ଭିଣୋଇଙ୍କୁ ହତ୍ୟା କରି ସିମେଣ୍ଟ ଟାଙ୍କି ତଳେ ପୋତି ଦେଇଥିଲେ

ପଦ୍ମପୁର,୧୫।୩(ଡି.ଏନ.ଏ): ବରଗଡ଼ ଜିଲା ପାଇକମାଳ ଯମୁନା ନଗରପଡ଼ାରେ ୨୦୧୫ରେ ସଂଘଟିତ ଏକ ହତ୍ୟା ମାମଲାରେ ମୃତକଙ୍କ ଶାଳୀଙ୍କୁ ଆଜୀବନ କାରାଦଣ୍ଡ ଏବଂ ୫ ହଜାର ଅର୍ଥଦଣ୍ଡ(ଜରିମାନା)ରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦାୟ ଅଧିକ ୩ ମାସ ଜେଲଦଣ୍ଡ ହେବ ବୋଲି ରାୟ ପ୍ରକାଶ ପାଇଛି।

ଛତିଶଗଡ଼ ରାଜ୍ୟ ସରାଇପାଲି ଥାନା ଅନ୍ତର୍ଗତ କେଲେଣ୍ଡା ଗ୍ରାମର କଶ୍ୟପ ବାଗ ସେହି ଗ୍ରାମର ବିନ୍ଦୁ ସେଠଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ସେମାନେ ବରଗଡ଼ ଜିଲା ପାଇକମାଲ ଯମୁନା ନଗରପଡ଼ାରେ ଆସି ରହୁଥିଲେ। ପରେ କଶ୍ୟପ ତାମିଲନାଡ଼ୁକୁ ରୋଜଗାର ପାଇଁ ଯାଇଥିଲେ। ହେଲେ ଯମୁନାନଗରପଡ଼ା ଘରେ ସ୍ତ୍ରୀ ବିନ୍ଦୁ ଏବଂ ଶାଳୀ ନୀରୁ ରହିଥିଲେ। ଏହି ସମୟରେ ପାଇକମାଳ ଥାନା ହଲନାଦାଦର ଗ୍ରାମର ଜଣେ ମିସ୍ତ୍ରୀ ପରମାନନ୍ଦ ଡନସନାଙ୍କ ସହିତ ବିନ୍ଦୁଙ୍କ ପ୍ରେମ ସମ୍ପର୍କ ଗଡ଼ି ଉଠିଥିଲା। କାଶ୍ୟପ ତାମିଲନାଡ଼ୁରୁ ଫେରି ସେସବୁ ଜାଣିବାକୁ ପାଇ ସମ୍ପର୍କରୁ ଓହରି ଯିବା ପାଇଁ ବିନ୍ଦୁଙ୍କୁ କହିଥିଲେ। ଏଥିରେ କ୍ରୋଧିତ ହୋଇ ବିନ୍ଦୁ, ନୀରୁ ଏବଂ ପରମାନନ୍ଦ ସବୁଦିନ ପାଇଁ କାଶ୍ୟପଙ୍କୁ ହଟାଇବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ, ସେମାନେ କାଶ୍ୟପଙ୍କୁ ହତ୍ୟା କରି ପୋତି ଦେଇଥିଲେ। ପରେ ସେଠାରେ ଏକ ସିମେଣ୍ଟର ଏକ ପାଣିଟାଙ୍କି ତିଆରି କରି ଦେଇଥିଲେ।

ଘଟଣା ପ୍ରଘଟ ହେବା ପରେ କାଶ୍ୟପଙ୍କ ବାପା କାର୍ତ୍ତିକ ୨୦୧୫ ମେ ୪ତାରିଖରେ ପାଇକମାଳ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୋଲିସ ଦଫା ୩୦୨, ୨୦୧ରେ ମାମଲା ରୁଜୁ ସହିତ ପାଣିଟାଙ୍କି ଫଟାଇବା ସହିତ ମାଟି ଖୋଲି ମୃତଦେହ ଉଦ୍ଧାର କରିଥିଲା। ୩ ଅଭିଯୁକ୍ତ ବିନ୍ଦୁ, ନୀରୁ ଏବଂ ପରମାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ପରେ ନୀରୁ ସର୍ତ୍ତମୂଳକ ଜାମିନରେ ଆସିିଥିଲେ। କିନ୍ତୁ ସେ ଆଉ କୋର୍ଟରେ ହାଜର ହୋଇ ନ ଥିଲେ। ଫଳରେ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା। ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗତ ୧୧ତାରିଖରେ ଏଡ଼ିଜେ ଅରବିନ୍ଦ ରଥ ଶୁଣାଣି କରି ନୀରୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଅପରପକ୍ଷେ ୨୦୧୮ରେ ଅନ୍ୟ ୨ ଅଭିଯୁକ୍ତ ବିନ୍ଦୁ ଏବଂ ପରମାନନ୍ଦଙ୍କୁ ଜେଲ ଦଣ୍ଡାଦେଶ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri