ବ୍ରାଉନସୁଗାର : ବଡ଼ବଡ଼ିଆଙ୍କୁ ମାଫ

ଭୁବନେଶ୍ୱର, ୧୫।୭(ବ୍ୟୁରୋ): ଓଡିଶା ପୋଲିସ ଓ କ୍ରାଇମବ୍ରାଞ୍ଚ ରାଜ୍ୟରେ ନିଶା କାରବାର ବନ୍ଦ କରିବାକୁ ଦୀର୍ଘଦିନ ହେବ ସ୍ବତନ୍ତ୍ର ଡ୍ରାଇଭ୍‌ ଚଳାଇଛି। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌, କମିଶନରେଟ୍‌ ପୋଲିସର କ୍ୟୁଏଟି ଓ ସ୍ପେଶାଲ ସ୍କ୍ବାଡ୍‌ ବିଭିନ୍ନ ସମୟରେ ଚଢାଉ କରି ପୁଳା ପୁଳା ଧଳାଜହର ଜବତ କରୁଛି। ସମସ୍ତ ଘଟଣାର ଲିଙ୍କ୍‌ ବାଲେଶ୍ୱରର ଜଳେଶ୍ୱର ରହୁଛି। କୋଲକାତା ଓ ବାଂଲାଦେଶରୁ ବ୍ରାଉନସୁଗାର ସ୍ଥଳ ଓ ଜଳପଥରେ ଆସି ପହଞ୍ଚତ୍ବା ପରେ ଏଠାରୁ ବିଭିନ୍ନ ଏଜେଣ୍ଟଙ୍କ ଦ୍ୱାରା ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟ ତଥା ବାହାରକୁ ଚାଲାଣ ହେଉଛି। ବୁଧବାର ଭୁବନେଶ୍ୱର କେଶୁରା ଅଞ୍ଚଳରୁ ଅଧକୋଟି ଟଙ୍କାର ବ୍ରାଉନସୁଗାର ଓ ୩୫ ଲକ୍ଷ ଟଙ୍କା ଜବତ ହେବାପରେ ପୋଲିସ ଓ କ୍ରାଇମବ୍ରାଞ୍ଚର କାର୍ଯ୍ୟଧାରା ଚର୍ଚ୍ଚାକୁ ଆସିଛି। ଜଳେଶ୍ୱରରେ ବଡ଼ ବଡ଼ ନିଶା ମାଫିଆଙ୍କ ଆଡ୍ଡାସ୍ଥଳ ରହିଛି। ହେଲେ ଛୋଟ ଛୋଟ ବେପାରି ଓ ଯୋଗାଣକାରୀଙ୍କୁ ଧରି ପୋଲିସ ସବୁବେଳେ ବାହାଃବା ନେଉଛି। ଜଳେଶ୍ୱରରେ ବଡ଼ ଅପରେଶନ ପାଇଁ ମିଳିତ ଅପରେଶନର ଆବଶ୍ୟକତା ରହିଥିବାବେଳେ ପୋଲିସ ଓ କ୍ରାଇବ୍ରାଞ୍ଚ କାହିଁକି ଏଥିପ୍ରତି ମନବଳାଉନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତଦନ୍ତରେ ଅଟକିଛି ପୋଲିସ

ନିଶା କାରବାରର ବଡ଼ ମାର୍କେଟ ପାଲଟିଛି ଓଡ଼ିଶା। ନିଶା ମାଫିଆମାନେ ସହ ସମ୍ପର୍କ ରଖୁଛନ୍ତି। ଚାପ ପଡ଼ିଲେ କିଛି ଚାଲାଣକାରୀଙ୍କୁ ଧରି ତଦନ୍ତ ନାଁରେ ଚୁପ୍‌ ବସୁଛି ପୋଲିସ। ବିଭିନ୍ନ ଘଟଣାରେ ଧରାପଡ଼ୁଥିବା ଅଭିଯୁକ୍ତଙ୍କର ଜଳେଶ୍ୱର ଓ ପଶ୍ଚିମବଙ୍ଗ ଲିଙ୍କ୍‌ ଥିବା ପୋଲିସ କହୁଥିଲେ ମଧ୍ୟ ତଦନ୍ତରେ ଝୁଣ୍ଟୁଛି। ଅଭିଯୁକ୍ତମାନେ କାହାପାଖରୁ ବ୍ରାଉନସୁଗାର ଆଣିଥିଲେ। ରାଜ୍ୟ ବାହାରୁ କିଏ ଏତେ ପରିମାଣର ବ୍ରାଉନସୁଗାର ରାଜ୍ୟ ଭିତରକୁ ଆଣୁଛି ପୋଲିସ ସେ ଦିଗରେ ତଦନ୍ତ କରି କାହାକୁ ବାନ୍ଧିପାରୁନାହିଁ।

ପୋଲିସର ପାରିବା ପଣିଆକୁ ପ୍ରଶ୍ନ କଲେ ଅଭିଯୁକ୍ତ

ଭୁବନେଶ୍ୱର କେଶୁରା ଅଞ୍ଚଳରେ ବ୍ରାଉନ୍‌ସୁଗାର କାରବାର ଚାଲୁଥିବା ନେଇ ସୂଚନା ପାଇବା ପରେ କମିଶନରେଟ୍‌ ପୋଲିସ ଚଢାଉ କରିଥିଲା। ତେବେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ପୋଲିସର ଦକ୍ଷତାକୁ ଅଙ୍ଗୁଳି ଉଠାଇ ନାଲିଆଖି ଦେଖାଇଥିଲେ। ଜଳେଶ୍ୱର ଅଞ୍ଚଳରେ ପନି ପରିବା ଭଳି ଗଳି କନ୍ଦିରେ ବ୍ରାଉନସୁଗାର ବିକ୍ରି ହେଉଛି। ଡାକିହାକି ବ୍ରାଉନସୁଗାର ଦେଉଛନ୍ତି। ତାଙ୍କୁ ତ ଧରୁନ, ଆମେ ତାଙ୍କ ପାଖରୁ ଆଣି ବିକ୍ରି କଲେ ଆମକୁ କାହିଁକି ଧରୁଛ ବୋଲି ପୋଲିସର ପାରିବା ପଣିଆକୁ ନେଇ ଅଭିଯୁକ୍ତମାନେ ପ୍ରଶ୍ନ କରିଥିଲେ।

ପାଇଖାନାରେ ଢାଳିଲେ, ନିଆଁ ଲଗାଇ ଜାଳିଲେ

ଚଢାଉ ସମୟରେ କ୍ୟୁଏଟି ଓ ଶହୀଦନଗର ଥାନା ପୋଲିସକୁ ଚକ୍‌ମା ଦେବାକୁ ଚେଷ୍ଟା କରିଥିଲେ ଗିରଫ ମହିଳା ପିଙ୍କି ଦାସ। ପୋଲିସ ଚଢାଉ କରୁଥିବା ଜାଣିପାରି ସେ ଘରର ସମସ୍ତ କବାଟ ବନ୍ଦ କରିଦେଇଥିଲେ। ଏପଟେ ପୋଲିସ କବାଟ ବାଡେଇ ଡାକୁଥିବାବେଳେ ପିଙ୍କି ଘରେ ଷ୍ଟକ ଥିବା ବିପୁଳ ବ୍ରଉନ୍‌ସୁଗାରକୁ ନେଇ ପାଇଖାନାରେ ଢାଳି ଦେବା ସହ କିଛି ଜଳାଇଦେଇଥିଲେ। ବ୍ରାଉନସୁଗାର ଜଳିବାର ବାସ୍ନା ଆସିବା ପରେ ପୋଲିସ କବାଟ ଭାଙ୍ଗି ଭିତରକୁ ପଶି ପାଇଖାନା ସାରା ବ୍ରାଉନସୁଗାର ପଡ଼ିଥିବା ଦେଖିଥିଲା। ଏହାପରେ ଘର ସାରା ଖୋଜିଖୋଜି ୫୫୦ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri