ଇସ୍ରାଏଲରେ ପହଞ୍ଚିଲେ ଋଷି ସୁନକ

ଲଣ୍ଡନ,୧୯ା୧୦: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଗୁରୁବାର ଇସ୍ରାଏଲରେ ପହଞ୍ଚି ହମାସ୍‌ ସହ ଦେଶର ଯୁଦ୍ଧ ବିଷୟରେ ଆଲୋଚନା କରିଛନ୍ତି।
ପୂର୍ବରୁ ଟୁଇଟର ଭାବେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ ରେ ସୁନକ ଲେଖିଛନ୍ତି, ମୁଁ ଇସ୍ରାଏଲରେ ଅଛି, ଦୁଃଖରେ ଏକ ରାଷ୍ଟ୍ର। ମୁଁ ତୁମ ସହିତ ଦୁଃଖିତ ଏବଂ ଆତଙ୍କବାଦର ବିରୋଧରେ ତୁମ ସହିତ ଛିଡ଼ା ହୋଇଛି। ଆଜି ଏବଂ ସବୁବେଳେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ଗସ୍ତରେ ଯାଇ ଦେଶକୁ ସମସ୍ତ ପ୍ରକାର ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇ ଆସିଛନ୍ତି।

Share