ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ବୀଭତ୍ସ ହତ୍ୟା

କରାଚି, ୩୧ା୧୨: ପାକିସ୍ତାନର ସିଦ୍ଧ ପ୍ରଦେଶରେ ୪୪ ବର୍ଷୀୟା ହିନ୍ଦୁ ମହିଳା ଦୟା ଭେଲଙ୍କୁ ବୀଭତ୍ସ ହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପ୍ରଦେଶରେ ରହୁଥିବା ଅଳ୍ପ ସଂଖ୍ୟକ ହିନ୍ଦୁ ସମ୍ପ୍ରଦାୟକଙ୍କ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି। ଦୟାଙ୍କୁ ନ୍ୟାୟ ଦାବିରେ ସାଂଘର ଜିଲାରେ ଶୁକ୍ରବାର ଲୋକେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ବିଲକୁ କାମ କରିବାକୁ ଯାଇଥିବା ଦୟା ସୋମବାର ଘରକୁ ଆଉ ଫେରି ନ ଥିଲେ। ତାଙ୍କ ପିଲାମାନେ ଦୟାଙ୍କୁ ବହୁ ଖୋଜାଖୋଜି କରିବା ପରେ ସୋରିଷ କ୍ଷେତରୁ ତାଙ୍କ ମୃତଦେହ ମିଳିଥିବା ତାଙ୍କ ପୁଅ ସୂମାର କହିଛନ୍ତି। ହତ୍ୟାକରୀମାନେ ଦୟାଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଇଥିଲେ। ଏଥିସହ ତାଙ୍କ ସ୍ତନକୁ ଖଣ୍ଡ ଖଣ୍ଡ କରି କାଟି ଶରୀରର ଚମଡ଼ା ଉତାରି ଦେଇଥିଲେ। ଦେଶରେ ରହୁଥିବା ଅଳ୍ପସଂଖ୍ୟାକ ହିନ୍ଦୁମାନଙ୍କ ସୁରକ୍ଷା ଦାୟିତ୍ୱ ସରକାରଙ୍କର, ଯାହାକୁ ସେ ଗୁରୁତର ସହ ବହନ କରିବା ଆବଶ୍ୟକ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଛନ୍ତି।
ଦୟା ହତ୍ୟାକାଣ୍ଡର ସୂଚନା ପ୍ରଥମେ ପାକିସ୍ତାନର ହିନ୍ଦୁ ସିନେଟର କ୍ରିଷ୍ଣା କୁମାରୀ ଟୁଇଟର ପୋଷ୍ଟ ଶେୟାର କରି ଦେଇଥିଲେ। ସିଦ୍ଧରେ ରହୁଥିବା ଭୀଲ ଆଦିବାସୀ ସମ୍ପ୍ରଦାୟ ଥିଲେ ଦୟା। ସେ ମୂଲଲାଗି ନିଜ ୪ ପିଲାଙ୍କ ଲାଳନପାଳନ ସାଙ୍ଗକୁ ଘର ଚଳାଉଥିଲେ। ପାକିସ୍ତାନରେ ମୋଟ ୭୫ଲକ୍ଷ ହିନ୍ଦୁ ବାସ କରୁଥିବାବେଳେ ଅନ୍ୟ ପ୍ରଦେଶ ତୁଳନାରେ ସିନ୍ଧରେ ଅଧିକମାତ୍ରରେ ହିନ୍ଦୁ ବସବାସ କରନ୍ତି। ସେମାନେ ଇସଲାମୀୟ ସଂସ୍କୃତି, ରୀତିନୀତି ଏବଂ ଭାଷାକୁ ଆପଣାଇ ସେଠାରେ ରହୁଛନ୍ତି। ସିଦ୍ଧ ପ୍ରଦେଶ ପୋଲିସ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri