ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସାରସକଣା,୮ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ସିଣ୍ଡିକେଟ୍‌ ବ୍ୟାଙ୍କ ଏଟିଏମ୍‌ କାଉଣ୍ଟରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଲୁଟ୍‌ ଉଦ୍ଦେଶ୍ୟରେ ଏଟିଏମ୍‌ ଗ୍ୟାସ କଟର ସାହାଯ୍ୟରେ କାଟି ଟଙ୍କା ବାହାର କରିନେଇଛନ୍ତି। ଘଟଣାସ୍ଥଳରେ ଜିଲା ଆରକ୍ଷୀ ଅଧୀକ୍ଷକ ଋଷିକେଶ ଧ୍ୟାନଦେଓ, ଏସ୍‌ଡିପିଓ କେ.କେ ହରିପ୍ରସାଦ, ଝାରପୋଖରିଆ ପୋଲିସ, ତଦନ୍ତକାରୀ ଦଳ ସହିତ ସନ୍ଧାନୀ କୁକୁର ପହଞ୍ଚି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି। ୧୮ ନଂ ଜାତୀୟ ରାଜପଥ କଡ଼ରେ ଏହି ଏଟି ଏମ୍‌ ଥିବାବେଳେ ୪ଟି ସିସି କ୍ୟାମେରା ଲାଗିଥିଲେ ମଧ୍ୟ ପୋଲିସକୁ ଚ୍ୟାଲେଞ୍ଜ
ଦେଇ ଲୁଟ୍‌ ଉଦ୍ୟମ କରିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଲୁଟେରାମାନେ ଅଢ଼େଇ ଲକ୍ଷରୁ ଊର୍ଦ୍ଧ ଟଙ୍କା ଲୁଟ ହୋଇଥିବାର ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ଡିଏସ୍‌ପି ଉପାସନା ପାଢ଼ୀ ପ୍ରକାଶ କରିଛନ୍ତି। ଏନେଇ ୧୨୫/୨୨ରେ ଏକ ମାମଲା ରୁଜୁ କରାଯିବା ସହିତ ସିସିଟିଭି ଫୁଟେଜ୍‌ ଆଧାର କରି ଖୁବ୍‌ଶୀଘ୍ର ଲୁଟେରାଙ୍କୁ ଧରାଯିବ ବୋଲି ଝାରପୋଖରିଆ ଥାନାଧିକାରୀ ଡିଏସ୍‌ପି ମୁକ୍ତି କୁମାର କୁଲୁ ସୂଚନା ଦେଇଛନ୍ତି।