ଭାଇ ହତ୍ୟାକାରୀଙ୍କୁ ଆଜୀବନ ଜେଲ

କାମାକ୍ଷାନଗର, ୪।୫(ଡି.ଏନ୍‌.ଏ.):ସାମାନ୍ୟ ଅର୍ଥ ଲୋଭରେ ପଡ଼ି ଭୁଲି ଯାଇଥିଲେ ହିତାହିତ ଜ୍ଞାନ। ରକ୍ତ ସମ୍ପର୍କୀୟ ନାବାଳକ ଭାଇକୁ ଅପହରଣ କରିବା ପରେ ବେକକୁ ରଶିରେ ଭିଡ଼ି ଶ୍ୱାସରୁଦ୍ଧ କରି ଅତି ନିର୍ମମ ଭାବେ କରିଥିଲେ ହତ୍ୟା। ଏଭଳି ଏକ ସମ୍ବେଦନଶୀଳ ମାମଲାର ରାୟ ଘଟଣାର ୪ବର୍ଷ ପରେ ମଙ୍ଗଳବାର ପ୍ରକାଶ ପାଇଛି। ହତ୍ୟାକାରୀ ସତ୍ୟସ୍ବପ୍ନା ସାହୁ ଓରଫ୍‌ ବାପୁନ୍‌ଙ୍କୁ ଢେଙ୍କାନାଳ ଜିଲା କାମାକ୍ଷାନଗର ଅତିରିକ୍ତ ଦୌରାଜ୍‌ଜ୍‌ ସତ୍ୟନାରାୟଣ ପାତ୍ର ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଓକିଲ ଦେବରାଜ ବେହେରା ମାମଲା ପରିଚାଳନା କରିଥିଲେ।
ମାମଲାର ବିବରଣୀ ଅନୁଯାୟୀ, କାମାକ୍ଷାନଗର ଥାନା ମୁକ୍ତାପଶି ଗ୍ରାମରେ ୨୦୧୮ ମାର୍ଚ୍ଚ ୧୫ରେ ସଂଘଟିତ ହୋଇଥିଲା ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ। ପ୍ରଦୀପ କୁମାର ସାହୁଙ୍କ ଏକମାତ୍ର ପୁଅ ପ୍ରବୀଣ ଓରଫ୍‌ ଶିବା (୮) ସ୍କୁଲରୁ ଫେରି ଗଁାଦାଣ୍ଡରେ ଖେଳୁଥିବାବେଳେ ହଠାତ୍‌ ନିଖୋଜ ହୋଇଯାଇଥିଲେ। ଖୋଜାଖୋଜି କରିବା ସତ୍ତ୍ୱେ ତାଙ୍କର କୌଣସି ସନ୍ଧାନ ନ ମିଳିବାରୁ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହି ସମୟରେ ପ୍ରଦୀପଙ୍କ ମୋବାଇଲକୁ ଏକ ମେସେଜ୍‌ ଆସିଥିଲା। ୪୦ ହଜାର ଟଙ୍କା ଦେଲେ ପୁଅକୁ ଫେରିପାଇବ ବୋଲି ଏଥରେ ଚେତାବନୀ ଦିଆଯାଇଥିଲା। ପୋଲିସ ମୋବାଇଲ୍‌ ନମ୍ବର ଟ୍ରାକିଂ କରିବା ପରେ ସନ୍ଦେହ ଘେରକୁ ଆସିଥିଲେ ପ୍ରଦୀପଙ୍କ ବଡ଼ଭାଇଙ୍କ ପୁଅ ତଥା ମୃତ ପ୍ରବୀଣଙ୍କ ଦାଦାପୁଅ ଭାଇ ସତ୍ୟସ୍ବପ୍ନା। ୧୬ ତାରିଖରେ ପୋଲିସ ତାଙ୍କୁ ଉଠାଇ ନେଇ ଜେରା କରିବା ପରେ ଘଟଣାର ରହସ୍ୟ ଉନ୍ମୋଚିତ ହୋଇଥିଲା। ଅର୍ଥଲୋଭରେ ବାପୁନ୍‌ ନିଜ ରକ୍ତ ସମ୍ପର୍କୀୟ ଭାଇଙ୍କୁ ଅପହରଣ କରିଥିଲେ। ଏହାପରେ ବେକକୁ ରଶିରେ ଚିପି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଦୋଷ ଲୁଚାଇବାକୁ ମୃତଦେହକୁ ଅଖାରେ ପୂରାଇ ଘରେ ରଖିଥିଲେ। ଜେରା ବେଳେ ପାଲିସ ଆଗରେ ସବୁ ସତ ମାନିଯାଇଥିଲେ ସତ୍ୟସ୍ବପ୍ନା। ଏ ନେଇ ନଂ.୫୦/୧୮ ଏବଂ ଦଫା ୩୦୨, ୨୦୧, ୩୬୪ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ତତ୍କାଳୀନ ଥାାନାଧିକାରୀ ଜ୍ଞାନରଞ୍ଜନ ସାମଲ ଏବଂ ତଦନ୍ତକାରୀ ଅଧିକାରୀ ଲିଆକତ୍‌ ଖାନ୍‌ଙ୍କ ଉଦ୍ୟମରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ହତ୍ୟା ଅଭିଯୁକ୍ତ ଧରାପଡ଼ିଥିଲେ। ଏହି ଘଟଣା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri