ବ୍ରାଉନସୁଗାର : ବଡ଼ବଡ଼ିଆଙ୍କୁ ମାଫ

ଭୁବନେଶ୍ୱର, ୧୫।୭(ବ୍ୟୁରୋ): ଓଡିଶା ପୋଲିସ ଓ କ୍ରାଇମବ୍ରାଞ୍ଚ ରାଜ୍ୟରେ ନିଶା କାରବାର ବନ୍ଦ କରିବାକୁ ଦୀର୍ଘଦିନ ହେବ ସ୍ବତନ୍ତ୍ର ଡ୍ରାଇଭ୍‌ ଚଳାଇଛି। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌, କମିଶନରେଟ୍‌ ପୋଲିସର କ୍ୟୁଏଟି ଓ ସ୍ପେଶାଲ ସ୍କ୍ବାଡ୍‌ ବିଭିନ୍ନ ସମୟରେ ଚଢାଉ କରି ପୁଳା ପୁଳା ଧଳାଜହର ଜବତ କରୁଛି। ସମସ୍ତ ଘଟଣାର ଲିଙ୍କ୍‌ ବାଲେଶ୍ୱରର ଜଳେଶ୍ୱର ରହୁଛି। କୋଲକାତା ଓ ବାଂଲାଦେଶରୁ ବ୍ରାଉନସୁଗାର ସ୍ଥଳ ଓ ଜଳପଥରେ ଆସି ପହଞ୍ଚତ୍ବା ପରେ ଏଠାରୁ ବିଭିନ୍ନ ଏଜେଣ୍ଟଙ୍କ ଦ୍ୱାରା ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟ ତଥା ବାହାରକୁ ଚାଲାଣ ହେଉଛି। ବୁଧବାର ଭୁବନେଶ୍ୱର କେଶୁରା ଅଞ୍ଚଳରୁ ଅଧକୋଟି ଟଙ୍କାର ବ୍ରାଉନସୁଗାର ଓ ୩୫ ଲକ୍ଷ ଟଙ୍କା ଜବତ ହେବାପରେ ପୋଲିସ ଓ କ୍ରାଇମବ୍ରାଞ୍ଚର କାର୍ଯ୍ୟଧାରା ଚର୍ଚ୍ଚାକୁ ଆସିଛି। ଜଳେଶ୍ୱରରେ ବଡ଼ ବଡ଼ ନିଶା ମାଫିଆଙ୍କ ଆଡ୍ଡାସ୍ଥଳ ରହିଛି। ହେଲେ ଛୋଟ ଛୋଟ ବେପାରି ଓ ଯୋଗାଣକାରୀଙ୍କୁ ଧରି ପୋଲିସ ସବୁବେଳେ ବାହାଃବା ନେଉଛି। ଜଳେଶ୍ୱରରେ ବଡ଼ ଅପରେଶନ ପାଇଁ ମିଳିତ ଅପରେଶନର ଆବଶ୍ୟକତା ରହିଥିବାବେଳେ ପୋଲିସ ଓ କ୍ରାଇବ୍ରାଞ୍ଚ କାହିଁକି ଏଥିପ୍ରତି ମନବଳାଉନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତଦନ୍ତରେ ଅଟକିଛି ପୋଲିସ

ନିଶା କାରବାରର ବଡ଼ ମାର୍କେଟ ପାଲଟିଛି ଓଡ଼ିଶା। ନିଶା ମାଫିଆମାନେ ସହ ସମ୍ପର୍କ ରଖୁଛନ୍ତି। ଚାପ ପଡ଼ିଲେ କିଛି ଚାଲାଣକାରୀଙ୍କୁ ଧରି ତଦନ୍ତ ନାଁରେ ଚୁପ୍‌ ବସୁଛି ପୋଲିସ। ବିଭିନ୍ନ ଘଟଣାରେ ଧରାପଡ଼ୁଥିବା ଅଭିଯୁକ୍ତଙ୍କର ଜଳେଶ୍ୱର ଓ ପଶ୍ଚିମବଙ୍ଗ ଲିଙ୍କ୍‌ ଥିବା ପୋଲିସ କହୁଥିଲେ ମଧ୍ୟ ତଦନ୍ତରେ ଝୁଣ୍ଟୁଛି। ଅଭିଯୁକ୍ତମାନେ କାହାପାଖରୁ ବ୍ରାଉନସୁଗାର ଆଣିଥିଲେ। ରାଜ୍ୟ ବାହାରୁ କିଏ ଏତେ ପରିମାଣର ବ୍ରାଉନସୁଗାର ରାଜ୍ୟ ଭିତରକୁ ଆଣୁଛି ପୋଲିସ ସେ ଦିଗରେ ତଦନ୍ତ କରି କାହାକୁ ବାନ୍ଧିପାରୁନାହିଁ।

ପୋଲିସର ପାରିବା ପଣିଆକୁ ପ୍ରଶ୍ନ କଲେ ଅଭିଯୁକ୍ତ

ଭୁବନେଶ୍ୱର କେଶୁରା ଅଞ୍ଚଳରେ ବ୍ରାଉନ୍‌ସୁଗାର କାରବାର ଚାଲୁଥିବା ନେଇ ସୂଚନା ପାଇବା ପରେ କମିଶନରେଟ୍‌ ପୋଲିସ ଚଢାଉ କରିଥିଲା। ତେବେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ପୋଲିସର ଦକ୍ଷତାକୁ ଅଙ୍ଗୁଳି ଉଠାଇ ନାଲିଆଖି ଦେଖାଇଥିଲେ। ଜଳେଶ୍ୱର ଅଞ୍ଚଳରେ ପନି ପରିବା ଭଳି ଗଳି କନ୍ଦିରେ ବ୍ରାଉନସୁଗାର ବିକ୍ରି ହେଉଛି। ଡାକିହାକି ବ୍ରାଉନସୁଗାର ଦେଉଛନ୍ତି। ତାଙ୍କୁ ତ ଧରୁନ, ଆମେ ତାଙ୍କ ପାଖରୁ ଆଣି ବିକ୍ରି କଲେ ଆମକୁ କାହିଁକି ଧରୁଛ ବୋଲି ପୋଲିସର ପାରିବା ପଣିଆକୁ ନେଇ ଅଭିଯୁକ୍ତମାନେ ପ୍ରଶ୍ନ କରିଥିଲେ।

ପାଇଖାନାରେ ଢାଳିଲେ, ନିଆଁ ଲଗାଇ ଜାଳିଲେ

ଚଢାଉ ସମୟରେ କ୍ୟୁଏଟି ଓ ଶହୀଦନଗର ଥାନା ପୋଲିସକୁ ଚକ୍‌ମା ଦେବାକୁ ଚେଷ୍ଟା କରିଥିଲେ ଗିରଫ ମହିଳା ପିଙ୍କି ଦାସ। ପୋଲିସ ଚଢାଉ କରୁଥିବା ଜାଣିପାରି ସେ ଘରର ସମସ୍ତ କବାଟ ବନ୍ଦ କରିଦେଇଥିଲେ। ଏପଟେ ପୋଲିସ କବାଟ ବାଡେଇ ଡାକୁଥିବାବେଳେ ପିଙ୍କି ଘରେ ଷ୍ଟକ ଥିବା ବିପୁଳ ବ୍ରଉନ୍‌ସୁଗାରକୁ ନେଇ ପାଇଖାନାରେ ଢାଳି ଦେବା ସହ କିଛି ଜଳାଇଦେଇଥିଲେ। ବ୍ରାଉନସୁଗାର ଜଳିବାର ବାସ୍ନା ଆସିବା ପରେ ପୋଲିସ କବାଟ ଭାଙ୍ଗି ଭିତରକୁ ପଶି ପାଇଖାନା ସାରା ବ୍ରାଉନସୁଗାର ପଡ଼ିଥିବା ଦେଖିଥିଲା। ଏହାପରେ ଘର ସାରା ଖୋଜିଖୋଜି ୫୫୦ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?