ବସ୍‌ଷ୍ଟାଣ୍ଡରେ ବ୍ରିଟେନ ପ୍ରତିରକ୍ଷା ଦସ୍ତାବିଜ୍‌

ଲଣ୍ଡନ, ୨୮ା୬: ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟର ୫୦ ପୃଷ୍ଠା ସମ୍ବଳିତ ଗୋପନୀୟ ଦସ୍ତାବିଜ୍‌ ମଙ୍ଗଳବାର ଦକ୍ଷିଣ ଇଂଲଣ୍ଡର କେଣ୍ଟଠାରେ ଥିବା ଏକ ବସ୍‌ଷ୍ଟାଣ୍ଡରୁ ମିଳିବା ଘଟଣା ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ଡକ୍ୟୁମେଣ୍ଟରେ ବ୍ରିଟେନ ଯୁଦ୍ଧ ଜାହାଜ ଏବଂ ବ୍ରିଟିଶ ସେନା ସମ୍ବନ୍ଧରେ ଗୁପ୍ତ ତଥ୍ୟ ରହିଥିବା ଜଣାଯାଇଛି। କ୍ରିମିଆ ଉପକୂଳରୁ ୟୁକ୍ରେନ ଜଳକ୍ଷେତ୍ର ଦେଇ ବ୍ରିଟେନର ଯୁଦ୍ଧଜାହାଜ ଏଚ୍‌ଏମ୍‌ଏସ୍‌ ଡିଫେଣ୍ଡର ଚଳାଚଳ ଉପରେ ରୁଷିଆର ସମ୍ଭାବ୍ୟ ପ୍ରତିକ୍ରିୟା ବିଷୟରେ ଏହି ଦସ୍ତାବିଜରେ ଉଲ୍ଲେଖ ରହିଛି। ନାଟୋ ଅପରେଶନ ଶେଷ ହେବା ପରେ ଆଫଗାନିସ୍ତାନରେ ବ୍ରିଟିଶ ସେନା ଉପସ୍ଥିତି ଉପରେ ହୋଇଥିବା ଆଲୋଚନା ବାବଦରେ ମଧ୍ୟ ତଥ୍ୟ ରହିଛି। ଗତ ସପ୍ତାହରେ ଏହି ଡକ୍ୟୁମେଣ୍ଟ ହଜିଯାଇଥିବା ଏବଂ ଏ ନେଇ ତଦନ୍ତ ଚାଲିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି। ୟୁକ୍ରେନ ଜଳକ୍ଷେତ୍ର ଦେଇ ଏଚ୍‌ଏମ୍‌ଏସ୍‌ ଡିଫେଣ୍ଡର ଚଳାଚଳ ଘଟଣା ଉପରେ ରୁଷିଆ ବୁଧବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ଯୁଦ୍ଧଜାହାଜ କ୍ରେମଲିନ ଜଳସୀମା ଦେଇ ଯାତାୟାତ କରିଥିଲା ବୋଲି ରୁଷିଆ କହିବା ସହ କାର୍ଯ୍ୟାନୁଷ୍ଠାନ ଚେତାବନୀ ସ୍ବରୂପ ଗୁଳିଚାଳନା ସହ ଏଚ୍‌ଏମ୍‌ଏସ୍‌ ଡିଫେଣ୍ଡର ଯିବା ବାଟରେ ବୋମା ପକାଇଥିଲା। ପରେ ରୁଷିଆ ମସ୍କୋରେ ଥିବା ବ୍ରିଟିଶ ରାଷ୍ଟ୍ରଦୂତଙ୍କୁ ଏ ନେଇ ସମନ କରିଥିଲା। ତେବେ ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ୟୁକ୍ରେନ ଜଳସୀମାରେ ଯୁଦ୍ଧଜାହାଜ ପଶିଥିବା ବ୍ରିଟେନ କହିବା ସହ ରୁଷିଆର ଦାବିକୁ ପ୍ରତ୍ୟାଖାନ କରିଥିଲା। ଯୁଦ୍ଧଜାହାଜ ଚଳାଚଳକୁ ନେଇ ରୁଷିଆ କଡ଼ା ପ୍ରତିକ୍ରିୟା ରଖିପାରେ ବୋଲି ବ୍ରିଟେନ ପୂର୍ବରୁ ଆକଳନ କରିଥିବା ଉକ୍ତ ଡକ୍ୟୁମେଣ୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri