![](https://www.dharitri.com/wp-content/uploads/2022/10/22-19.jpg)
ବ୍ରହ୍ମପୁର ଅଫିସ,୨୩ା୧୦: ସାମାନ୍ୟ ଘଟଣାକୁ କେନ୍ଦ୍ରକରି ଭଉଣୀଙ୍କୁ ମାଡ଼ମାରିବା ଅଭିଯୋଗରେ ପୋଲିସ ତାଙ୍କ ଭାଇଙ୍କୁ ଗିରଫ କରିଛି। ସେ ହେଲେ ମହମ୍ମଦ ଜଲାଲ ସରିଫ। ଏନେଇ ଟାଉନ ଥାନା ପୋଲିସ ଏକ ମାମଲା(ନଂ.୩୦୯/୨୨) ରୁଜୁ କରି ସରିଫଙ୍କୁ କୋର୍ଟ ଚାଲାଣ କରିଛି।
ପ୍ରକାଶ ଯେ, ମହମ୍ମଦ ସରିଫଙ୍କ ଭଉଣୀ ଅମରିନ ବେଗମ୍ ଆନ୍ଧ୍ରପ୍ରଦେଶରେ ବିବାହ କରିଥିଲେ। ହେଲେ ସେ ପ୍ରାୟ ସମୟରେ ବାପ ଘରେ ରହି ଆସୁଛନ୍ତି। ଏହାକୁ ନେଇ ଭଉଣୀ ଭାଇଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗି ରହୁଥିଲା। ଦୁଇଦିନ ତଳେ ଘରର ଏକ ଗ୍ରାଇଣ୍ଡରକୁ ସରିଫ ଭାଙ୍ଗି ଦେଇଥିଲେ। ଏନେଇ ଘରେ ଥିବା ବୃଦ୍ଧ ବାପା ପଚାରିବାରୁ ସରିଫ ତାଙ୍କୁ ଆକ୍ରମଣ କରିଥିଲେ। ବାପାଙ୍କୁ କାହିଁକି ମାରୁଛ ବୋଲି ଅମରିନ ପ୍ରତିବାଦ କରିବାରୁ ସରିଫ ତାଙ୍କ ତଣ୍ଟି ଚିପି ମୁହଁକୁ ବାରମ୍ବାର ମୁଥ ମାରିଥିଲେ। ଫଳରେ ଭଉଣୀଙ୍କ ନାକରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଏ ନେଇ ସେ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ତଦନ୍ତ ପରେ ସରିଫଙ୍କୁ ପୋଲିସ ଗିରଫ କରିଥିଲା।