ଗଳିକନ୍ଦିରେ ଧଳାଜହର

ଢେଙ୍କାନାଳ ଅଫିସ, ୧୩।୭: ଧଳାଜହର ବ୍ୟବସାୟର ନୂଆ ଠିକଣା ପାଲଟିଛି ଢେଙ୍କାନାଳ। ଗଳିକନ୍ଦିରେ ଖୋଲାଖୋଲି ବିକ୍ରି ହେଉଛି ବ୍ରାଉନସୁଗାର। ପୋଲିସ ଏବଂ ଅବକାରୀ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଏପରି ବେଆଇନ ବ୍ୟବସାୟ ଧୀରେ ଧୀରେ କାୟା ବିସ୍ତାର କରି ଚାଲିଥିବାବେଳେ ନିଶା ବେପାରୀମାନେ ବୈଷୟିକ ଶିକ୍ଷାନୁଷ୍ଠାନର ଶିକ୍ଷାର୍ଥୀ ଏବଂ ଯୁବପିଢ଼ିଙ୍କୁ ଟାର୍ଗେଟ କରୁଛନ୍ତି।
କରୋନା ମହାମାରୀ ପ୍ରାଦୁର୍ଭାବ ସମୟରେ ଅବକାରୀ ବିଭାଗ ମଦ ଉପରେ ଲଗାଯାଇଥିବା କୋଭିଡ୍‌ ଟ୍ୟାକ୍ସ କଲେକ୍ସନ ନେଇ ବ୍ୟସ୍ତ ରହୁଛନ୍ତି। ଏହାର ସୁଯୋଗରେ ବ୍ରାଉନ୍‌ ସୁଗାର ବ୍ୟବସାୟୀମାନେ ବ୍ୟବସାୟକୁ ଗ୍ରାମାଞ୍ଚଳରେ ପହଞ୍ଚାଇ ସାରିଲେଣି। ସହରର ରାମେଶ୍ୱରପୁର ଓଭରବ୍ରିଜ୍‌, ବାଜିଚୌକସ୍ଥିତ ପୁରୁଣା ଜିଲା ଚିକିତ୍ସାଳୟ ପରିସର, ରାଜବାଟି ନିକଟସ୍ଥ ପାଣିଓହଳା ପାହାଡ ତଳି ଅଞ୍ଚଳରେ ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବା ଏକ ଶିକ୍ଷାନୁଷ୍ଠାନର ଛାତ୍ରାବାସ, ମହିଷାପାଟ ଅଞ୍ଚଳରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଡ୍ରିଟ୍‌ର ଦୋକାନ ଗୃହ ଭଳି ସ୍ଥାନରେ ଅନାୟାସରେ ଚାଲିଛି ଧଳାଜହର କିଣାବିକା। ହେଲେ ପୋଲିସ କିମ୍ବା ଅବକାରୀ ବିଭାଗ ପକ୍ଷରୁ ଏହାକୁ ରୋକିବା ଦିଗରେ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ବ୍ରାଉନସୁଗାର ଧରପଗଡ଼ରେ ସେଭଳି ସଫଳତା ମିଳୁ ନ ଥିବା ଅଭିଯୋଗ ହେଉଛି। କେତେବେଳେ କେମିତି ସୂଚନା ମିଳିଲେ ପୋଲିସ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରୁଛି, ଯାହା ନାମକୁମାତ୍ର ବୋଲି ସହରର ବୁଦ୍ଧିଜୀବୀମାନେ କହିଛନ୍ତି। ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ମୁର୍ଶିଦାବାଦ ଏବଂ ବାଲେଶ୍ୱର ଜିଲାରୁ ଢେଙ୍କାନାଳକୁ ବ୍ରାଉନ ସୁଗାର ଆସୁଛି। ୧ ଗ୍ରାମ ପ୍ରତି ଏହାର ଦାମ୍‌ ୧୦ ହଜାର ଟଙ୍କା। ତେବେ ସହରରେ ବିକ୍ରି ହେଉଥିବା ଧଳାଜହରରେ ୩୦ ପ୍ରତିଶତ ନକଲି ସାମଗ୍ରୀ ମିଶାଯାଉଛି। ଏହାକୁ ୧ ଗ୍ରାମ୍‌ ପ୍ରତି ୩ ହଜାର ଟଙ୍କାରେ ବିକ୍ରି କରାଯାଉଛି। ସେହିପରି ବ୍ୟବସାୟ ବଢ଼ାଇବାକୁ ଛୋଟ ଛୋଟ ପୁଡ଼ିଆ କରି ପୁଡ଼ିଆ ପିଛା ୬୫୦ ଟଙ୍କାରେ ବିକ୍ରି ହେଉଛି। ଗତ ୨ବର୍ଷ ହେଲା ସହରରେ ଏହି କାରବାର ବଢ଼ିଥିବା ଜଣାପଡ଼ିଛି।
ଏ ସଂକ୍ରାନ୍ତରେ ଜିଲା ଅବକାରୀ ଅଧୀକ୍ଷକ ମନୋଜ ସେଠୀ କୁହନ୍ତି, କରୋନା ପାଇଁ ମଦରେ ଲଗାଯାଇଥିବା ସରକାରଙ୍କ ବର୍ଦ୍ଧିତ ଟ୍ୟାକ୍ସ କିପରି ସଂଗ୍ରହ ହେବ ସେଥିଲାଗି ଅଧିକାରୀ ଏବଂ କର୍ମଚାରୀମାନେ ବ୍ୟସ୍ତ ରହୁଛନ୍ତି। ବିଭାଗରେ ମାତ୍ର ୬ଜଣ ଇନ୍ସପେକ୍ଟର, ସବ୍‌ ଇନ୍ସପେକ୍ଟର ଅଛନ୍ତି। କର୍ମଚାରୀ ଅଭାବରୁ ଚଢ଼ାଉରେ ସମସ୍ୟା ସୃଷ୍ଟି ହୋଇଛି। ସେହିପରି ପୋଲିସ ଏବଂ ଅବକାରୀ ବିଭାଗ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ମିଳିତ ଚଢ଼ାଉ ହୋଇପାରୁନାହିଁ। ଢେଙ୍କାନାଳ ସହରକୁ ମୁର୍ଶିଦାବାଦ ଅଞ୍ଚଳରୁ ବ୍ରାଉନ ସୁଗାର ଆସୁଥିବା ସୂଚନା ମିଳିଛି। ଖୁବ୍‌ଶୀଘ୍ର ଯୋଜନାବଦ୍ଧ ଭାବେ ଚଢ଼ାଉ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏସ୍‌ପି ଅନୁପମା ଜେମ୍ସ କୁହନ୍ତି, ସହରରେ ପ୍ରବେଶ କରୁଥିବା ବ୍ରାଉନ୍‌ସୁଗାର ସମ୍ପର୍କରେ ତଦନ୍ତ ଜାରି ରହିଛି। କାରବାର ହେଉଥିବା ସ୍ଥାନଗୁଡ଼ିକ ଉପରେ ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri