ଦେଶ ପାଇଁ ଆଣିଲେ ଗୌରବ

ବାଲେଶ୍ୱର ଅଫିସ, ୬।୩: ବାଲେଶ୍ୱର ରେମୁଣା ଥାନା ମନ୍ଦାରପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ୨୨ବର୍ଷୀୟା ପଦ୍ମାବତୀ ସିଂ ଭାରତୀୟ ଟେନିସ୍‌ କ୍ରିକେଟ ଟିମ୍‌ରେ ସାମିଲ ହୋଇ ଦେଶ, ରାଜ୍ୟ ତଥା ଜିଲା ପାଇଁ ଗୌରବ ଆଣି ଦେଇଛନ୍ତି। ଫେବୃୟାରୀ ୨୧ରୁ ୨୮ ତାରିଖ ପର୍ଯ୍ୟନ୍ତ ନେପାଳ ପୋଖରାଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପ୍ରଥମ ଦକ୍ଷିଣ ଏସୀୟ ଟେନିସ୍‌ କ୍ରିକେଟ୍‌ ଚାମ୍ପିୟନଶିପରେ ଭାରତ ପାଇଁ ଗଠିତ ଟିମ୍‌ରେ ଓଡ଼ିଶାର ୪ ଖେଳାଳିଙ୍କ ମଧ୍ୟରେ ପଦ୍ମାବତୀ ଚୟନ ହୋଇଥିଲେ। ଏଥିରେ ନେପାଳ ଚାମ୍ପିୟନ ହୋଇଥିବା ବେଳେ ଭାରତ ରନର୍ସଅପ୍‌ ହୋଇଛି।
ବାପା ହାଡ଼ିବନ୍ଧୁ ଓ ମା’ ମଞ୍ଜୁ ଦିନମଜୁରିଆ କାମ କରି ଘର ଚଳାନ୍ତି। ତାଙ୍କର ଆଉ ୩ ଭଉଣୀଭାଇ ଅଛନ୍ତି। ପଦ୍ମାବତୀ ରେମୁଣା ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ କରି ବାରିପଦା ମା’ ଦ୍ୱାରଶୁଣୀ କଲେଜରେ ଯୁକ୍ତ ୨ ପଢିଥିଲେ। ଏବେ ସେ ଡିଭାଇନ୍‌ କଲେଜରେ ଡିପ୍ଲୋମା (ଇଲେକ୍ଟ୍ରିକାଲ ଟ୍ରେଡ୍‌)ର ତୃତୀୟ ବର୍ଷ ଛାତ୍ରୀ। ପିଲାଟି ଦିନରୁ ତାଙ୍କର କ୍ରିକେଟ୍‌ ପ୍ରତି ରୁଚି ରହିଥିଲା। ଟେନିସ୍‌ ବଲ୍‌ରେ ଖେଳିବା ସହିତ ଡ୍ୟୁଜ୍‌ ବଲ୍‌ରେ ବି କ୍ରିକେଟ୍‌ ଖେଳ ଅଭ୍ୟାସ ଜାରି ରଖିଥିଲେ। ସ୍କୁଲ ଓ କଲେଜସ୍ତରରେ କ୍ରିକେଟ୍‌ ସହିତ ବିଭିନ୍ନ ଖେଳରେ ଭାଗ ନେଇ ଚାମ୍ପିୟନ ହୋଇଛନ୍ତି। ପୂର୍ବରୁ ପଦ୍ମାବତୀ ଜାତୀୟସ୍ତରରେ ଖେଳି ବ୍ରୋଞ୍ଜ ମେଡ଼ାଲ ଜିତିଛନ୍ତି। ସେଭଳି ରାଜ୍ୟସ୍ତରରେ ଡ୍ୟୁଜ୍‌ ବଲ୍‌ରେ କ୍ରିକେଟ୍‌ ବି ଖେଳିଛନ୍ତି। ପଦ୍ମାବତୀଙ୍କ ଦକ୍ଷତାକୁ ଦେଖି ଭୁବନେଶ୍ୱର ଟେନିସ୍‌ କ୍ରିକେଟ୍‌ ଆସୋସିଏଶନ୍‌ର ସମ୍ପାଦକ ରାଗିଣୀ ମିତ୍ରା ତାଙ୍କୁ ବହୁ ସହଯୋଗ କରିଥିବା କଥା ସେ କୁହନ୍ତି। ସେହିପରି ବାଲେଶ୍ୱର ଡ୍ୟୁଜ୍‌ ବଲ୍‌ର କୋଚ୍‌ ଜଗତରଞ୍ଜନ ଦାସଙ୍କଠାରୁ ପଦ୍ମାବତୀ ପ୍ର୍ରଶିକ୍ଷଣ ନେଉଛନ୍ତି।
ପଦ୍ମାବତୀ କହନ୍ତି, ସେ ପ୍ରଥମେ ଆଥଲେଟିକ୍‌ ଖେଳୁଥିଲେ। ରେମୁଣା ହାଇସ୍କୁଲରେ ପଢୁଥିବା ବେଳେ ଆଥଲେଟିକ୍‌ ଛାଡ଼ି କ୍ରିକେଟ୍‌ ଖେଳିବା ଆରମ୍ଭ କଲେ। ବ୍ଲକରୁ ଜିଲାସ୍ତରରେ କ୍ରିକେଟ୍‌ ଖେଳିବା ପରେ ରାଜ୍ୟରେ ଖେଳିବାର ସୁଯୋଗ ମିଳିବା କଷ୍ଟକର ଥିଲା। କଲେଜରେ ପଢ଼ିବା ବେଳେ ପୁଣି କ୍ରିକେଟ୍‌ ଖେଳ ଆରମ୍ଭ କରିଥିଲେ। ବାରିପଦାର ଖେଳାଳି ସଞ୍ଜିତା ଦାସ, ଅଞ୍ଜନା ମୁଖି, ଝିଲି ମହାନ୍ତଙ୍କ ସହ ଦେଖାହେବା ପରେ ତାଙ୍କର ପରାମର୍ଶ ନେଇ ବୟସ କମ୍‌ ଥିବାରୁ କ୍ରିକେଟ୍‌ ଖେଳିଥିଲେ। ପ୍ରଥମେ ସେ ମୟୂରଭଞ୍ଜ ତରଫରୁ ଜିଲାସ୍ତରରେ ଖେଳିଥିଲେ। ସେଠାରେ ଭୁବନେଶ୍ୱର ଟେନିସ୍‌ କ୍ରିକେଟ୍‌ ଆସୋସିଏଶନ୍‌ର ସମ୍ପାଦକ ରାଗିଣୀ ମିତ୍ରାଙ୍କ ସହ ସାକ୍ଷାତ୍‌ ହୋଇଥିଲା। ଖେଳ ଦେଖି ସେ ମୋତେ ଜାତୀୟସ୍ତର ପାଇଁ ଚୟନ କରିଥିଲେ। ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିବାରୁ ଜାତୀୟରୁ ଅନ୍ତର୍ଜାତୀୟ ସ୍ତରରେ ଟେନିସ୍‌ କ୍ରିକେଟ୍‌ ଖେଳିବା ପାଇଁ ଚୟନ ହେବା ସହ ଦଳର ଉପଅଧିନାୟକ ଦାୟିତ୍ୱ ମିଳିଥିଲା। ବହୁ ଅର୍ଥ ଆବଶ୍ୟକ ଥିବାରୁ ଦେଇପାରି ନ ଥିଲେ। କିନ୍ତୁ ରାଗିଣୀ ମାଡାମ୍‌ଙ୍କ ସହାୟତାରେ ନେପାଳ ଖେଳିବାକୁ ଯାଇଥିଲି। ସେଠାରେ ଶ୍ରୀଲଙ୍କା, ବାଂଲାଦେଶ ଓ ନେପାଳ ସହ ଖେଳ ହୋଇଥିଲା। ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରି ରନର୍ସଅପ୍‌ ହୋଇଥିଲୁ। ତେବେ ଏହି ଖେଳରେ ରୁଚି ରହିଥିଲେ ବି ସେଭଳି କିଛି ସହଯୋଗ ନାହଁି। ଡ୍ୟୁଜ୍‌ ବଲ୍‌ରେ ଯେମିତି ବିଭିନ୍ନ ଚାମ୍ପିଅନ୍‌ଶିପ୍‌ ରହିଛି, କ୍ରିକେଟ୍‌ ଟେନିସ୍‌ ବଲ୍‌ରେ ସେମିତି ପ୍ରତିଯୋଗିତା ଅନୁଷ୍ଠିତ ହେଉନାହଁି। ତେଣୁ ମହିଳା କ୍ରିକେଟ୍‌ ଟେନିସ୍‌ ପାଇଁ ଯଦି ବିଭିନ୍ନ ଚାମ୍ପିୟନଶିପ୍‌ର ବ୍ୟବସ୍ଥା ହୋଇପାରନ୍ତା ବହୁ ଖେଳାଳି ଏଥିରେ କ୍ୟାରିୟର୍‌ କରିପାରନ୍ତେ। ତଥାପି ସେ ଦୁଇଟି (ଟେନିସ୍‌ ଓ ଡ୍ୟୁଜ୍‌ ବଲ୍‌)ରେ ଖେଳ ଅଭ୍ୟାସ ସେ ଜାରି ରଖିଛନ୍ତି। ଭବିଷ୍ୟତରେ ଖେଳ ସହିତ ସେନାରେ ଯିବାକୁ ଇଚ୍ଛା ରଖିଥିବା ପଦ୍ମାବତୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri