ବିବାହ ଭାଙ୍ଗିବାର ଅନେକ କାରଣ ଥାଏ। କେତେବେଳେ ଯୌତୁକ ପାଇଁ ତ ଆଉ କେତେବେଳେ ଅନ୍ୟ କିଛି ଘଟଣା ପାଇଁ ବିବାହ ଭାଙ୍ଗିଯାଏ। କିନ୍ତୁ ଉତ୍ତରପ୍ରଦେଶ ଏକ ନିଆରା କାରଣ ପାଇଁ ବିବାହ ଭାଙ୍ଗିଯାଇଛି। ଏଠାରେ ଏକ ବିବାହ ବେଳେ ବର ଏବଂ କନ୍ୟା ମଞ୍ଚ ଉପରେ ଥିଲେ। ଏହି ସମୟରେ କନ୍ୟା ବରକୁ ଏକ ପ୍ରଶ୍ନ ପଚାରିଥିଲେ। ସେ ଉତ୍ତର ନ ଦେଇପାରିବାରୁ ବିବାହ ଭାଙ୍ଗି ଯାଇଥିଲା। ଏହି ସମଗ୍ର ଘଟଣା ଉତ୍ତରପ୍ରଦେଶର ମହୋବା ଜିଲାରେ ଘଟିଛି। ଖରେଲା ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ଯୁବତୀଙ୍କ ବିବାହ ପାନୱାଡି ଥାନା ଅଞ୍ଚଳ ଥିବା ଏକ ଗ୍ରାମରେ ହେବାର ଥିଲା। ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ବରଯାତ୍ରୀ ସହ ବର ମଧ୍ୟ କନ୍ୟା ଘରେ ପହଞ୍ଚିଥିଲେ। ଏହାପରେ ବରଣମାଳା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ସମୟରେ ବରଙ୍କ ଅଜବ ପ୍ରକାର ବ୍ୟବହାର ଦେଖି ବରଣମାଳା ପିନ୍ଧାଇବା ପୂର୍ବରୁ କନ୍ୟା ତାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। କନ୍ୟା କହିଥିଲେ, ଯଦି ତୁେaମ ମୋର ଏହି ପ୍ରଶ୍ନର ଉତ୍ତର ନ ଦେବ ତେବେ ମୁଁ ତୁମକୁ ବିବାହ କରିବି ନାହିଁି। କନ୍ୟା ଜଣଙ୍କ ବରଙ୍କୁ ପଣିକିଆ ବୋଲିବାକୁ କହିଥିଲେ। ତାଙ୍କଠାରୁ ଏଭଳି ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୋଇ ଏତେତେଣେ ନଜର ପକାଇଥିଲେ ବର। କିନ୍ତୁ କନ୍ୟାଙ୍କ ପ୍ରଶ୍ନର ଉତ୍ତର ଦେଇପାରି ନ ଥିଲେ ସେ। ଫଳରେ କନ୍ୟା ବିବାହ ଭାଙ୍ଗି ଦେଇଥିଲେ। ଏହାପରେ ପରେ ତାଙ୍କୁ ପରିବାର ଲୋକେ ବୁଝାଇଥିଲେ ମଧ୍ୟ ସେ ବୁଝି ନ ଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ବୁଝାଇଥିଲେ ମଧ୍ୟ ସେ ନିଜ ଜିଦ୍ରେ ଅଟଳ ରହିଥିଲେ। ପରେ ପୋଲିସ ଉପସ୍ଥିତିରେ ଉଭୟ ପକ୍ଷ ଆଲୋଚନା କରି ବିବାହ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। ସୂଚନାଯୋଗ୍ୟ, ସମ୍ପୃକ୍ତ ଯୁବତୀଙ୍କୁ ବିବାହ ପୂର୍ବରୁ ପୁଅ ଅଧିକ ପାଠ ପଢିଥିବା କୁହାଯାଇଥିଲା।


