ଭାଇଚାରା: ଗଣପତି ବିସର୍ଜନ ପାଇଁ ମିଲାଦୁନ ନବୀ ଶୋଭାଯାତ୍ରା ଦିନକୁ ପରିବର୍ତ୍ତନ କଲେ ମୁସଲମାନ ସମାଜ…

ଯୋଧପୁର,୨୩।୯ : ଧାର୍ମିକ ସଦଭାବନାର ଏକ ଅନନ୍ୟ ଉଦାହରଣ ରାଜସ୍ଥାନର ଯୋଧପୁରରେ ସାମ୍ନାକୁ ଆସିଛି। ଏହା ସମସ୍ତଙ୍କ ହୃଦୟ ଜିଣିଛି। ବାସ୍ତବରେ, ୨୮ ସେପ୍ଟେମ୍ବରରେ ଅନନ୍ତ ଚଚୁର୍ଦ୍ଦଶୀରେ ଗଣପତି ମେଢ଼ ବିସର୍ଜନ ଉତ୍ସବ ସମଗ୍ର ଦେଶରେ ପାଳନ କରାଯିବ। ସେହି ଦିନ ମୁସଲମାନ ସମ୍ପ୍ରଦାୟଙ୍କର ପର୍ବ ପୈଗମ୍ବର ମହମ୍ମଦଙ୍କ ଜନ୍ମ ଦିନ ମିଲାଦୁନ ନବୀ ପଡୁଛି।

ଏହି କାରଣରୁ, ଶାନ୍ତି ଏବଂ ଭାଇଚାରାକୁ ଦୃଷ୍ଟିରେ ରଖି ମୁସଲମାନ ସମାଜ ୨୮ ସେପ୍ଟେମ୍ବର ପରିବର୍ତ୍ତେ ୨୯ ସେପ୍ଟମ୍ବରରେ ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଯୋଧପୁର ପୋଲିସ କମିଶନର ରବି ଦତ୍ତ ଗୌଡ ଏବଂ ଡିସିପି ଅମୃତା ଦୁହନଙ୍କ ଉପସ୍ଥିତିରେ ଧାର୍ମିକ ନେତାଙ୍କ ଏକ ବୈ ଠକ ଅନୁଷ୍ଠିତ ହୋଇଥିଲା। ଏହା ପରେ ଏହି ନିଷ୍ପତ୍ତି ନିଆ ଯାଇଥିଲା ।

ଗୋଟିଏ ଦିନରେ ଗଣପତି ବିସର୍ଜନ ଏବଂ ମିଲାଦୁନ ନବୀ ପର୍ବ ଯୋଗୁ ଯୋଧପୁର ପୋଲିସ ଶାନ୍ତି କମିଟିର ଏକ ବୈଠକ ଆୟୋଜନ କରିଥିଲା। ଏଥିରେ ଉଭୟ ସମ୍ପ୍ରଦାୟର ଧାର୍ମିକ ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଗଣପତି ବିସର୍ଜନ ଏବଂ ଶୋଭାଯାତ୍ରା ପାଇଁ କେବଳ ଗୋଟିଏ ରାସ୍ତା ଅଛି। ଏହା ପୋଲିସ ସମ୍ମୁଖରେ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।

ଏଭଳି ପରିସ୍ଥିତିରେ ଆଇନ ଶୃଙ୍ଖଳା ବଜାୟ ରଖିବା ସବୁଠାରୁ ବଡ ପ୍ରଶ୍ନ ଥିଲା। ପାରସ୍ପରିକ ଆଲୋଚନା ପରେ ବୈଠକରେ ମୁସଲମାନ ସମ୍ପ୍ରଦାୟର ଧାର୍ମିକ ନେତାମାନେ ଧାର୍ମିକ ସୌହାର୍ଦ୍ଦ୍ୟର ଭାବନା ପ୍ରଦର୍ଶନ କରି ମିଲାଦୁନ ନବୀ ଶୋଭାଯାତ୍ରା ଦିନକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ଦ୍ୱାରା ଉଭୟ ପର୍ବ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରାଯାଇପାରିବ । ଶାନ୍ତି କମିଟି ବୈଠକରେ ଉପସ୍ଥିତ ସମସ୍ତ ବ୍ୟକ୍ତି ମୁସଲମାନ ସମ୍ପ୍ରଦାୟର ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri