ମାଲାବାରର ବ୍ରାଇଡସ୍‌ ଅଫ୍‌ ଇଣ୍ଡିଆ କ୍ୟାମ୍ପେନିଂ

ଭୁବନେଶ୍ୱର,୬ା୫: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ଏକ ଅଭିନବ ଅଭିଯାନ ‘ବ୍ରାଇଡସ୍‌ ଅଫ୍‌ ଇଣ୍ଡିଆ-୨୦୨୩ କ୍ୟାମ୍ପେନିଂ’ର ସର୍ବଭାରତୀୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାର ଓଡ଼ିଶା କ୍ଷେତ୍ରର ପ୍ରମୁଖ ତଥା ଏକ୍ସକ୍ଲୁସିଭ ଆଉଟ୍‌ଲେଟ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ ଶୋ’ରୁମ୍‌ ଶହୀଦନଗରଠାରେ ଶୁକ୍ରବାର ଏହାର ଆନୁଷ୍ଠାନିକ ଶୁଭାରମ୍ଭ ମଧ୍ୟ ହୋଇଯାଇଛି। ଏହି ଅବସରରେ ମାଲାବାରର ଗ୍ରାହକ ତଥା ବ୍ରାଇଡଲମାନଙ୍କ ଦ୍ୱାରା ବ୍ରାଇଡସ୍‌ ଅଫ୍‌ ଇଣ୍ଡିଆ କ୍ୟାମ୍ପେନିଂର ଶୁଭାରମ୍ଭ କରାଯାଇଥିଲା। ବିଶେଷକରି ବ୍ରାଇଡସ୍‌ ଅଫ୍‌ ଇଣ୍ଡିଆ କ୍ୟାମ୍ପେନିଂର ୧୦ମ ଏଡିଶନକୁ ବ୍ରାଣ୍ଡ୍‌ ନୂଆ ବ୍ରାଣ୍ଡ୍‌ ଆମ୍ବାସାଡର ଆଲିଆ ଭଟ୍ଟ ଏବଂ ଅନୀଲ କାପୁର ଏକ ଛୋଟିଆ ଭିଡିଓ ଜରିଆରେ ବ୍ରାଣ୍ଡ୍‌ର ପ୍ରଚାର ଓ ପ୍ରସାର କରୁଛନ୍ତି। ସେହିଭଳି ଜଣାଶୁଣା ସ୍କ୍ରିପ୍ଟ ଲେଖକ ତଥା ସଙ୍ଗୀତକାର ଜୁହି ଚତୁର୍ବେଦୀ ଏବଂ ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ କିଙ୍ଗ୍‌ସୁକ୍‌ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଉକ୍ତ ଭିଡିଓ ପ୍ରସ୍ତୁତ କରାଯାଇଥିବା ବେଳେ ବଲିଉଡ୍‌ ନିର୍ଦ୍ଦେଶକ କୋକି ଗୁଲାଟୀ ସମ୍ପୂର୍ଣ୍ଣ ଭିଡିଓକୁ ସୁନ୍ଦର ଭାବେ ପରିକଳ୍ପନା ଓ ନିର୍ଦ୍ଦେଶନାରେ ନିର୍ମାଣ କରିଛନ୍ତି। ଏ ସମ୍ପର୍କରେ ମାଲାବାର ଗ୍ରୁପ୍‌ର ଚେୟାରମ୍ୟାନ ଏମ୍‌ପି ଅହମ୍ମଦ କହିଛନ୍ତି, ଚଳିତ ଥରର ବ୍ରାଇଡସ୍‌ ଅଫ୍‌ ଇଣ୍ଡିଆ କ୍ୟାମ୍ପେନିଂ ଏବଂ ଏଡିଶନ ସବୁ ବର୍ଗର ନବବିବାହିତମାନଙ୍କୁ ଆନନ୍ଦ ଓ ଖୁସି ଆଣିଦେବ। ସେହିଭଳି ବିବାହ ଉତ୍ସବ ଓ ନବବିବାହିତଙ୍କ ମଧ୍ୟରେ ରହିଥିବା ଆଶଙ୍କାଙ୍କୁ ଉକ୍ତ ଅଭିଯାନ ବେଶ୍‌ ସହାୟ ହେବ।