କେସିଙ୍ଗା, ୨୪।୬ (ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ଗ୍ରାମପଞ୍ଚାୟତ ଅଧୀନ ଗେଠିପଡା ଉଲସ୍ତିଯୋରକୁ ଜୟନ୍ତପୁର ସହିତ ସଂଯୋଗ କରିବା ପାଇଁ ଆର୍ଡି ବିଭାଗ ପକ୍ଷରୁ ବ୍ରିଜ କାମ ଚାଲିଛି । ଏହି ବ୍ରିଜ ନିର୍ମାଣ ହେଲେ କନ୍ତେଶିର, ମାଝିପଡା, ଗେଠିପଡା ଓ ଜୟନ୍ତପୁରର ଲୋକଙ୍କ ଗମନାଗମନ କ୍ଷେତ୍ରରେ ସୁବିଧା ହୋଇପାରିବ। କିନ୍ତୁ ଜଙ୍ଗଲ ଭିତରେ ଥିବା ଗ୍ରାମ ଜୟନ୍ତପୁରକୁ ସଂଯୋଗ କରିବା ପାଇଁ ଏହି ବ୍ରିଜ କାମ ଗତ ୨୦୧୮-୧୯ ଆର୍ଥିକ ବର୍ଷରୁ ଟେଣ୍ଡର ହୋଇ ନିର୍ମାଣାଧୀନ ରହିଛି । ବିନା ସୂଚନାଫଳକରେ ଏହି ବ୍ରିଜ ନିର୍ମାଣ ଚାଲିଛି । ରାଜ୍ୟ ସରକାର ପ୍ରତ୍ୟେକ ଉନ୍ନତିମୂଳକ କାର୍ଯ୍ୟର ସମ୍ପୂର୍ଣ୍ଣ ସୂଚନା ଦେବା ପାଇଁ ନିୟମ କରିଥିଲେ ସୁଦ୍ଧା ସେଥିରେ ବ୍ୟତିକ୍ରମ ଦେଖାଯାଉଛି । ଏହି କାମ ନିମ୍ନମାନର ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବିଭାଗୀୟ ଇଞ୍ଜିନିୟର କିମ୍ବା ଏସ୍ଡିଓ ଉପସ୍ଥିତ ରହୁ ନ ଥିବାରୁ କାମର ମାନ ନିର୍ଦ୍ଧାରଣ କରିବା କଷ୍ଟକର ହୋଇଛି। ଏନେଇ ଆର୍ଡି ବିଭାଗର ଏସ୍ଡିଓଙ୍କୁ ପଚାରିବାରୁ ବର୍ତ୍ତମାନ ବର୍ଷା ଋତୁ ପାଇଁ କାମ ବନ୍ଦ ରହିଛି । ବ୍ରିଜ କାମ ସମୟରେ ଜଣେ ଏସ୍ଡିଓ ସେଠାରେ ଦିନ ତମାମ ବସି ରହିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।
Posted inଆମ ଜିଲା ଖବର, କଳାହାଣ୍ଡି View All
ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ
ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...
ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ
ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...
ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍ ଗଲେ ମହିଳା ଅଭିଯୁକ୍ତ
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...
ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ
ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...
ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ
ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...
ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...
ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…
ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...
ସରକାରୀ ଜମି ଛାଡିଲେ ନାହିଁ : ଜିଦ୍ରେ ଅଟଳ ଅନକ ଡୁଙ୍ଗୁରୁ ଗ୍ରାମବାସୀ, ଲାଗିଲା ୧୬୩ ଧାରା
ମୋହନା,୧୩।୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନକଡୁଙ୍ଗୁରୁ ଗାଁ ନିକଟରେଥିବା ବିବାଦୀୟ ସରକାରୀ ଜମିରେ ଲାଗିଲା ବିଏନ୍ଏସ୍ ଧାରା ୧୬୩ । କିଛିଦିନ ହେଲା...
Archives


