୧୩୦ କୋଟି ଭାରତବାସୀଙ୍କ ଶୁଭକାମନା ଆଣିଛି, ଯବାନଙ୍କୁ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୪।୧୧: ଆଲୋକର ପର୍ବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୁରକ୍ଷା ବାହିନୀ ସହିତ ତାଙ୍କର ଦିୱାଲୀ ପାଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜମ୍ମୁ-କଶ୍ମୀରର ରାଜୌରୀ ଜିଲାର ନୋଶେରା ସେକ୍ଟରରେ ପହଞ୍ଚି ସୈନିକମାନଙ୍କ ସହିତ ପ୍ରାୟ ଏକ ଘଣ୍ଟା ବିତାଇବା ସହିତ ସେମାନଙ୍କୁ ମିଠା ଖାଇବାକୁ ଦେଇଛନ୍ତି।

ମୋଦି କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ଭାବରେ ନୁହେଁ, ବରଂ ଆପଣଙ୍କ ପରିବାର ସଦସ୍ୟ ଭାବରେ ଏଠାକୁ ଆସିଛି। ୧୩୦ କୋଟି ଭାରତବାସୀଙ୍କ ଶୁଭକାମନା ସାଥିରେ ଆଣିଛି। ଯେତେବେଳେ ଆପଣ ନିଜ ପରିବାରକୁ ଯାଆନ୍ତି ସେତେବେଳେ ଆପଣ ଅନୁଭବ କରୁଥିବା ସମାନ ଅଭିଜ୍ଞତା ମୁଁ ମଧ୍ୟ ଅନୁଭବ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୀମାରେ ମୁତୟନ ହୋଇଥିବା ଯବାନମାନଙ୍କ ସହିତ ମୁଁ ପ୍ରତିବର୍ଷ ଦିୱାଲୀ ପାଳନ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତିି।

ଯବାନମାନେ ଭାରତ ମାତାଙ୍କର ସୁରକ୍ଷା କବଚ ସାଜିଛନ୍ତି। ମୋଦି କହିଛନ୍ତି ଯେ ପୂର୍ବରୁ ପରିସ୍ଥିତି ଥିଲା ଯେ ଆବଶ୍ୟକ ସମୟରେ ଅସ୍ତ୍ରଶସ୍ତ୍ର କ୍ରୟ କରାଯାଉଥିଲା। ତେବେ ଏବେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବଢୁଛି। ବର୍ତ୍ତମାନ ୨୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର, ଉପକରଣ ସ୍ବଦେଶୀ କମ୍ପାନୀଙ୍କ ଠାରୁ କ୍ରୟ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

Share