ଦେଶ ପାଇଁ ଆଣିଲେ ଗୌରବ

ବାଲେଶ୍ୱର ଅଫିସ, ୬।୩: ବାଲେଶ୍ୱର ରେମୁଣା ଥାନା ମନ୍ଦାରପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ୨୨ବର୍ଷୀୟା ପଦ୍ମାବତୀ ସିଂ ଭାରତୀୟ ଟେନିସ୍‌ କ୍ରିକେଟ ଟିମ୍‌ରେ ସାମିଲ ହୋଇ ଦେଶ, ରାଜ୍ୟ ତଥା ଜିଲା ପାଇଁ ଗୌରବ ଆଣି ଦେଇଛନ୍ତି। ଫେବୃୟାରୀ ୨୧ରୁ ୨୮ ତାରିଖ ପର୍ଯ୍ୟନ୍ତ ନେପାଳ ପୋଖରାଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପ୍ରଥମ ଦକ୍ଷିଣ ଏସୀୟ ଟେନିସ୍‌ କ୍ରିକେଟ୍‌ ଚାମ୍ପିୟନଶିପରେ ଭାରତ ପାଇଁ ଗଠିତ ଟିମ୍‌ରେ ଓଡ଼ିଶାର ୪ ଖେଳାଳିଙ୍କ ମଧ୍ୟରେ ପଦ୍ମାବତୀ ଚୟନ ହୋଇଥିଲେ। ଏଥିରେ ନେପାଳ ଚାମ୍ପିୟନ ହୋଇଥିବା ବେଳେ ଭାରତ ରନର୍ସଅପ୍‌ ହୋଇଛି।
ବାପା ହାଡ଼ିବନ୍ଧୁ ଓ ମା’ ମଞ୍ଜୁ ଦିନମଜୁରିଆ କାମ କରି ଘର ଚଳାନ୍ତି। ତାଙ୍କର ଆଉ ୩ ଭଉଣୀଭାଇ ଅଛନ୍ତି। ପଦ୍ମାବତୀ ରେମୁଣା ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ କରି ବାରିପଦା ମା’ ଦ୍ୱାରଶୁଣୀ କଲେଜରେ ଯୁକ୍ତ ୨ ପଢିଥିଲେ। ଏବେ ସେ ଡିଭାଇନ୍‌ କଲେଜରେ ଡିପ୍ଲୋମା (ଇଲେକ୍ଟ୍ରିକାଲ ଟ୍ରେଡ୍‌)ର ତୃତୀୟ ବର୍ଷ ଛାତ୍ରୀ। ପିଲାଟି ଦିନରୁ ତାଙ୍କର କ୍ରିକେଟ୍‌ ପ୍ରତି ରୁଚି ରହିଥିଲା। ଟେନିସ୍‌ ବଲ୍‌ରେ ଖେଳିବା ସହିତ ଡ୍ୟୁଜ୍‌ ବଲ୍‌ରେ ବି କ୍ରିକେଟ୍‌ ଖେଳ ଅଭ୍ୟାସ ଜାରି ରଖିଥିଲେ। ସ୍କୁଲ ଓ କଲେଜସ୍ତରରେ କ୍ରିକେଟ୍‌ ସହିତ ବିଭିନ୍ନ ଖେଳରେ ଭାଗ ନେଇ ଚାମ୍ପିୟନ ହୋଇଛନ୍ତି। ପୂର୍ବରୁ ପଦ୍ମାବତୀ ଜାତୀୟସ୍ତରରେ ଖେଳି ବ୍ରୋଞ୍ଜ ମେଡ଼ାଲ ଜିତିଛନ୍ତି। ସେଭଳି ରାଜ୍ୟସ୍ତରରେ ଡ୍ୟୁଜ୍‌ ବଲ୍‌ରେ କ୍ରିକେଟ୍‌ ବି ଖେଳିଛନ୍ତି। ପଦ୍ମାବତୀଙ୍କ ଦକ୍ଷତାକୁ ଦେଖି ଭୁବନେଶ୍ୱର ଟେନିସ୍‌ କ୍ରିକେଟ୍‌ ଆସୋସିଏଶନ୍‌ର ସମ୍ପାଦକ ରାଗିଣୀ ମିତ୍ରା ତାଙ୍କୁ ବହୁ ସହଯୋଗ କରିଥିବା କଥା ସେ କୁହନ୍ତି। ସେହିପରି ବାଲେଶ୍ୱର ଡ୍ୟୁଜ୍‌ ବଲ୍‌ର କୋଚ୍‌ ଜଗତରଞ୍ଜନ ଦାସଙ୍କଠାରୁ ପଦ୍ମାବତୀ ପ୍ର୍ରଶିକ୍ଷଣ ନେଉଛନ୍ତି।
ପଦ୍ମାବତୀ କହନ୍ତି, ସେ ପ୍ରଥମେ ଆଥଲେଟିକ୍‌ ଖେଳୁଥିଲେ। ରେମୁଣା ହାଇସ୍କୁଲରେ ପଢୁଥିବା ବେଳେ ଆଥଲେଟିକ୍‌ ଛାଡ଼ି କ୍ରିକେଟ୍‌ ଖେଳିବା ଆରମ୍ଭ କଲେ। ବ୍ଲକରୁ ଜିଲାସ୍ତରରେ କ୍ରିକେଟ୍‌ ଖେଳିବା ପରେ ରାଜ୍ୟରେ ଖେଳିବାର ସୁଯୋଗ ମିଳିବା କଷ୍ଟକର ଥିଲା। କଲେଜରେ ପଢ଼ିବା ବେଳେ ପୁଣି କ୍ରିକେଟ୍‌ ଖେଳ ଆରମ୍ଭ କରିଥିଲେ। ବାରିପଦାର ଖେଳାଳି ସଞ୍ଜିତା ଦାସ, ଅଞ୍ଜନା ମୁଖି, ଝିଲି ମହାନ୍ତଙ୍କ ସହ ଦେଖାହେବା ପରେ ତାଙ୍କର ପରାମର୍ଶ ନେଇ ବୟସ କମ୍‌ ଥିବାରୁ କ୍ରିକେଟ୍‌ ଖେଳିଥିଲେ। ପ୍ରଥମେ ସେ ମୟୂରଭଞ୍ଜ ତରଫରୁ ଜିଲାସ୍ତରରେ ଖେଳିଥିଲେ। ସେଠାରେ ଭୁବନେଶ୍ୱର ଟେନିସ୍‌ କ୍ରିକେଟ୍‌ ଆସୋସିଏଶନ୍‌ର ସମ୍ପାଦକ ରାଗିଣୀ ମିତ୍ରାଙ୍କ ସହ ସାକ୍ଷାତ୍‌ ହୋଇଥିଲା। ଖେଳ ଦେଖି ସେ ମୋତେ ଜାତୀୟସ୍ତର ପାଇଁ ଚୟନ କରିଥିଲେ। ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିବାରୁ ଜାତୀୟରୁ ଅନ୍ତର୍ଜାତୀୟ ସ୍ତରରେ ଟେନିସ୍‌ କ୍ରିକେଟ୍‌ ଖେଳିବା ପାଇଁ ଚୟନ ହେବା ସହ ଦଳର ଉପଅଧିନାୟକ ଦାୟିତ୍ୱ ମିଳିଥିଲା। ବହୁ ଅର୍ଥ ଆବଶ୍ୟକ ଥିବାରୁ ଦେଇପାରି ନ ଥିଲେ। କିନ୍ତୁ ରାଗିଣୀ ମାଡାମ୍‌ଙ୍କ ସହାୟତାରେ ନେପାଳ ଖେଳିବାକୁ ଯାଇଥିଲି। ସେଠାରେ ଶ୍ରୀଲଙ୍କା, ବାଂଲାଦେଶ ଓ ନେପାଳ ସହ ଖେଳ ହୋଇଥିଲା। ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରି ରନର୍ସଅପ୍‌ ହୋଇଥିଲୁ। ତେବେ ଏହି ଖେଳରେ ରୁଚି ରହିଥିଲେ ବି ସେଭଳି କିଛି ସହଯୋଗ ନାହଁି। ଡ୍ୟୁଜ୍‌ ବଲ୍‌ରେ ଯେମିତି ବିଭିନ୍ନ ଚାମ୍ପିଅନ୍‌ଶିପ୍‌ ରହିଛି, କ୍ରିକେଟ୍‌ ଟେନିସ୍‌ ବଲ୍‌ରେ ସେମିତି ପ୍ରତିଯୋଗିତା ଅନୁଷ୍ଠିତ ହେଉନାହଁି। ତେଣୁ ମହିଳା କ୍ରିକେଟ୍‌ ଟେନିସ୍‌ ପାଇଁ ଯଦି ବିଭିନ୍ନ ଚାମ୍ପିୟନଶିପ୍‌ର ବ୍ୟବସ୍ଥା ହୋଇପାରନ୍ତା ବହୁ ଖେଳାଳି ଏଥିରେ କ୍ୟାରିୟର୍‌ କରିପାରନ୍ତେ। ତଥାପି ସେ ଦୁଇଟି (ଟେନିସ୍‌ ଓ ଡ୍ୟୁଜ୍‌ ବଲ୍‌)ରେ ଖେଳ ଅଭ୍ୟାସ ସେ ଜାରି ରଖିଛନ୍ତି। ଭବିଷ୍ୟତରେ ଖେଳ ସହିତ ସେନାରେ ଯିବାକୁ ଇଚ୍ଛା ରଖିଥିବା ପଦ୍ମାବତୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri