Categories: ଖେଳ

ଓଡ଼ିଶାର ତରୁଣଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୧୩ା୧୨ (ସ୍ପୋଟର୍‌ସ ବ୍ୟୁରୋ): ଥାଇଲାଣ୍ଡର ଫୁକେଟଠାରେ ୧୩ତମ ଓ୍ବାଲର୍‌ଡ ବଡି ବିଲ୍‌ଡିଂ ଓ ଫିଜିକ୍‌ ସ୍ପୋଟର୍‌ସ ଚାମ୍ପିୟନଶିପ୍‌-୨୦୨୨ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ସଂଘର ସଭାପତି ସୁମିତ୍ରା ତ୍ରିପାଠୀଙ୍କ ନେତୃତ୍ୱରେ ଓଡ଼ିଶାର ଏକ ୬ ଜଣିଆ ଦଳ ଅଂଶଗ୍ରହଣ କରିଥିଲା। ସିନିୟର ପୁରୁଷ ବିଭାଗରେ ଜଗନ୍ନାଥ ଖୁଣ୍ଟିଆ (୭୫କେଜି), ବିଚିତ୍ର କୁମାର ନାୟକ (୭୦କେଜି) ପୁପୁନ୍‌ ସ୍ବାଇଁ (ଫିଜିକ୍‌ ସ୍ପୋଟର୍‌ସ) ଏବଂ ତରୁଣ କୁମାର ଚାଟାର୍ଜୀ ୬୦ରୁ ଊର୍ଦ୍ଧ୍ୱ ବୟସ ବର୍ଗରେ ଅଂଶଗ୍ରହଣ କରିଥିଲେ। ସୁମିତ୍ରା ତ୍ରିପାଠୀ ଓ ଉମାଚରଣ ଶତପଥୀ (ଉଭୟେ ଅନ୍ତର୍ଜାତୀୟ ବିଚାରକ) ଅଫିସିଆଲ ଭାବେ ଯୋଗ ଦେଇଥିଲେ। ତରୁଣ ଚାଟାର୍ଜୀ ତାଙ୍କ ବିଭାଗରେ ତୃତୀୟ ସ୍ଥାନ ଅଧିକାର କରିବା ସହ ବ୍ରୋଞ୍ଜ ପାଇଛନ୍ତି। ଅନ୍ୟପକ୍ଷରେ ଜଗନ୍ନାଥ ଓ ବିଚିତ୍ର ସେମାନଙ୍କ ବିଭାଗରେ ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନ ଅଧିକାର କରିଥିଲେ। ସୂଚନାଯୋଗ୍ୟ, ତରୁଣ ପୂର୍ବରୁ ଏସିଆନ ବଡ଼ି ବିଲ୍‌ଡିଂ ଚାମ୍ପିୟନଶିପ୍‌-୨୦୨୨ରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ଥାଇଲାଣ୍ଡରେ ସଫଳତା ପାଇଁ ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ସଂଘର ଉପଦେଷ୍ଟା ମାନସରଞ୍ଜନ ମହାପାତ୍ର, ଏକ୍‌ଜ୍ୟୁଟିଭ୍‌ ଭାଇସ୍‌ ପ୍ରେସିଡେଣ୍ଟ ବାବୁଲି ସ୍ବାଇଁ ଓ ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଶୁଭକାମନା କରିଛନ୍ତି।

Share