କମୁଛି ପୃଥିବୀର ଉଜ୍ଜ୍ୱଳତା

ଓ୍ବାଶିଂଟନ, ୨।୧୦(ପି.ଟି.): ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ର ଜଳର ଉତ୍ତାପ ବଢ଼ିବା ଫଳରେ ପୃଥିବୀର ଉଜ୍ଜ୍ୱଳତା ହ୍ରାସ ପାଉଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ୨୦ ବର୍ଷ ପୂର୍ବେ ପୃଥିବୀ ପ୍ରତି ବର୍ଗମିଟରରେ ଯେତିକି ଆଲୋକ ପ୍ରତିଫଳନ କରୁଥିଲା ଏବେ ତା’ଠାରୁ ଅଧା ଓ୍ବାଟ୍‌ କମ୍‌ କରୁଛି। ପୃଥିବୀ ପ୍ରତିଫଳନ କରୁଥିବା ସୂର୍ଯ୍ୟାଲୋକରେ ଚନ୍ଦ୍ର ଆଲୋକିତ ହୋଇଥାଏ। ଦୀର୍ଘ ଦଶନ୍ଧି ହେଲା ଗବେଷକମାନେ ପୃଥିବୀର ଉଜ୍ଜ୍ୱଳତାକୁ ମାପି ଆସୁଛନ୍ତି। ଉକ୍ତ ଅଧ୍ୟୟନ ଜିଓଫିଜିକାଲ ରିସର୍ଚ୍ଚ ଲେଟରସ୍‌ ନାମକ ପତ୍ରିକାରେ ପ୍ରକାଶ ପାଇଛି। ଚନ୍ଦ୍ର ପୃଷ୍ଠରେ ପଡ଼ୁଥିବା ପୃଥିବୀର ଆଲୋକକୁ ମଧ୍ୟ ଗବେଷକମାନେ ମାପିଛନ୍ତି। ଦୁଇ ଦଶନ୍ଧି ହେଲା ଆମ ଗ୍ରହର ପ୍ରତିଫଳନ କ୍ଷମତା ହ୍ରାସ ପାଉଥିବା ସେଥିରୁ ଜଣାପଡ଼ିଛି। ଗବେଷକଙ୍କ ମତରେ ପୃଥିବୀର ପ୍ରତିଫଳନ କ୍ଷମତା ୦.୫ ପ୍ରତିଶତ ହ୍ରାସ ପାଇଛି। ପୃଥିବୀ ପୃଷ୍ଠରେ ପଡ଼ୁଥିବା ସୂର୍ଯ୍ୟାଲୋକର ପ୍ରାୟ ୩୦ ପ୍ରତିଶତ ପ୍ରତିଫଳିତ ହୋଇଥାଏ।
ଗତ ୩ ବର୍ଷର ପ୍ରତିଫଳନ ହାର ହ୍ରାସ ଆମକୁ ଆଶ୍ଚର୍ଯ୍ୟ କରିଛି ବୋଲି ଅଧ୍ୟୟନର ନେତୃତ୍ୱ ନେଇଥିବା ନ୍ୟୁଜର୍ସି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିର ଗବେଷକ ଫିଲିପ୍‌ ଗୁଡେ କହିଛନ୍ତି। ଦକ୍ଷିଣ କାଲିଫର୍ନିଆର ବିଗ୍‌ ବିଅର ସୋଲାର ଅବ୍‌ଜରଭେଟୋରି ସଂଗ୍ରହ କରିଥିବା ୧୯୯୮ରୁ ୨୦୧୭ ପର୍ଯ୍ୟନ୍ତ ପୃଥିବୀର ଉଜ୍ଜ୍ୱଳତାର ଅନୁଧ୍ୟାନ କରାଯାଇଥିଲା। ପୂର୍ବବର୍ଷର ତଥ୍ୟ ସହ ସଦ୍ୟତମ ତଥ୍ୟକୁ ଯୋଡ଼ାଯିବା ପରେ ଉଜ୍ଜ୍ୱଳତା ହ୍ରାସ ପାଇଥିବା ସ୍ପଷ୍ଟ ଜଣାପଡ଼ିଥିଲା। ସୂର୍ଯ୍ୟାଲୋକ ପୃଥିବୀରେ ପହଞ୍ଚତ୍ବା ଓ ଆମ ଗ୍ରହର ପ୍ରତିଫଳନ ଉଭୟ ହ୍ରାସ ପାଇଛି। ନାସାର କ୍ଲାଉଡ୍ସ ଆଣ୍ଡ ଦି ଆର୍ଥସ୍‌ ରେଡିଆଣ୍ଟ ଏନର୍ଜି ସିଷ୍ଟମ୍‌ (କେୟାର୍ସ) ପ୍ରୋଜେକ୍ଟ ଦ୍ୱାରା କରାଯାଇଥିବା ସାଟେଲାଇଟ୍‌ ଅନୁଧ୍ୟାନ ଅନୁଯାୟୀ ପୂର୍ବ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଉଜ୍ଜ୍ୱଳତା ଓ ନିମ୍ନସ୍ତରରେ ରହୁଥିବା ପ୍ରତିଫଳନକାରୀ ବାଦଲ ହ୍ରାସ ପାଇଛି। ଏହାର କାରଣ ହେଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ ସ୍ବରୂପ ଉକ୍ତ ଅଞ୍ଚଳରେ ସମୁଦ୍ର ଜଳସ୍ତରର ତାପମାତ୍ରା ବୃଦ୍ଧି ପାଇଛି। ପୃଥିବୀର ଜଳବାୟୁ ବ୍ୟବସ୍ଥା ଅଧିକ ସୌରଶକ୍ତି ଆହରଣ କରୁଥିବାରୁ ଉଜ୍ଜ୍ୱଳତା ହ୍ରାସ ପାଉବା ସହ ବିଶ୍ୱ ତାପନ ବୃଦ୍ଧି ପାଉଥିବା ଗବେଷକମାନେ କହିଛନ୍ତି। ଗବେଷଣାରେ ଭାଗ ନେଇ ନ ଥିବା କାଲିଫର୍ନିଆ ୟୁନିଭର୍ସିଟିର ଗ୍ରହ ବିଜ୍ଞାନୀ ଏଡ୍‌ଓ୍ବାର୍ଡ ସ୍ବିଏଟରମାନ୍‌ଙ୍କ ମତରେ ଏହା ଅତ୍ୟନ୍ତ ଚିନ୍ତାର ବିଷୟ। ଅଧିକାଂଶ ବୈଜ୍ଞାନିକଙ୍କ ବିଶ୍ୱାସ ଯେ, ପୃଥିବୀ ଅଧିକ ଉତ୍ତପ୍ତ ହେଲେ ଅଧିକ ବାଦଲ ସୃଷ୍ଟି ହେବ ଓ ପ୍ରତିଫଳନ ଅଧିକ ହେବ। ଏହା ଉତ୍ତାପ କମାଇବାରେ ଓ ଜଳବାୟୁ ବ୍ୟବସ୍ଥାରେ ସନ୍ତୁଳନ ଆଣିବାରେ ସହାୟକ ହେବ। କିନ୍ତୁ ଉପରୋକ୍ତ ଗବେଷଣା ଏହାର ବିପରୀତ ସାବ୍ୟସ୍ତ ହୋଇଥିବା ସ୍ବିଏଟରମାନ କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri