଯେ ଏହି ପେ ଲୋଡ ରେ ଏକ ଟାଇମର୍‌ ସେଟ ସହିତ ପିଲାମାନଙ୍କ ଟିଫିନ ବାକ୍ସ ଭିତରେ ପ୍ୟାକ ହୋଇଥିବା ତିନୋଟି ଚୁମ୍ବକୀୟ ଆଇଇଡି ରହିଛି। ପରେ ଏହାକୁ ନିଷ୍କ୍ରିୟ କରି ଦିଆଯାଇ ଥିଲା। ସେ କହିଛନ୍ତି ଯେ ଭାରତ-ପାକିସ୍ଥାନ ସୀମାରେ ଡ୍ରୋନ୍‌ ଦ୍ୱାରା ଆକ୍ରମଣ ବିପଦ ଏବେ ବଢ଼ିବାରେ ଲାଗିଛି। ସୀମା ଆରପାର୍ଶ୍ୱରୁ କୌଣସି ପ୍ରକାରର ଅନୁପ୍ରବେଶ ଉଦ୍ୟମକୁ ରାକିବା ପାଇଁ ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ନିୟୋଜିତ କରାଯାଇଛି। ଲଗାତାର ପାଟ୍ରୋଲିଂ କରାଯାଉଛି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?