ଇଞ୍ଜେକ୍ସନ ନେବା ପରେ ନବବଧୂଙ୍କ ମୃତ୍ୟୁ: ବିବାହର ମାତ୍ର ୧୦ ଦିନରେ ଜଳିଲା ଜୁଇ

ଭୁବନେଶ୍ୱର,୪।୭(ବ୍ୟୁରୋ): ପାଦରୁ ଅଳତା, ହାତରୁ ମେହେନ୍ଦି ଲିଭିନି। ବିବାହର ମାତ୍ର ୧୦ ଦିନରେ ଜଣେ ନବବଧୂଙ୍କ ଜୁଇ ଜଳିଛି। ଇଞ୍ଜେକ୍ସନ ନେବାର ମାତ୍ର କିଛି ସମୟ ଭିତରେ ନବବଧୂ ଜଣକ ଯନ୍ତ୍ରଣାରେ ଛଟପଟ ହୋଇ ଆଖିବୁଜି ଦେଇଛନ୍ତି। ଶନିବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ନବବଧୂ ହେଲେ ବରମୁଣ୍ଡା ଅଞ୍ଚଳର ପ୍ରିୟଙ୍କା ପଟ୍ଟନାୟକ। ବେକରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ପ୍ରିୟଙ୍କାଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ। ଡାକ୍ତରଙ୍କ ଅବହେଳା ଓ ଭୁଲ୍‌ ଇଞ୍ଜେକ୍ସନ ପାଇଁ ପ୍ରିୟଙ୍କାଙ୍କ ମୃତ୍ୟୁ ଘଟିଥିବା ଶାଶୁଘର ଓ ବାପଘର ଲୋକେ ଅଭିଯୋଗ ଆଣି ହୋହଲ୍ଲା କରିଥିଲେ। ଫଳରେ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ଉତ୍ତ୍ୟକ୍ତ ଲୋକେ ଓ ହସ୍ପିଟାଲ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ସମସ୍ତଙ୍କୁ ବୁଝାଶୁଝା କରିବା ପରେ ଉତ୍ତେଜନା ହ୍ରାସ ପାଇଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ୍‌ ପଠାଇଥିଲା। ଶ୍ୱଶୁରଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା (ନଂ. ୬୨/୨୧) ରୁଜୁ କରିଛି। ଅନ୍ୟପକ୍ଷରେ ମୃତକଙ୍କ ପରିବାର ଲୋକେ ଆକ୍ରମଣ କରିଥିବା ନେଇ ହସ୍ପିଟାଲର ସିକ୍ୟୁରିଟି ଗାର୍ଡଙ୍କ ପକ୍ଷରୁ ଥାନାରେ ମଧ୍ୟ ପାଲଟା ଅଭିଯୋଗ କରାଯାଇଛି। ଥାନା ଅଧିକାରୀ ଶରତ ସାହୁ କହିଛନ୍ତି, ମୃତକଙ୍କ ପରିବାର ଲୋକଙ୍କ ପକ୍ଷରୁ ଡାକ୍ତରଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ପୋଲିସ ଗ୍ରହଣ କରିଛି। ତେବେ ସୁପ୍ରିମ୍‌କୋର୍ଟଙ୍କ ଗାଇଡ୍‌ଲାଇନ ଅନୁସାରେ ଏ ସଂକ୍ରାନ୍ତରେ ପୋଲିସ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ)ଙ୍କୁ ଚିଠି ଲେଖିବ। ସିଡିଏମ୍‌ଓଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସାହୁ କହିଛନ୍ତି।

ପରିବାର ଲୋକଙ୍କ କହିବା ମୁତାବକ, ପ୍ରିୟଙ୍କାଙ୍କ ଘର ମେଣ୍ଢାଶାଳରେ ହୋଇଥିବାବେଳେ ଗତ ୨୩ ତାରିଖରେ ବରମୁଣ୍ଡା ଅଞ୍ଚଳରେ ତାଙ୍କର ବାହାଘର ହୋଇଥିଲା। ଶୁକ୍ରବାର ବେକରେ ରକା ପଶିବାରୁ ସେ କଷ୍ଟ ଅନୁଭବ କରୁଥିଲେ। ଶନିବାର ଭୋର୍‌ରେ ଯନ୍ତ୍ରଣା ଅସହ୍ୟ ହେବାରୁ ଶାଶୁଘର ଲୋକେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ତାଙ୍କ ଭାଇ କହିଛନ୍ତି, ପ୍ରିୟଙ୍କାର ଅନ୍ୟ କୌଣସି ରୋଗ ନ ଥିଲା। ସେ ସୁସ୍ଥ ଥିଲେ। ଚାଲି ଚାଲି ହସ୍ପିଟାଲ ଭିତରକୁ ଯାଇଥିଲେ। ବେକରେ ଯନ୍ତ୍ରଣା ଭଲ କରିବା ପରିବର୍ତ୍ତେ ଡାକ୍ତର ମାରିଦେଲେ। ବିଳମ୍ବରେ ଚିକିତ୍ସା ଆରମ୍ଭ କଲେ। ଡାକ୍ତର ପାଖରେ ଠିଆ ହୋଇଥିବାବେଳେ ଅନ୍ୟ ଜଣେ କିଏ ଇଞ୍ଜେକ୍ସନ ଦେଇଥିଲେ ବୋଲି ସେ କହିଛନ୍ତି। ତେବେ ଚିକିତ୍ସା ଅବହେଳାକୁ ଅସ୍ବୀକାର କରିଛନ୍ତି ମୃତକଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସଞ୍ଜୟ ପଣ୍ଡା। ମୃତକଙ୍କ ବେକରେ ଯନ୍ତ୍ରଣା ହେଉଥିବାରୁ ତାଙ୍କୁ ପେନ୍‌କିଲର ସହ ବାନ୍ତି ଓ ଗ୍ୟାସ୍‌ ପାଇଁ ଇଞ୍ଜେକ୍ସନ ଦିଆଯାଇଥିଲା। ଯନ୍ତ୍ରଣା କମିଥିଲେ ତାଙ୍କ ସ୍ପାଇନାଲ୍‌ କର୍ଡର ସିଟି ସ୍କାନ କରାଯାଇଥାନ୍ତା। ତେବେ ଇଞ୍ଜେସକ୍ସନ ନେବା ପରେ ହୃଦ୍‌ଘାତରେ ପ୍ରିୟଙ୍କାଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri