Posted inଜାତୀୟ

ବଢିଲା ବ୍ରଜଭୂଷଣଙ୍କ ଅଡୁଆ: ସଫେଇରେ ସନ୍ତୁଷ୍ଟ ନାହାନ୍ତି ସରକାର

ନୂଆଦିଲ୍ଲୀ,୨୦।୧: ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରଜଭୂଷଣ ଶରଣ ସିଂଙ୍କ ସମସ୍ୟା ବଢିବାକୁ ଲାଗିଛି। ଅନେକ ଅନ୍ତର୍ଜାତୀୟ ସ୍ତରର ରେସ୍‌ଲର୍‌ଙ୍କ ଗୁରୁତର ଅଭିଯୋଗ ଉପରେ ବ୍ରଜଭୂଷଣଙ୍କ ସ୍ପଷ୍ଟୀକରଣରେ ସରକାର ସନ୍ତୁଷ୍ଟ ନୁହଁନ୍ତି। ଏହି ଅଭିଯୋଗର ତଦନ୍ତ ପାଇଁ ସରକାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ କରିବାକୁ ଚିନ୍ତା କରୁଛନ୍ତି।
ବହୁ ବିଶିଷ୍ଟ ରେସ୍‌ଲରମାନେ ଯନ୍ତରମନ୍ତରରେ ଧାରଣାରେ ବସିବା ପରେ ପ୍ରଧାନମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରିଥିଲେ। ସୂତ୍ରରୁ ପ୍ରକାଶ ଯେ, ତାଙ୍କ ହସ୍ତକ୍ଷେପ ପରେ ହିଁ ଲକ୍ଷ୍ନୌରେ ମହିଳା ଜାତୀୟ ରେସଲିଂ କ୍ୟାମ୍ପକୁ ସ୍ଥଗିତ କରାଯିବା ସହ ଏହି ଅଭିଯୋଗର ଜବାବ ଦେବା ପାଇଁ ଫେଡେରେସନ କୁ ୭୨ ଘଣ୍ଟା ସମୟ ଦିଆଯାଇଥିଲା। ଏହି ବିବାଦର ଶୀଘ୍ର ସମାଧାନ କରିବାକୁ ଏବଂ ରେସଲରଙ୍କୁ ସନ୍ତୁଷ୍ଟ କରିବାକୁ କ୍ରୀଡା ମନ୍ତ୍ରଣାଳୟକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଏହି ଘଟଣାରେ ପରେ ବୁଧବାର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ନିକଟରେ ବ୍ରିଜ ଭୂଷଣ ସ୍ପଷ୍ଟୀକରଣ ଦେଇଛନ୍ତି। ମନ୍ତ୍ରଣାଳୟ ତାଙ୍କ ସ୍ପଷ୍ଟୀକରଣରେ ସନ୍ତୁଷ୍ଟ ନୁହଁନ୍ତି।
ସୂଚନାଯୋଗ୍ୟ, ବ୍ରଜଭୂଷଣ ଦୀର୍ଘ ବର୍ଷ ଧରି ମହିଳା ରେସଲରମାନଙ୍କ ପ୍ରତି ଯୌନ ଶୋଷଣ କରୁଛନ୍ତି। ଏପରି କି ଲକ୍ଷ୍ନୌରେ ରହିଥିବା କ୍ୟାମ୍ପରେ ଅନ୍ୟ କୋଚ୍‌ମାନେ ମଧ୍ୟ ମହିଳାଙ୍କୁ ଶୋଷଣ କରିଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri