ରାୟଗଡ଼ା,୯।୧(ଆଶିଷ ରଞ୍ଜନ ପଣ୍ଡା): ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ବଡ଼ ବାପା ପୁଅଙ୍କ ଟାଙ୍ଗିଆ ଚୋଟରେ ସାନବାପା ପୁଅଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଥାନା ବଡନାଗଝରି ଗ୍ରାମରେ ଘଟିଛି। ଆଜି ଦିନ ୧୦ଟା ବେଳେ ବଡନୁନା କଚିମ ନିଜ କାନ୍ଦୁଲ ଚାଷ ଦେଖିବାକୁ ଯାଉଥିବା ବେଳେ ଉକ୍ତ ଗ୍ରାମର ବିସମ୍ବର କଚିମ ଏକ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି। ଅମ୍ବାଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟା କରିଥିବା ବିସମ୍ବରକୁ ଥାନାରେ ଅଟକ ରଖିଛି।


