ବରଙ୍କୁ ବେଦୀରେ ଛାଡ଼ି କାଉନସେଲିଂକୁ ଗଲେ କନ୍ୟା, ଆଉ ତା’ ପରେ…

ଲକ୍ଷ୍ନୌ,୪ା୧୨: ବିବାହ ପାଇଁ ବେଦୀରେ ବସିଥିଲେ ବରକନ୍ୟା। ସକାଳ ୫ଟାରେ ବର କନ୍ୟାଙ୍କ ମୁଣ୍ଡରେ ସିନ୍ଦୁର ଦେବା ପରେ ବେଦୀ ଉପରୁ ଚାକିରି ପାଇଁ କାଉନସେଲିଂକୁ ଚାଲିଯାଇଥିଲେ କନ୍ୟା। ସେଠାରେ ଏକ ସରକାରୀ ଚାକିରି ପାଇ ପୁଣି ଫେରି ଆସି ଖୁସିରେ ଖୁସିରେ ବାପଘରୁ ଶାଶୁଘରକୁ ବିଦା ହୋଇଛନ୍ତି। ଏପରି ଏକ ଖୁସି ତଥା ଅନନ୍ୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଗୋଣ୍ଡା ଜିଲାରେ।

ଗୋଣ୍ଡା ରାମନଗରର ବାରବାଙ୍କି ନିବାସୀ ପ୍ରଜ୍ଞା ତିଓ୍ବାରୀ ହାତରେ ମେହେନ୍ଦୀ ଲଗାଇ ତାଙ୍କର ଡକ୍ୟୁମେଣ୍ଟ ଧରି ଫର୍ମ ପୂରଣ କରୁଥିବା ନଜର ଆସିଥିଲେ। ଏପରିକି ତାଙ୍କ କେଶ ରଜନୀଗନ୍ଧା ଫୁଲରେ ସଜ୍ଜିତ ହୋଇଥିଲା।

ପ୍ରଜ୍ଞା ବୁଧବାର ବିବାହ କରିଥିଲେ ଏବଂ ଗୁରୁବାର ଭୋର୍‌ ୫ଟାରେ ସ୍ବାମୀ ତାଙ୍କ ମୁଣ୍ଡରେ ସିନ୍ଦୁର ଲଗାଇଥିଲେ। ପରେ ପ୍ରଜ୍ଞା ଗୋଣ୍ଡାର ବିଏସ୍‌ଏ ଅଫିସକୁ ଯାଇଥିଲେ।

ଉକ୍ତ ଦିନ ହିଁ ତାଙ୍କର କାଉନସେଲିଂ ତାରିଖ ସ୍ଥିର ହୋଇଥିବାରୁ ପ୍ରଜ୍ଞା ଅନେକ ରୀତିନୀତି ଛାଡ଼ି କେବଳ ସାତ ଫେରା ପରେ କାଉନସେଲିଂକୁ ଯାଇଥିଲେ। ଧାଡ଼ିରେ ଠିଆ ହୋଇ କାଗଜପତ୍ର ଯାଞ୍ଚ କରି ନିଯୁକ୍ତି ପତ୍ର ପାଇଥିଲେ। ତାଙ୍କ ମୁହଁରେ ହସ ଫୁଟି ଉଠିଥିଲା। କାରଣ ଏକାବେଳକେ ଦୁଇ ଦୁଇଟି ଶୁଭ କାମରେ ସଫଳତା ପାଇଲେ।

ପ୍ରଜ୍ଞା କୁହନ୍ତି, କ୍ୟାରିୟର ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେ ତାଙ୍କ ସ୍ବାମୀଙ୍କୁ ବେଦୀରେ ଛାଡ଼ି ତାଙ୍କୁ ଅପେକ୍ଷା କରିବାକୁ କହି ଆସିଥିଲେ। ସେଠାରେ ସମସ୍ତେ ଅପେକ୍ଷା କରିଥିବା ବେଳେ ପ୍ରଜ୍ଞା ଫେରି ଆସି ଫେରି ସ୍ବାମୀଙ୍କ ସହିତ ଶାଶୁଘରକୁ ଯାଇଥିଲେ। ସେ କୁହନ୍ତି, ସ୍ବାମୀ ତାଙ୍କ ପାଇଁ ବହୁ ଭାଗ୍ୟବାନ। ତାଙ୍କ ଜୀବନରେ ସେ ଆସିଲେ ବୋଲି ତାଙ୍କୁ ଚାକିରି ମିଳିଗଲା। ପ୍ରଜ୍ଞା ସମାଜର ସମସ୍ତ ମା-ବାପାଙ୍କୁ ଏହି ପରାମର୍ଶ ଦେଇଛନ୍ତି କି, ଝିଅମାନଙ୍କୁ ଏମିତି ଶିକ୍ଷା ପ୍ରଦାନ କରନ୍ତୁ ଯାହା ଦ୍ୱାରା ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ। ପ୍ରଜ୍ଞା ତାଙ୍କ ମାତାପିତାଙ୍କୁ ଶ୍ରେୟ ଦେବା ସହ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

ମୌଳିକ ଶିକ୍ଷାଧିକାରୀ ମଧ୍ୟ ପ୍ରଜ୍ଞାଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ଗତକାଲି ସେ ବିବାହ କରିଥିଲେ ଆଉ ଆଜି ଚାକିରି ପାଇଲେ। ଏହା ନିଶ୍ଚିତ ଏକ ବଡ଼ କଥା। ପ୍ରଜ୍ଞା ଗୋଣ୍ଡାର ମୌଳିକ ଶିକ୍ଷା ବିଭାଗରେ ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତି ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri